କେନ୍ଦ୍ରାପଡ଼ାରେ ଶିଳ୍ପ ସ୍ବପ୍ନ ଦେଖାଇଲେ ବୈଜୟନ୍ତ

କେନ୍ଦ୍ରାପଡା, ୨ା୪ (ଜଗନ୍ନାଥ ଧଳ):କର୍ମନିଯୁକ୍ତି କେନ୍ଦ୍ରାପଡ଼ା ଜିଲା ପାଇଁ ଏକ ବଡ଼ ସମସ୍ୟା। ଏହାର ସମାଧାନ ପାଇଁ ଜିଲାରେ ଶିଳ୍ପ ଆବଶ୍ୟକ। ଲୋକ ସଭାରେ ଏ ନେଇ ନିଶ୍ଚିତ ଭାବେ ସ୍ବର ଉଠାଯିବ ବୋଲି ଭାଜପାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକ ସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା କହିଛନ୍ତି। ଭାଜପା ପକ୍ଷରୁ ଲୋକ ସଭା ପାଇଁ ପ୍ରାର୍ଥୀ ହେବା ପରେ ସେ ସୋମବାର ସନ୍ଧ୍ୟାରେ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରି ସଂସଦୀୟ କ୍ଷେତ୍ରରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ପ୍ରାର୍ଥିତ୍ୱ ସମ୍ପର୍କରେ ସେ କହିଛନ୍ତି ଯେ ଏହି ନିର୍ବାଚନ କ୍ଷେତ୍ରରେ ଏମ୍‌ପି ଥିବା ବେଳେ ଜିଲାରେ ରେଳପଥ କାର୍ଯ୍ୟକାରୀ ପାଇଁ ଉଦ୍ୟମ କରିଥିଲେ। ଫଳସ୍ବରୂପ ଏବେ ପଣ୍ୟ ପରିବହନ ସହ ଯାତ୍ରୀବାହୀ ରେଳ ଚଳାଚଳ କରୁଛି। ଗତ ୫ବର୍ଷ ଧରି ଏହି ଜିଲାର ଉନ୍ନୟନ କାର୍ଯ୍ୟ ଠପ ହୋଇପଡିଛି। ଏହି ସଂସଦୀୟ କ୍ଷେତ୍ର ସହ ଭାଜପା ୪୦୦ରୁ ଅଧିକ ସିଟ୍‌ ଜିଣିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲହରି ଏବେ ଚାଲିଛି। ଓଡ଼ିଶା ରାଜ୍ୟରେ ଭାଜପା ସରକାର ଗଠନ କରିବାକୁ ଯାଉଛି। ଏଠାରେ କର୍ମନିଯୁକ୍ତି ନାହିଁ। ଶିଳ୍ପ ଦ୍ୱାରା ଏହାର ସମାଧାନ ହୋଇପାରିବ। ସେହିପରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାଗୁଡ଼ିକ ଏଠାରେ କାର୍ଯ୍ୟକାରୀ ହେଲେ ରାଜ୍ୟବାସୀ ଉପକୃତ ହେବେ। ଆୟୁଷ୍ମାନ ଭାରତ ପରି ଯୋଜନାକୁ ଓଡ଼ିଶାରେ ଅଣଦେଖା କରାଯାଉଛି। ରାଜ୍ୟରେ ଭାଜପା ସରକାର ଆସିଲେ କେନ୍ଦ୍ରୀୟ ଯୋଜନା ଲାଗୁ ହେବ ବୋଲି ଏହି ଅବସରରେ ଗଣମାଧ୍ୟମକୁ ସେ ସୂଚନା ଦେଇଥିଲେ। ଅପରାହ୍ନ ୩ଟାରୁ ଅନେକ ହଜାର ସମର୍ଥକଙ୍କ ସହ ଡେରାବିଶ ବ୍ଲକ ଚାନ୍ଦୋଳ ବଜାରଠାରୁ ଦୁହୁରିଆ ପର୍ଯ୍ୟନ୍ତ ବାଇକ୍‌ ରାଲି ହୋଇଥିଲା। ଏହି ରାଲିରେ ଜିଲା ସଭାପତି କିଶୋର ଚନ୍ଦ୍ର ପଣ୍ଡାଙ୍କ ସମେତ ଜିଲାର ସମସ୍ତ କର୍ମକର୍ତ୍ତା ଓ ବରିଷ୍ଠ ନେତା ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri