Categories: ରାଜ୍ୟ

ବାହାନଗା ରେଳ ଦୁର୍ଘଟଣା: ବଡ଼ ରାୟ ଦେଲେ କୋର୍ଟ, ଜାଣନ୍ତୁ ପୁରା ଖବର

ଭୁବନେଶ୍ୱର, ୧୭/୧୦: ଗତ ଜୁନ ମାସରେ ବାଲେଶ୍ୱରର ବାହାନଗା ବଜାର ଷ୍ଟେସନରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା ବର୍ତ୍ତମାନ ମଧ୍ୟ ଅଞ୍ଚଳବାସୀଙ୍କ ମନରୁ ଲିଭିନାହିଁ। ଦୁର୍ଘଟଣାରେ କ୍ଷତିଗ୍ରସ୍ଥ ହୋଇଥିବା କରମଣ୍ଡଳ ଏକ୍ସପ୍ରେସ, ଯଶବନ୍ତପୁର-ହାୱଡା ଏକ୍ସପ୍ରେସ୍ ଏବଂ ମାଲବାହି ଟ୍ରେନ ବଗି ଗୁଡିକୁ ନିଲାମ ହେବାକୁଯାଉଛି।

ମଙ୍ଗଳବାର ଏହି ମାମଲାର ଶୁଣାଣି କରି ଭୁବନେଶ୍ୱର ସେସନ କୋର୍ଟ ବିଚାରପତି ଟ୍ରେନର ଇଂଜିନ ସମେତ ୨୧ ବଗି ଏବଂ ମାଲବାହି ଟ୍ରେନର ୱାଗନକୁ ନିଲାମ କରିବାକୁ ନିର୍ଦେଶ ଦେଇଛନ୍ତି। ଉଭୟ ପକ୍ଷର ଦଲିଲ ଶୁଣିବା ପରେ କୋର୍ଟ ଏହି ରାୟ ଦେଇଛନ୍ତି।