ବାହାରିନ୍‌ରେ ଫାଇଜର-ବାୟୋଏନ୍‌ଟେକ୍‌ ଟିକାକୁ ମଞ୍ଜୁରୀ

ମାନାମା,୫।୧୨: ବ୍ରିଟେନ ପରେ ଏବେ ପୃଥିବୀର ଦ୍ୱିତୀୟ ରାଷ୍ଟ୍ର ଭାବେ ବାହାରିନ୍‌ରେ ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଟିକାକୁ ମଞ୍ଜୁରୀ ଦିଆଯାଇଛି। ଏନେଇ ବାହାରିନ୍‌ର ନ୍ୟାଶନାଲ ହେଲ୍‌ଥ ରେଗୁଲେଟାରୀ ଅଥରିଟୀର ସିଇଓ ମାରିଆମ୍‌ ଅଲ୍‌-ଝାଲହାମାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏସମ୍ପର୍କିତ ଖବର ବାହାରିନ୍‌ ନ୍ୟୁଜ୍‌ ଏଜେନ୍ସିରେ ପ୍ରକାଶ ପାଇଛି। ତେବେ କେବେଠାରୁ ଦେଶରେ କରୋନା ଟିକା ଦିଆଯିବା ଆରମ୍ଭ ହେବ ସେ ନେଇ କୌଣସି ସୂଚନା ମାରିଆମ୍‌ ଦେଇ ନ ଥିବା କୁହାଯାଉଛି। ଫାଇଜର ଟିକା କରୋନା ଭୁତାଣୁ ବିରୋଧରେ ୯୫ ପ୍ରତିଶତରୁ ଅଧିକ ସୁରକ୍ଷା ପ୍ରଦାନ କରିବାକୁ ସକ୍ଷମ ହେଉଥିବା କୁହାଯାଉଛି। ଟିକା ଉପଲବ୍ଧ ପାଇଁ ଜର୍ମାନୀର ବାୟୋଫାର୍ମାସି୍ୟଟିକାଲ କମ୍ପାନୀ ବାୟୋଏନ୍‌ଟେକ୍‌ ଏହାର ଆମେରିକା ସହଯୋଗୀ ଫାଇଜର ଔପଚାରିକ ଭାବେ ବାହାରିନ୍‌ର ସ୍ବୀକୃତି ଲାଭ କରିବା ସହିତ ଖୁବ୍‌ ଶୀଘ୍ର ଟିକାକରଣ କରାଯିବ ବୋଲି ବାହାରିନ୍‌ର ନ୍ୟାଶନାଲ ହେଲ୍‌ଥ ରେଗୁଲେଟାରୀ ଅଥରିଟୀ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରିଲ୍ସ ନିଶାରେ ବନ୍ଧୁକ ଧରି ଡ୍ୟାନ୍ସ କଲେ କଂଗ୍ରେସ ବିଧାୟକ, ଭିଡିଓ ଭାଇରାଲ

ବେଙ୍ଗାଲୁରୁ,୧୧।୨: ବ୍ଲକବଷ୍ଟର ଫିଲ୍ମ ଧୁରନ୍ଧରର ଲୋକପ୍ରିୟ ଗୀତ ‘Fa9la’ ଉପରେ ଆଧାରିତ ଏକ ରିଲ ତିଆରି କରି ଜଣେ କଂଗ୍ରେସ ନେତା ଅଡୁଆରେ ଫସି ଯାଇଛନ୍ତି। କର୍ନାଟକ…

ବଳାତ୍କାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଏମିତି ଏକ ପ୍ରବନ୍ଧ ଲେଖିବାରୁ ଦଣ୍ଡ କମ୍‌ କରି ଦେଲେ ହାଇକୋର୍ଟ

ମୁମ୍ବାଇ,୧୧।୨: ବମ୍ବେ ହାଇକୋର୍ଟ ଜଣେ ନାବାଳିକା ଝିଅକୁ ବଳାତ୍କାର କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଆଜୀବନ କାରାଦଣ୍ଡକୁ ୧୨ ବର୍ଷକୁ ହ୍ରାସ କରିଛନ୍ତି।…

‘ବନ୍ଦେ ମାତରମ’କୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି: ଏଣିକି ଠିଆ ହେବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୧।୨: ବନ୍ଦେ ମାତରମ ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ବନ୍ଦେ ମାତରମ ପାଇଁ ଠିଆ…

ପାର୍କରେ ଦୁର୍ବୃତ୍ତଙ୍କ ଉନ୍ମକ୍ତ କାଣ୍ଡ: ୪୨ଟି ଗଛ ଭାଙ୍ଗି ଛାରଖାର କଲେ ପାର୍କ

ବଲାଙ୍ଗୀର, ୧୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ପାର୍କ ଭିତରେ ସୌନ୍ଦର୍ଯ୍ୟ ବୃଦ୍ଧି ସକାଶେ ଲଗାଯାଇଥିବା ୪୨ଟି ଗଛକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେବା ସହ କାଟି…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ମ୍ୟାଚ ସମୟରେ ହ୍ୟାଣ୍ଡସେକ୍‌ କରିବେ ଭାରତ-ପାକିସ୍ତାନ? ICC-PCB ବୈଠକରେ କ’ଣ ହେଲା ନିଷ୍ପତ୍ତି, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ପରସ୍ପରର ସାମ୍ନା କରିବେ ବୋଲି ନିଶ୍ଚିତ ହୋଇଛି। ପାକିସ୍ତାନ ପ୍ରଥମେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବାକୁ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

ମହିଳାଙ୍କୁ ମାଡ ମାରିବା ସହ ହାତ ଗୋଡ ବାନ୍ଧି, ଲୁଟିନେଲେ

ବୌଦ୍ଧ,୧୧।୨(ଅଜିତ କୁମାର ବାରିକ): ବୌଦ୍ଧ ଆଦର୍ଶ ଥାନା ଭାଲିଆପଦର୍‌ ଗ୍ରାମରେ ମଙ୍ଗଳବାର ରାତ୍ରିରେ ସଶସ୍ତ୍ର ଡକାୟତି ହୋଇଛି। ଗ୍ରାମର ଦେବବ୍ରତ ମିଶ୍ରଙ୍କ ଘରେ ଡକାୟତି କରିଛନ୍ତି ଦୁର୍ବୃତ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri