ଖିମ୍‌ଜୀ ଜୁଏଲର୍ସର ବୈକୁଣ୍ଠ କଲେକ୍ସନ

ଭୁବନେଶ୍ୱର,୧୮।୬ (ଅଭୟ ଦାଶ): ରାଜ୍ୟର ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସର ବହୁ ପ୍ରତୀକ୍ଷିତ ତଥା ସୂକ୍ଷ୍ମ ଅଳଙ୍କାରର ବ୍ୟାପକ ଡିଜାଇନ ‘ବୈକୁଣ୍ଠ କଲେକ୍ସନ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷର ପବିତ୍ର ରଥଯାତ୍ରା ଉପଲକ୍ଷେ ଖିମ୍‌ଜୀ ଜୁଏଲର୍ସର ସ୍ବତନ୍ତ୍ର ଉତ୍ପାଦ ‘ବୈକୁଣ୍ଠ କଲେକ୍ସନ’ର ସୀମିତ ସଂଗ୍ରହକୁ ଶନିବାର ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ଏପରିକି ପ୍ରତିଷ୍ଠାନର ଅଭିଜ୍ଞ କାରିଗରଙ୍କର ସ୍ବତନ୍ତ୍ର କାରିଗରିରେ ତିଆରି ହୋଇଥିବା ଉପରୋକ୍ତ ସଂଗ୍ରହଗୁଡ଼ିକୁ ଗ୍ରାହକମାନେ ଖିମ୍‌ଜୀ ଜୁଏଲର୍ସର ଭୁବନେଶ୍ୱର, ପୁରୀ ଏବଂ କଟକସ୍ଥିତ ଶୋ’ରୁମ୍‌ଗୁଡିକରେ ୨୦୨୩ ଜୁନ୍‌ ୩୧ ମଧ୍ୟରେ କ୍ରୟ କରିପାରିବେ। ସେହିଭଳି ବିଶ୍ୱପ୍ରସିଦ୍ଧ ରଥଯାତ୍ରାରୁ ଖିମ୍‌ଜୀର ବୈକୁଣ୍ଠ କଲେକ୍ସନ ପ୍ରେରିତ ହୋଇଛି। ଏପରିକି ହୃଦୟରୁ କାରିଗରି କରାଯାଇଥିବା ଉକ୍ତ ସଂଗ୍ରହ ମହାପ୍ରଭୁଙ୍କ ଭକ୍ତମାନଙ୍କର ନିକଟତର କରି ରଖିବ ବୋଲି ଆଶା କରାଯାଉଛି।
ଏ ସମ୍ପର୍କରେ ଖିମ୍‌ଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ କହିଛନ୍ତି, ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେଉଛି ଓଡ଼ିଶାବାସୀଙ୍କ ପାଇଁ ଏକ ଧାର୍ମିକ ଏବଂ ଭକ୍ତିର ମହାପର୍ବ। ବର୍ଷକୁ ଥରେ ଭକ୍ତମାନେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅତି ନିକଟତର ହେବାର ଅପାର ସୁଯୋଗ ପାଇଥାନ୍ତି। ବିଶେଷକରି ଭକ୍ତି ଏବଂ ଭାବ ଓ ଆଧ୍ୟାମତ୍ିକତାର ଏହି ଉସତ୍ବ ପାଇଁ ଆମର ବୈକୁଣ୍ଠ କଲେକ୍ସନ ଉସତ୍ଗୀକୃତ। ଆମର ଗ୍ରାହକମାନେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସେମାନଙ୍କ ହୃଦୟର ନିକଟତର କରିବା ଏବଂ ଆଶୀର୍ବାଦ ନେବା ପାଇଁ ସାହାଯ୍ୟ କରିବ।
ଉଲ୍ଲେଖଯୋଗ୍ୟ, ‘ବୈକୁଣ୍ଠ କଲେକ୍ସନ’ କେବଳ ସୀମିତ ସମୟ ପାଇଁ ଖିମ୍‌ଜୀ ଜୁଏଲର୍ସର ଭୁବନେଶ୍ୱର, ପୁରୀ, ଚନ୍ଦ୍ରଶେଖରପୁର ଏବଂ କଟକ ସ୍ଥିତ ଶୋରୁମ୍‌ରେ ଉପଲବ୍ଧ। ଏପରିକି ଗ୍ରାହକମାନେ ଏହି ସ୍ବତନ୍ତ୍ର ଅଳଙ୍କାର ମାଧ୍ୟମରେ ରଥଯାତ୍ରାକୁ ଭକ୍ତି ଏବଂ ଉସତ୍ାହ ସହ ପାଳନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri