କେନ୍ଦ୍ରାପଡ଼ାରେ ଶିଳ୍ପ ସ୍ବପ୍ନ ଦେଖାଇଲେ ବୈଜୟନ୍ତ

କେନ୍ଦ୍ରାପଡା, ୨ା୪ (ଜଗନ୍ନାଥ ଧଳ):କର୍ମନିଯୁକ୍ତି କେନ୍ଦ୍ରାପଡ଼ା ଜିଲା ପାଇଁ ଏକ ବଡ଼ ସମସ୍ୟା। ଏହାର ସମାଧାନ ପାଇଁ ଜିଲାରେ ଶିଳ୍ପ ଆବଶ୍ୟକ। ଲୋକ ସଭାରେ ଏ ନେଇ ନିଶ୍ଚିତ ଭାବେ ସ୍ବର ଉଠାଯିବ ବୋଲି ଭାଜପାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକ ସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା କହିଛନ୍ତି। ଭାଜପା ପକ୍ଷରୁ ଲୋକ ସଭା ପାଇଁ ପ୍ରାର୍ଥୀ ହେବା ପରେ ସେ ସୋମବାର ସନ୍ଧ୍ୟାରେ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରି ସଂସଦୀୟ କ୍ଷେତ୍ରରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ପ୍ରାର୍ଥିତ୍ୱ ସମ୍ପର୍କରେ ସେ କହିଛନ୍ତି ଯେ ଏହି ନିର୍ବାଚନ କ୍ଷେତ୍ରରେ ଏମ୍‌ପି ଥିବା ବେଳେ ଜିଲାରେ ରେଳପଥ କାର୍ଯ୍ୟକାରୀ ପାଇଁ ଉଦ୍ୟମ କରିଥିଲେ। ଫଳସ୍ବରୂପ ଏବେ ପଣ୍ୟ ପରିବହନ ସହ ଯାତ୍ରୀବାହୀ ରେଳ ଚଳାଚଳ କରୁଛି। ଗତ ୫ବର୍ଷ ଧରି ଏହି ଜିଲାର ଉନ୍ନୟନ କାର୍ଯ୍ୟ ଠପ ହୋଇପଡିଛି। ଏହି ସଂସଦୀୟ କ୍ଷେତ୍ର ସହ ଭାଜପା ୪୦୦ରୁ ଅଧିକ ସିଟ୍‌ ଜିଣିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲହରି ଏବେ ଚାଲିଛି। ଓଡ଼ିଶା ରାଜ୍ୟରେ ଭାଜପା ସରକାର ଗଠନ କରିବାକୁ ଯାଉଛି। ଏଠାରେ କର୍ମନିଯୁକ୍ତି ନାହିଁ। ଶିଳ୍ପ ଦ୍ୱାରା ଏହାର ସମାଧାନ ହୋଇପାରିବ। ସେହିପରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାଗୁଡ଼ିକ ଏଠାରେ କାର୍ଯ୍ୟକାରୀ ହେଲେ ରାଜ୍ୟବାସୀ ଉପକୃତ ହେବେ। ଆୟୁଷ୍ମାନ ଭାରତ ପରି ଯୋଜନାକୁ ଓଡ଼ିଶାରେ ଅଣଦେଖା କରାଯାଉଛି। ରାଜ୍ୟରେ ଭାଜପା ସରକାର ଆସିଲେ କେନ୍ଦ୍ରୀୟ ଯୋଜନା ଲାଗୁ ହେବ ବୋଲି ଏହି ଅବସରରେ ଗଣମାଧ୍ୟମକୁ ସେ ସୂଚନା ଦେଇଥିଲେ। ଅପରାହ୍ନ ୩ଟାରୁ ଅନେକ ହଜାର ସମର୍ଥକଙ୍କ ସହ ଡେରାବିଶ ବ୍ଲକ ଚାନ୍ଦୋଳ ବଜାରଠାରୁ ଦୁହୁରିଆ ପର୍ଯ୍ୟନ୍ତ ବାଇକ୍‌ ରାଲି ହୋଇଥିଲା। ଏହି ରାଲିରେ ଜିଲା ସଭାପତି କିଶୋର ଚନ୍ଦ୍ର ପଣ୍ଡାଙ୍କ ସମେତ ଜିଲାର ସମସ୍ତ କର୍ମକର୍ତ୍ତା ଓ ବରିଷ୍ଠ ନେତା ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ବାମଦେଇ ଠାକୁରାଣୀ ଯାତ୍ରା ଆରମ୍ଭ ଉତ୍ସବମୁଖର ବମକୋଇ

ଦିଗପହଣ୍ଡି,୮ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବମକୋଇ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ବାମଦେଇ ଠାକୁରାଣୀଙ୍କ ୭ ଦିନିଆ ଯାତ୍ରା ମହୋତ୍ସବ ଶୁକ୍ରବାର ଆରମ୍ଭ ହୋଇଛି…

ପ୍ରଧାନମନ୍ତ୍ରୀଙ୍କ ଅଙ୍ଗ, ବଙ୍ଗ, କଳିଙ୍ଗ ମିଶନ ପୂରା: ଓଡ଼ିଶାବାସୀଙ୍କ ପାଇଁ ଦ୍ବିତୀୟ ଘର କୋଲକାତା କହିଲେ…

ଭୁବନେଶ୍ୱର,୮।୫: ବଙ୍ଗ ବିଜୟ ଅବିସ୍ମରଣୀୟ ଯାତ୍ରା କହିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି,୨୦୧୧ରେ ୩ ଆସନରୁ ୨୦୨୬ରେ ୨୦୦ ପାର୍‌ ଏକ ଅବିସ୍ମରଣୀୟ ଯାତ୍ରା।…

ପରାଜୟ ପାଇଁ ଅନ୍ୟକୁ ଦୋଷ ନ ଦେଇ କଂଗ୍ରେସ ଆତ୍ମଚିନ୍ତନ କରୁ: ଶାହା

କୋଲକାତା,୮।୫: କୋଲକାତାରେ ଭାଜପା ବିଧାୟକ ଦଳ ବୈଠକରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସମ୍ବୋଧିତ କରି ବିରୋଧୀଙ୍କ ଭୋଟ ଚୋରି ଅଭିଯୋଗକୁ ନେଇ ରାହୁଲ ଗାନ୍ଧୀଙ୍କ…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରି ବଡ଼ ବୟାନ ଦେଲେ ଶାହା, ସବୁଠୁ ବଡ଼ ବିଜୟ…

କୋଲକାତା,୮।୫: କୋଲକାତାରେ ଭାଜପା ବିଧାୟକ ଦଳ ବୈଠକରେ ପଶ୍ଚିମବଙ୍ଗ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭାଜପା ବିଧାୟକ ଦଳ ନେତା ଭାବେ…

ବଙ୍ଗଳାର ନୂଆ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା ହେଉ ହେଉ ଶୁଭେନ୍ଦୁଙ୍କ ପ୍ରଥମ ପ୍ରତିକ୍ରିୟା, ରାଜନୀତିରେ ହଲଚଲ

କୋଲକାତା,୮।୫: ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ହେବେ। ଭାଜପା ବିଧାୟକ ଦଳର ବୈଠକରେ ତାଙ୍କୁ ନେତା ଭାବରେ ନିର୍ୱାଚିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ପଦ ପାଇଁ ତାଙ୍କ…

ପଶ୍ଚିମବଙ୍ଗକୁ ମିଳିଲା ଆଉ ଜଣେ ଅବିବାହିତ ମୁଖ୍ୟମନ୍ତ୍ରୀ, ବିବାହ କରିନାହାନ୍ତି ଶୁଭେନ୍ଦୁ, ତାଙ୍କ ପୂର୍ବରୁ ୪… 

କୋଲକାତା, ୮।୫: ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଭାରତୀୟ ଜନତା ପାର୍ଟି (ଭାଜପା) ଶୁଭେନ୍ଦୁ ଅଧିକାରୀଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଶୁଭେନ୍ଦୁ ଯଜ୍ଞଙ୍କୁ ଆସିଛି ଡକରା

ବଞ୍ଚୋ,୮।୫(ପ୍ରଦୋଷ ବିଶ୍ୱାଳ): ପଶ୍ଚିମବଙ୍ଗରେ ଶନିବାର ଭାଜପା ସରକାର ଗଠନ କରିବ। ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବିଧାୟକ ଦଳ ବୈଠକ ପରେ ସ୍ବରାଷ୍ଟ…

ବଙ୍ଗଳାର ସିଏମ ହେବାପରେ ଶୁଭେନ୍ଦୁଙ୍କୁ ମାସକୁ ମିଳିବ କେତେ ଦରମା? କାଲିଠୁ ବଙ୍ଗର ଧରିବେ ମଙ୍ଗ

କୋଲକାତା,୮।୫: ପଶ୍ଚିମବଙ୍ଗ ରାଜନୀତିରେ ଏକ ନୂତନ ଯୁଗର ଆରମ୍ଭ ହେଉଛି। ଏକ ଐତିହାସିକ ବିଜୟ ପରେ, ଭାରତୀୟ ଜନତା ପାର୍ଟି (ବିଜେପି) ଶୁଭେନ୍ଦୁ ଅଧିକାରୀଙ୍କୁ ତାଙ୍କ ବିଧାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri