ବାଘୁଣୀ ଅନିତା ଗୁରୁତର

ବାରଙ୍ଗ,୧୮ା୧୧(ଡି.ଏନ୍‌.ଏ.):ନନ୍ଦନକାନନରେ କଲରାପତରିଆ ବାଘୁଣୀ ଅନିତା ଅସୁସ୍ଥ ହୋଇପଡିଛି। ଅନିତା ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛି। ସେ କିଛିଦିନ ହେବ ଠିକ୍‌ ଭାବେ ଖାଦ୍ୟ ଗ୍ରହଣ ନ କରିବା ସହ ମଳତ୍ୟାଗ ମଧ୍ୟ କରୁ ନାହିଁ। ଯାହାକୁ ନେଇ ପ୍ରାଣୀ ଚିକିତ୍ସକଙ୍କ ଚିନ୍ତା ବଢିଯାଇଛି। ଫଳରେ ପ୍ରାଣୀ ଚିକିତ୍ସକମାନେ ତା’ର ଅଲଟ୍ରାସାଉଣ୍ଡ କରିବାରୁ ପେଟରେ ପାଣି ଜମିବା ସହ ଲିଭର୍‌ ସଂକ୍ରମଣ ହୋଇଥିବା ଜାଣିବାକୁ ପାଇଛନ୍ତି। ଅନିତାକୁ ବର୍ତ୍ତମାନ ଆଇସୋଲେଶନ ୱାର୍ଡରେ ରଖାଯାଇ ଚିକିତ୍ସା ଆରମ୍ଭ ହୋଇଛି।