Posted inଖେଳ

ବୈଶାଳୀ ଜିତିଲେ ଓ୍ବାଲର୍‌ଡ ବ୍ଲିଜ୍‌ ବ୍ରୋଞ୍ଜ

ନ୍ୟୁୟର୍କ, ୨।୧ (ପି.ଟି.): ଭାରତର ବୈଶାଳୀ ଓ୍ବାଲର୍‌ଡ ବ୍ଲିଜ୍‌ ଚେସ୍‌ ଚାମ୍ପିୟନଶିପ୍‌ର ମହିଳା ବିଭାଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ରାପିଡ ଇଭେଣ୍ଟରେ କୋନେରୁ ହମ୍ପି ଟାଇଟଲ ଜିତିଥିବାବେଳେ ବୈଶାଳୀଙ୍କ ଏହି ସଫଳତା ଯୋଗୁ ଭାରତ ପାଇଁ ଟୁର୍ନାମେଣ୍ଟ ସ୍ମରଣୀୟ ହୋଇଛି। କ୍ୱାର୍ଟର ଫାଇନାଲରେ ଚାଇନାର ଝୁ ଜିନେରଙ୍କୁ ବୈଶାଳୀ ୨.୫-୧.୫ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲେ। ମାତ୍ର ସେଥିରେ ଅନ୍ୟତମ ଚାଇନିଜ ପ୍ରତିଦ୍ୱନ୍ଦ୍ୱୀ ଜୁ ଓ୍ବେନଜୁନଙ୍କଠାରୁ ୦.୫-୨.୫ରେ ପରାଜିତ ହୋଇଥିଲେ। ଅଲ୍‌ ଚାଇନିଜ୍‌ ଫାଇନାଲରେ ଓ୍ବେନଜୁନ ୩.୫-୨.୫ରେ ଲେଇ ଟିଙ୍ଗଜିଙ୍କୁ ହରାଇ ଟାଇଟଲ ହାସଲ କରିଥିଲେ। ବୈଶାଳୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ୫ ଥର ବିଶ୍ୱ ଚାମ୍ପିୟନ ଏବଂ ଅନ୍ତର୍ଜାତୀୟ ଚେସ୍‌ ଫେଡେରେଶନ (ଫିଡେ) ଉପସଭାପତି ବିଶ୍ୱନାଥନ ଆନନ୍ଦ। ଚମତ୍କାର ପ୍ରଦର୍ଶନ କରି ବୈଶାଳୀ ଆମ ସମସ୍ତଙ୍କୁ ଗର୍ବିତ କରିଛନ୍ତି ବୋଲି ଆନନ୍ଦ କହିଛନ୍ତି। ପୁରୁଷ ବିଭାଗରେ ବିଶ୍ୱର ନମ୍ବର ଓ୍ବାନ ମାଗ୍ନସ କାର୍ଲସେନ ଓ ରୁଷିଆର ଇଆନ ନେପୋମନିଆଚି ଯୁଗ୍ମ ବିଜେତା ଘୋଷିତ ହୋଇଛନ୍ତି। ସଡନ୍‌ଡେଥ୍‌ ପର୍ଯ୍ୟାୟରେ ୩ଟି ଗେମ୍‌ ପରେ ମଧ୍ୟ ଫଳାଫଳ ନ ମିଳିବାରୁ ଏଫରି ନିଷ୍ପତ୍ତି ନିଆଯାଇଥିଲା। ପ୍ରତିଯୋଗିତା ଇତିହାସରେ ପ୍ରଥମଥର ପାଇଁ ୨ ଜଣ ଖେଳାଳିଙ୍କୁ ବିଜେତା ଘୋଷଣା କରାଯାଇଛି। ଫିଡେର ଡ୍ରେସ୍‌ କୋଡ୍‌ ଉଲ୍ଲଂଘନ ଅଭିଯୋଗରେ କାର୍ଲସେନଙ୍କୁ ରାପିଡ୍‌ ଚାମ୍ପିୟନଶିପ୍‌ ଅଧାରୁ ବିଦା ହେବାକୁ ପଡ଼ିଥିଲା। କାର୍ଲସେନ ଜିନ୍‌ ପିନ୍ଧି ଖେଳିବାକୁ ଆସିଥିଲେ। ଫର୍ମାଲ ଟ୍ରାଉଜର ପିନ୍ଧି ଖେଳିବାକୁ କୁହାଯାଇଥିଲେ ହେଁ ତାହା ସେ ମାନି ନ ଥିଲେ। ଫଳରେ ଫିଡେ ତାଙ୍କୁ ଅଯୋଗ୍ୟ ଘୋଷିତ କରିଥିଲା। ତେବେ ବ୍ଲିଜ୍‌ ଟୁର୍ନାମେଣ୍ଟରେ ତାଙ୍କୁ ଜିନ୍‌ ପିନ୍ଧିବାକୁ ଅନୁମତି ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri