ବାହୁଡ଼ିବେ ମହାବାହୁ

ପୁରୀ ଅଫିସ, ୨୦।୭: ମଙ୍ଗଳବାର ବାହୁଡ଼ା ଯାତ୍ରା। ଜନ୍ମବେଦି ଛାଡ଼ି ଦାରୁଦିଅଁ ଶ୍ରୀମନ୍ଦିର ରତ୍ନବେଦିକୁ ଫେରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ରଥ ଓ ପଥ ପ୍ରସ୍ତୁତ ହୋଇଥିବାବେଳେ ସେବାୟତମାନେ ରଥ ଟାଣିନେବାକୁ ଅପେକ୍ଷା କରି ରହିଛନ୍ତି। ବିନା ଭକ୍ତରେ ବାହୁଡ଼ା ଯାତ୍ରା ହେବ। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାରଙ୍କ ଅଧ୍ୟକ୍ଷତାରେ ସୋମବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ସମର୍ଥ ବର୍ମା ଏବଂ ଏସ୍‌ପି କନୱର ବିଶାଲ ସିଂଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଶୃଙ୍ଖଳିତ ବାହୁଡ଼ା ଯାତ୍ରା ଓ ନିର୍ଦ୍ଧାରିତ ସମୟରେ ନୀତିକାନ୍ତି ସମେତ ସୁନାବେଶ ପ୍ରସଙ୍ଗରେ ଅଧିକାରୀମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ବାହୁଡ଼ା ଯାତ୍ରା ଦିନ ଭୋର ୪ଟାରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଆରମ୍ଭ ହେବ। ୫ଟାରେ ଅବକାଶ ପୂଜା ସରିବ। ପରବର୍ତ୍ତୀ ନୀତିକାନ୍ତି ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପନ୍ନ ହୋଇ ମଧ୍ୟାହ୍ନ ୧୨ଟାରେ ପହଣ୍ଡି ଆରମ୍ଭ ହେବ। ଅପରାହ୍ନ ୨ଟା ୩୦ ସୁଦ୍ଧା ପହଣ୍ଡି ସରି ୩ଟା ୩୦ ପର୍ଯ୍ୟନ୍ତ ଛେରାପହଁରା ନୀତି ହେବ। ଚାରମାଳ ଫିଟିବା ଓ ଘୋଡ଼ା ଲାଗିବା କାର୍ଯ୍ୟ ୩ଟାରେ ଆରମ୍ଭ ହୋଇ ୪ଟା ସୁଦ୍ଧା ସରିବ। ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ। କେବଳ ସେବାୟତମାନେ ରଥ ଟାଣିବେ। ପ୍ରଶାସନ ପକ୍ଷରୁ ସେବାୟତଙ୍କ ପାଇଁ ରଥଯାତ୍ରା ଭଳି ସମସ୍ତ ବ୍ୟବସ୍ଥା କରାଯିବ।
ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ବାହୁଡ଼ା ଯାତ୍ରା ଓ ସୁନାବେଶ ପ୍ରସଙ୍ଗରେ ଏହି ବୈଠକ ହୋଇଥିଲା।

ରଥଯାତ୍ରାରେ ବିଭିନ୍ନ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ବାହୁଡ଼ା ଯାତ୍ରା ଓ ସୁନାବେଶରେ ମଧ୍ୟ ନିଆଯିବ। ମଙ୍ଗଳବାର ଟାଣଖରା ହେବାର ସମ୍ଭାବନା ଅଧିକ ଥିବାରୁ ପାନୀୟଜଳ, ଓଆର୍‌ଏସ୍‌ ବ୍ୟବସ୍ଥା ହୋଇଛି। ସେବାୟତମାନେ ଖାଲିପାଦରେ ରଥ ଟାଣୁଥିବାରୁ ବଡ଼ଦାଣ୍ଡରେ ଜଳ ସିଞ୍ଚନ କରିବା ପାଇଁ ପିଏଚ୍‌ଡି ଏବଂ ଅଗ୍ନିଶମ ବାହିନୀକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଟାଟା ପାୱାର କମ୍ପାନୀକୁ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଇବାକୁ କୁହାଯାଇଛି। ବିଭାଗୀୟ ଅଧିକାରୀମାନଙ୍କୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ସମସ୍ତ କଟକଣା ମାନି ଜନସାଧାରଣ ଘରେ ରହି ରଥଯାତ୍ରା ଦେଖିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ସେହିପରି ଏସ୍‌ପି କହିଛନ୍ତି, ବଡ଼ଦାଣ୍ଡ ଉଭୟ ପାର୍ଶ୍ୱରେ ଥିବା ଲଜ୍‌ ଓ ହୋଟେଲକୁ ଖାଲି କରାଯାଇଛି। ଆସନ୍ତା ୨୧ ତାରିଖ ରାତ୍ର ୮ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ହୋଇଥିବାରୁ ଏହି ସମୟ ମଧ୍ୟରେ କାହାରିକୁ ହୋଟେଲ୍‌, ଧର୍ମଶାଳା ଓ ଲଜ୍‌ ଇତ୍ୟାଦିରେ ନ ରଖିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଅନଧିକାର ପ୍ରବେଶ ନେଇ ସୂଚନା ମିଳିଲେ ପୁରୀ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ବାହୁଡ଼ାରେ ଅନଧିକାର ପ୍ରବେଶ ରୋକିବା ପାଇଁ ପୁରୀ ପୋଲିସ ନୂଆ ପନ୍ଥା ଆପଣାଇଛି। ଅମାନିଆଙ୍କ ଉପରେ ୨୨ଟି ଟିମ୍‌ ନଜର ରଖିବେ। ବଡଦାଣ୍ଡ ଉଭୟ ପାର୍ଶ୍ୱରେ ୧୧ଟି ଲେଖାଏ ଟିମ୍‌ ରହିବେ। ପ୍ରତି ଟିମ୍‌ରେ ମାଜିଷ୍ଟ୍ରେଟ୍‌, ଭିଡିଓଗ୍ରାଫର୍‌, ମେଗାଫୋନ୍‌ ଓ ପୋଲିସ କର୍ମଚାରୀ ନିୟୋଜିତ ହେବେ। ତିନି ରଥ ପାଖରେ ୩ଟି ଚେକିଂ ଟିମ୍‌ ରହିବା ସହ ବଡ଼ଦାଣ୍ଡରେ ଅନବରତ ଭ୍ରମଣ କରିବେ। କାହାରି ଉପରେ ସନ୍ଦେହ ହେଲେ ତୁରନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯିବ। ଭିଡିଓଗ୍ରାଫର୍‌ ଯେକୌଣସି ସ୍ଥାନରେ ବୁଲୁଥିବା ଲୋକଙ୍କ ଫଟୋ ଓ ଭିଡିଓ ଉତ୍ତୋଳନ କରିବେ। ଅମାନିଆ ଏବଂ ବାହାର ଲୋକେ ଯେଭଳି ପୋଲିସ ନଜରରୁ ଖସି ନ ଯିବେ ସେଥିଲାଗି ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି। ପୁରୀ ସହରରେ ସୋମବାର ରାତ୍ର ୮ରୁ କର୍ଫ୍ୟୁ ଜାରି ହୋଇଥିବାବେଳେ ୨୧ ତାରିଖ ରାତ୍ର ୮ଟା ପର୍ଯ୍ୟନ୍ତ ବଳବତ୍ତର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri