Posted inଫୁରସତ

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ। ଏଥିପାଇଁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ସେ ହେଲେ ବୈକୁଣ୍ଠନାଥ ସାହୁ। ଜନ୍ମ ୧୨ା୫ା ୧୯୪୮ରେ। ମା’ ସୀତା ଦେବୀ ଓ ପିତା ନାରାୟଣ ଚନ୍ଦ୍ର ସାହୁ । ଘର କଟକ ଜିଲାର ଆଳି ବ୍ଲକ ଅନ୍ତର୍ଗତ ମାନପୁରରେ। ସେ କୁହନ୍ତି, ‘ସେତେବେଳେ ମୋ ବାପା କଲିକତାରେ ବ୍ୟବସାୟ କରୁଥିଲେ। ଆମେ ୫ ଭାଇ ଓ ୫ ଭଉଣୀ। ଗୋବିନ୍ଦପୁର ଗୋଦାବରୀଶ ବିଦ୍ୟାଭବନରେ ମୋର ପାଠପଢ଼ା ଆରମ୍ଭ। ସେହି ସମୟରେ ସ୍କୁଲ ପାଠପଢ଼ା ସହିତ ବିଭିନ୍ନ ଗପ ବହି ପଢ଼ିବାକୁ ମୁଁ ଭଲ ପାଉଥିଲି। ଆଖପାଖ ଗାଁରେ ଯେଉଁଠି ସଭାସମିତି ହେଉଥିଲା ସେଠାକୁ ଯାଉଥିଲି। ସଭାସମିତିରେ ଯୋଗ ଦେଉଥିବା ଜଣାଶୁଣା ବ୍ୟକ୍ତିମାନଙ୍କ ଭାଷଣ ମତେ ଖଉବ୍‌ ପ୍ରଭାବିତ କରୁଥିଲା। ସେମାନଙ୍କ କଥା ଏବଂ ବିଭିନ୍ନ ଘଟଣାର ପ୍ରସଙ୍ଗକୁ ନେଇ ମୁଁ ଅନେକ ସମୟରେ ଗପ ଲେଖି ଦେଉଥିଲି। ମୋ ଗାଁର କଜଳ ଲୋଚନା ନଈ ଓ ଗଛଲତାର ପତ୍ରଗହଳ ଆଢୁଆଳରେ ମୁହଁ ଲୁଚାଇଲା ପରି ଦୂରଦିଗନ୍ତରୁ ଦିଶୁଥିବା ମୋ ପଲ୍ଲୀଗାଁ ଏବଂ ତା’ର ସାଧାରଣ ଲୋକଙ୍କ ସରଳ ମୁହଁ ମତେ ସର୍ବଦା ମନ୍ତ୍ରମୁଗ୍ଧ କରୁଥିଲା। ଯାହା ମତେଗଳ୍ପ ଲେଖିବାର ଖୋରାକ ଦେଉଥିଲା। ଏ ଭିତରେ ମୋର କେତୋଟି କବିତା ‘ଝଙ୍କାର’ରେ ପ୍ରକାଶିତ ହୋଇଥିଲା। ଯାହା ମତେ ଖୁସିରେ ଆତ୍ମହରା କରି ଦେଇଥିଲା।

୧୯୬୫ ମସିହାରେ ଉଚ୍ଚଶିକ୍ଷା ପାଇଁ କଟକ ଆସିଲି, ରେଭେନ୍‌ସା କଲେଜରେ ଅର୍ଥନୀତି ପଢ଼ିଲି । ସମୟକ୍ରମେ ଏମ୍‌.ଏ. ସାରିଲି। କଟକରେ ରହୁଥିବା ବେଳେ ଅନ୍ନପୂର୍ଣ୍ଣା ଥିଏଟର ଓ ଜନତା ରଙ୍ଗମଞ୍ଚ ଏବଂ କଳାବିକାଶ କେନ୍ଦ୍ର ଆଦିକୁ ବୁଲି ଯାଉଥିଲି। ବିଭିନ୍ନ ନାଟକ ଦେଖୁଥିଲି। ନାଟକ ଦେଖିବାର ନିଶା ମୋ ମନରେ କ୍ଷୁଦ୍ରନାଟକ ଲେଖିବା ପାଇଁ ଆଗ୍ରହ ସୃଷ୍ଟି କରିଥିଲା। ଆକାଶବାଣୀରେ ବେତାର ନାଟକ ଭାବେ ‘ଉର୍ମୀ’, ‘ପାଷାଣଜ୍ୟୋତ୍ସ୍ନା’, ‘ସାବରମତିରୁ ରାଜଘାଟଯାଏ’, ‘ସହର ସୁନ୍ଦରୀ’, ‘କନ୍ୟାଦାନ’, ‘ଅନେକପଥ’, ‘ଦୁଃଖସରେନାହିଁ’ ଆଦି ପ୍ରସାରଣ କରାଯିବାରୁ ମୋର ଏକ ଭିନ୍ନ ପରିଚୟ ସୃଷ୍ଟିହେଲା। କିନ୍ତୁ ଅର୍ଥନୀତିରେ ପାଠପଢ଼ି ଥିବାରୁ ଭବିଷ୍ୟତରେ ଜଣେ ବ୍ୟାଙ୍କ ଅଫିସର ହେବି ବୋଲି ଆଶା ଥିଲା । ହେଲେ ୧୯୭୫ରେ ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗଦେଲି। ପ୍ରଥମେ ବୌଦ୍ଧ ଜିଲାରେ ମୋର ଚାକିରି ଜୀବନ ଆରମ୍ଭ ହୋଇଥିଲା ଜଣେ ସବ୍‌ଡିଭିଜନାଲ ଅଫିସର ଭାବେ। ପରେ କୋରାପୁଟ ଜିଲାର ଖଇରପୁଟ ବ୍ଲକ ବିଡିଓ ହେଲି। ତା’ପରେ ଜଗତ୍‌ସିଂହପୁର ବାଲିକୁଦା ବ୍ଲକରେ ବିଡିଓ ଭାବେ କାର୍ଯ୍ୟ କଲି। ଏମିତିରେ ପ୍ରାୟ ୨୦ଟି ଜିଲାର କେତେକ ଅଞ୍ଚଳରେ ସରକାରୀ ଅଧିକାରୀଭାବେ କାର୍ଯ୍ୟ କରିଥିଲି। ଚାକିରି ଜୀବନରେ ବିଭିନ୍ନ ସ୍ଥାନକୁ ଭ୍ରମଣରେ ଯାଉଥିବାରୁ ବିଭିନ୍ନ ଅଞ୍ଚଳର ଭାଷା, ସାହିତ୍ୟ ଓ ଲୋକସଂସ୍କୃତିକୁ ଜାଣିବାର ସୌଭାଗ୍ୟ ଅର୍ଜନ କଲି। ବିଭିନ୍ନ ଘଟଣା ସମ୍ପର୍କରେ ଅବଗତ ହେଲି। ଅନେକ ଅନୁଭୂତି ମୋ ଭିତରେ ଠୁଳ ହେଲା। ଲେଖିବାକୁ ଇଚ୍ଛା ହେଉଥିବାରୁ ଲେଖିଚାଲିଛି। ବିଶେଷକରି ଆଦିବାସୀଙ୍କ ଜନଜୀବନର ଘଟଣାକୁ ନେଇ ଏକାଧିକ ଗଳ୍ପ, କବିତା ଓ ନାଟକ ଲେଖିସାରିଛି। ଗୋଟିଏ କଥା ମନେପଡ଼ୁଛି। ଚାକିରି ସମୟରେ ବୌଦ୍ଧଜିଲାରେ ରହିଥିବା ବେଳେ ଥରେ ଏକ ନିର୍ବାଚନ ବେଳେ କଂସାଗରା ଏକ ଆଦିବାସୀ ଗାଁକୁ ଯାଇଥିଲି।

ଏଠାରେ ପହଞ୍ଚିଲା ପରେ, ଜଣେ ବ୍ୟକ୍ତି ହଠାତ୍‌ ମୋ ପାଖକୁ ଆସି ମତେ ପଚାରିଥିଲେ, ସାର୍‌ ଯାହାକୁ ଆମେ ନେତା ବାଛିବୁ, ସିଏ ଆମ ପରିବାରର ଉନ୍ନତି କରିବ ତ? ତାଙ୍କ ଅସହାୟତା ମତେ ବ୍ୟତିବ୍ୟସ୍ତ କରିପକାଇଲା। ତାକୁ ନେଇ ଗୋଟିଏ କବିତା ଓ ଗୋଟିଏ ଗପଟିଏ ଲେଖିଥିଲି। ଏହିକଥା ଏବେବି ମୋ ମନକୁ ଆନ୍ଦୋଳିତ କରେ। ମୁଁ ଲେଖିଥିବା ୮ଟି କବିତା ସଙ୍କଳନ ମଧ୍ୟରେ ‘ସତ୍ୟପାଠ’, ‘ସମୟର ଛବିଦେଖା’, ‘ପାଣିରେ ଘର ଓ ଗାଁ’, ‘କୁତବମୀନାର କାନ୍ଦି ପାରେନା’, ‘ବାଟବଣା ନଦୀ’, ‘ମୁଁ ଖଣ୍ଡେ ଭାସମାନ ମେଘ’, ‘ହୃଦୟ କୁଞ୍ଜ’, ‘ତାରିଖ ବଦଳି ଯାଏ’ ଆଦି ପୁସ୍ତକ ପ୍ରକାଶିତ ହୋଇସାରିଛି। ୪୦ବର୍ଷ ଧରି ଲେଖାଲେଖି ଅଭ୍ୟାସ ଜାରି ରହିଛି। ଏଥିରେ ଆନନ୍ଦ ପାଉଛି। ରଚନା କରିଥିବା ବିଭିନ୍ନ ନାଟକଗୁଡିକ ଓଡ଼ିଶାର କେତୋଟି ସୌଖୀନ ରଙ୍ଗମଞ୍ଚର କଳାକାରମାନଙ୍କ ଦ୍ୱାରା ମଞ୍ଚସ୍ଥ ହୋଇସାରିଛି। ପୁଣି କେତେକ ନାଟକ କଟକ ଆକାଶବାଣୀ ଏବଂ ଦୂରଦର୍ଶନରେ ପ୍ରସାରିତ ହୋଇଛି। ଅନ୍ୟପକ୍ଷେ ‘ରାଜପୁତ୍ରର ଲୁହ’, ‘ହେ ରାମ’, ‘ଇତିହାସର ପ୍ରଥମ ପୃଷ୍ଠା’ ଆଦି ଗଳ୍ପ ଏବଂ ‘ଲକ୍ଷ୍ମଣ ନାୟକ’, ‘ବିର୍ସାମୁଣ୍ଡା’, ‘ହେ ଗାନ୍ଧୀ ବିଦାୟ’ ଆଦି ବିଭିନ୍ନ ପ୍ରସଙ୍ଗରେ ମୁଁ ଲେଖିଛି। ଏହାଛଡ଼ା ଏକ ତ୍ରୈମାସିକ ସାହିତ୍ୟ ପତ୍ରିକା ମନୀଷାକୁ ଦୀର୍ଘ ୧୨ବର୍ଷ ଧରି ସମ୍ପାଦନା କରିଆସୁଛି। ପୁରସ୍କାର ଭାବେ ଗୋକର୍ଣ୍ଣିକା ସାହିତ୍ୟ ସମ୍ମାନ, ବେଦବ୍ୟାସ ସାହିତ୍ୟ ସମ୍ମାନ, ପରାଗ ପୁରସ୍କାର, ବୈଶାଖୀ ସାହିତ୍ୟ ଆଦି ଏକାଧିକ ସମ୍ମାନ ଓ ପୁରସ୍କାର ମିଳିସାରିଛି। ପରିବାର କହିଲେ ମୋର ଗୋଟିଏ ପୁଅ, ଏକମାତ୍ର ଝିଅ ଏବଂ ପତ୍ନୀଙ୍କୁ ନେଇ ଭୁବନେଶ୍ୱରରେ ରହୁଛି। ମୋର ଗୋଟିଏ ଇଛା ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି। -ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri