୩ ସୂଚନା ଅଧିକାରୀଙ୍କ ଆଗୁଆ ଜାମିନ ଖାରଜ

କଟକ,୩ା୫ (କାର୍ତ୍ତିକ ସାହୁ): ସୂଚନା ଅଧିକାରର ମିଥ୍ୟା ତଥ୍ୟ ପ୍ରଘଟ କରିବା ମହଙ୍ଗା ପଡ଼ିଲା। ୩ ସୂଚନା ଅଧିକାର କର୍ମୀଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ଗିରଫଦାରି ଏଡାଇବାକୁ ୩ ସୂଚନା ଅଧିକାର କର୍ମୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ଆବେଦନକାରୀମାନେ ହେଲେ ପ୍ରଦୀପ କୁମାର ପ୍ରଧାନ, ଶ୍ରୀକାନ୍ତ ପାକଳ ଓ ପ୍ରକାଶ ଚନ୍ଦ୍ର ଦାସ। ବିଚାରପତି ଚିତ୍ତରଞ୍ଜନ ଦାସ ମାମଲାର ଶୁଣାଣି କରି ଆବେଦନ ଖାରଜ କରିବା ସହ ଏଭଳି କାର୍ଯ୍ୟ ଦ୍ୱାରା ସୂଚନା ଅଧିକାର ଆଇନ(ଆର୍‌ଟିଆଇ) ଉପରୁ ଜନସାଧାରଣଙ୍କ ଆସ୍ଥା ତୁଟିଯିବ ବୋଲି ମତବ୍ୟକ୍ତ କରିଛନ୍ତି।
ମାମଲାର ବିବରଣୀ ଅନୁସାରେ, ଆବେଦନକାରୀମାନେ ଏକ ଖବରଦାତା ସମ୍ମିଳନୀ କରି ଭିଆଇପିଙ୍କ ସୁରକ୍ଷା କ୍ଷେତ୍ରରେ ପୋଲିସ କର୍ମଚାରୀ ନିୟୋଜିତ ହେବା ନେଇ ମିଥ୍ୟା ତଥ୍ୟ ପ୍ରଦାନ କରିଥିଲେ। ସେମାନେ ଗଣମାଧ୍ୟମକୁ ଦେଖାଇଥିବା ନିର୍ଦ୍ଦିଷ୍ଟ କାଗଜପତ୍ର ଓ ତଥ୍ୟଭିତ୍ତିକ କାଗଜାତଗୁଡ଼ିକ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ଦାବି କରିଥିଲେ। ସେମାନଙ୍କ ପ୍ରଦତ୍ତ ତଥ୍ୟକୁ ନେଇ ଗଣମାଧ୍ୟମରେ ବହୁଳ ଭାବେ ଖବର ପ୍ରସାରିତ ହୋଇଥିଲା। ମାତ୍ର ତଦନ୍ତ ପରେ ସେଗୁଡ଼ିକ କୌଣସି ସରକାରୀ ଅଧିକାରୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇନାହିଁ କିମ୍ବା କାହାରିକୁ ଦିଆଯାଇନାହିଁ ବୋଲି ଜଣାପଡ଼ିଥିଲା। ବରଂ ସେହି ମିଥ୍ୟା ତଥ୍ୟଗୁଡ଼ିକ ଆବେଦନକାରୀମାନଙ୍କ ଦ୍ୱାରା ଉଦ୍ଦେଶ୍ୟମୂଳକ ଭାବେ ପ୍ରସ୍ତୁତ କରାଯାଇଥିଲା। ବିଶେଷକରି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଏହା ବହୁ ଭାବେ ପ୍ରସାରିତ ହୋଇଥିଲା। ଆବେଦନକାରୀମାନେ ଗତ ଜାନୁଆରୀ ୧୯ ତାରିଖରେ ଓଡ଼ିଶା ସରକାରଙ୍କ ଗୃହ ବିଭାଗର ଜନସୂଚନା ଅଧିକାରୀଙ୍କୁ ସୂଚନା ଅଧିକାର ଆଇନ ବଳରେ କେତେକ ତଥ୍ୟ ମାଗିଥିଲେ। ସେମାନେ ନବୀନ ଓଡ଼ିଶା ତଥା ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ସୁରକ୍ଷାରେ କେତେ ସଂଖ୍ୟକ ପୋଲିସ କର୍ମଚାରୀ ଓ ଗାଡ଼ି ନିୟୋଜିତ ହୋଇଛି ସେନେଇ ତଥ୍ୟ ପାଇଁ ଆବେଦନ କରିଥିଲେ। ଗତ ମାର୍ଚ୍ଚ ୧୧ରେ ଭୁବନେଶ୍ୱର ରିଜର୍ଭ ଇନ୍ସପେକ୍ଟର ଅଫ୍‌ ପୋଲିସ ତଥା ଜନ ସୂଚନା ଅଧିକାରୀ କୌଣସି ଚିଠି ନମ୍ବର ଓ ତାରିଖ ନ ଥାଇ କେବଳ ଦସ୍ତଖତ ତଳେ ତାରିଖ ଲେଖାଯାଇ ସୂଚନା ପ୍ରଦାନ କରିଥିଲେ। ଏହାକୁ ନେଇ ମାର୍ଚ୍ଚ ୨୯ ତାରିଖରେ ଆବେଦନକାରୀମାନେ ଖବରଦାତା ସମ୍ମିଳନୀ କରିଥିଲେ। ଏଥିସହ ୩ ଦିନ ପରେ ଏକ ମିଥ୍ୟା ଏଫ୍‌ଆଇଆର ରୁଜୁ କରି ଚିଠି ନମ୍ବର ଓ ତାରିଖ ନ ଥିବା ଦର୍ଶାଇଥିଲେ। ତେବେ ଆବେଦନକାରୀ ସୂଚନା ଅଧିକାର କର୍ମୀମାନେ ଅଭ୍ୟାସଗତ ଭାବେ ମିଥ୍ୟା କାଗଜପତ୍ର ପ୍ରସ୍ତୁତ କରିବା, ଅନ୍ୟମାନଙ୍କୁ ଠକିବା, ମିଥ୍ୟା ତଥ୍ୟ ପ୍ରଘଟ କରିବା ଆଦି ଅଭିଯୋଗରେ ଭୁବନେଶ୍ୱର ଶହୀଦନଗର ଥାନାରେ ଏକ ମାମଲା(ନଂ.୧୯୩/୨୪) ରୁଜୁ ହୋଇଥିଲା। ପାଣ୍ଡିଆନ୍‌ଙ୍କ ବ୍ୟକ୍ତିଗତ ସୁରକ୍ଷା ପାଇଁ ୮୫ରୁ ଅଧିକ ପୋଲିସ ସୁରକ୍ଷାକର୍ମୀ ରାଜ୍ୟ ସରକାର ନିୟୋଜିତ କରିଛନ୍ତି ବୋଲି ଏହି ୩ ସୂଚନା ଅଧିକାର କର୍ମୀ ଖବରଦାତା ସମ୍ମିଳନୀରେ ଦର୍ଶାଇଥିଲେ। ମିଥ୍ୟା ତଥ୍ୟକୁ ନେଇ ଖବରଦାତା ସମ୍ମିଳନୀ କରିଥିବାରୁ ଏମାନଙ୍କ ନାମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶହୀଦ ନଗର ଥାନାରେ ଏତଲା ଦିଆଯାଇଥିଲା। ଯାହାକି ଭୁବନେଶ୍ୱର ଜେଏମ୍‌ଏଫ୍‌ସି-୩ଙ୍କ ଅଦାଲତରେ ବିଚାରାଧିନ ରହିଛି। ଏହି ମାମଲାରେ ଗିରଫଦାରୀରୁ ରକ୍ଷା ପାଇବା ପାଇଁ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

ଏହି ଜିଲାରେ ପ୍ରଥମ ପୋଷ୍ୟ ସନ୍ତାନ ଗ୍ରହଣ

ନୂଆପଡ଼ା,୬ା୧୨ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାର ପ୍ରଥମଥର ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଜିଲା ଶିଶୁ ସୁରକ୍ଷା ବିଭାଗ ଓ ସ୍ବତନ୍ତ୍ର...

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri