ବୈପାରୀଗୁଡା ଆଇଆଇସି ଗିରଫ

ଭୁବନେଶ୍ୱର,୨୮।୧୧: ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥୀ ଗିରଫ। ବିପୁଳ ଟଙ୍କା ଧରାପଡିବା ନେଇ ଗିରଫ କରିଛି ଭିଜିଲାନ୍ସ। ସୁଶାନ୍ତଙ୍କର ମୋଟ ୩୭ଲକ୍ଷ ଟଙ୍କା ପାଇଲା ଭିଜିଲାନ୍ସ। ଗତକାଲି ୨ଲକ୍ଷ ୭୦ହଜାର ଟଙ୍କା ସହ ଧରା ପଡିଥିଲେ। ବସରେ ବୈପାରୀଗୁଡା ଆସୁଥିବା ସମୟରେ ଧରାପଡିଥିଲେ। ତାଙ୍କ କଟକ ବକ୍ସିବଜାରସ୍ଥିତ ସରକାରୀ କ୍ବାର୍ଟର୍ସରୁ ମଙ୍ଗଳବାର ଭିଜିଲାନ୍ସ ଅଧିକାରୀ ନଗଦ ୨୫ ଲକ୍ଷ ଟଙ୍କା ଜବତ କରିଛନ୍ତି। ଏପରି କି ଭିଜିଲାନ୍ସ ଟିମ ଏକ ବିଶେଷ ସୂତ୍ରରୁ ଖବର ପାଇ ସୋମବାର ଥାନା ଅଧିକାରୀଙ୍କ ବୈପାରିଗୁଡ଼ା କ୍ବାର୍ଟର୍ସ ଏବଂ ଅଫିସରୁ ସାଢେ ୭ ଲକ୍ଷ ଟଙ୍କା ଜବତ କରିଥିଲା।

ସୂଚନାଯୋଗ୍ୟ, ବୈପାରିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ ୨ ଲକ୍ଷ ଟଙ୍କା ଧରି ବସ୍ରେ ନିଜ ଘର କଟକ ଜିଲାକୁ ଆସୁଥିବା ବେଳେ ସୋମବାର ସାରେ ଭିଜିଲାନ୍ସ ଜାଲରେ ପଡିଥିଲେ। ପରେ ଭିଜିଲାନ୍ସ ଅଧିକାରୀମାନେ ସୁଶାନ୍ତଙ୍କୁ ନେଇ ପଚରାଉଚରା କରିଥିଲେ। ପଚରାଉଚରା ବେଳେ ଅଧିକାରୀମାନେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜାଣିବାକୁ ପାଇଛନ୍ତି। ଏହାକୁ ଭିତ୍ତିକରି ମଙ୍ଗଳବାର ପୁଣି ଅଧିକାରୀମାନେ କଟକ ବକ୍ସିବଜାରସ୍ଥିତ ସରକାରୀ କ୍ବାର୍ଟର୍ସରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଅଧିକାରୀମାନେ ଘରୁ ବିଡାବିଡା ଟଙ୍କା ଜବତ କରିଛନ୍ତି। ଜବତ ଟଙ୍କା ମଧ୍ୟରେ ୫ଶହ, ୨ଶହ ଏବଂ ୧ଶହ ଟଙ୍କିଆ ନୋଟ ରହିଛି। ଏହା ହାତରେ ଗଣିବା ସମ୍ଭବ ନ ହେବାରୁ ମେଶିନ ସାହାଯ୍ୟରେ ଟଙ୍କା ଗଣତି ଚାଲିଛି।