ବଡ଼ଖେମୁଣ୍ଡି ରାଜକୁମାର ମୋହନ ପ୍ରସାଦ ଦେବଙ୍କ ପରଲୋକ; ରାଜ ଶ୍ମଶାନରେ ହେଲା ଅନ୍ତିମ ସଂସ୍କାର, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୧୬ା୯(ଅଶେଷ ନାଥ ମିଶ୍ର): ବଡ଼ଖେମୁଣ୍ଡି ରାଜକୁମାର ମୋହନ ପ୍ରସାଦ ଦେବଙ୍କ ଦେହାନ୍ତ ହୋଇଛି । ଗଞ୍ଜାମ ଜିଲାର ତତ୍କାଳୀନ ବଡ଼ଖେମୁଣ୍ଡି ରାଜ୍ୟର ଶେଷ ସମ୍ରାଟ ରାଜା ରାମଚନ୍ଦ୍ର ଦେବଙ୍କ ଚତୁର୍ଥ ପୁତ୍ର ରାଜକୁମାର ମୋହନ ପ୍ରସାଦ ଦେବଙ୍କ ୭୫ ବର୍ଷ ବୟସରେ ପରଲୋକ ହୋଇଛି । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ରାଜାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ଦିଗପହଣ୍ଡି ଓ ବ୍ରହ୍ମପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଜଣେ ସରଳ, ଭଦ୍ର, ମିଷ୍ଟଭାଷୀ ଓ ସେବାପରାୟଣ ବ୍ୟକ୍ତି ଭାବେ ସେ ନିଜ ଜୀବନକୁ ସମାଜସେବା, ସଂସ୍କୃତି ଓ ସାଙ୍ଗଠନିକ କାର୍ଯ୍ୟରେ ଉତ୍ସର୍ଗ କରିଥିଲେ। ତାଙ୍କର ଅମାୟିକ ବ୍ୟବହାର, ସରଳ ଜୀବନଶୈଳୀ ଓ ସମାଜ ପ୍ରତି ତାଙ୍କ ବହୁ  ଅବଦାନ ରହିଥିଲା। ସେ ବ୍ରହ୍ମପୁର ସହରର ଅନେକ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ଥିଲେ । ଦିଗପହଣ୍ଡି ସହରର ବହୁ ମଠ ମନ୍ଦିର ଧର୍ମ ଅନୁଷ୍ଠାନର ସେ ଅଗ୍ରଜ ପୁରୋଧା ଥିଲେ । ପୂର୍ବରୁ କିଛିବର୍ଷ ପୂର୍ବେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା।  ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ପ୍ରତିଷ୍ଠ ରେ ମଧ୍ୟ ମୋହନ ପ୍ରସାଦ ଙ୍କ ଯୋଗଦାନ ରହିଥିଲା। ତାଙ୍କ ବିୟୋଗରେ ଦିଗପହଣ୍ଡି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ତାଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ୱରରୁ ପ୍ରଥମେ ବ୍ରହ୍ମପୁର ସ୍ଥିତ ବଡ଼ଖେମୁଣ୍ଡି ରାଜବଙ୍ଗଳା ସ୍ଥିତ ବାସଭବନକୁ ନିଆଯାଇଥିଲା। ପରେ ବୁଧବାର ମଧ୍ୟାହ୍ନରେ ଦିଗପହଣ୍ଡି ରାଜବାଟୀକୁ ଅଣାଯାଇଥିଲା।ସେଠାରେ ବହୁସଂଖ୍ୟକ ସ୍ଥାନୀୟ ବାସିନ୍ଦା ଓ ଗଣ୍ୟମାନ୍ୟ ବ୍ୟକ୍ତିବୃନ୍ଦ  ରାଜକୁମାରଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଦିଗପହଣ୍ଡି ରାଜବାଟିରୁ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଓ ସମ୍ପର୍କୀୟ ତାଙ୍କ ପାର୍ଥିବ ଶରୀରକୁ ବିରାଟ ଶୋଭାଯାତ୍ରାରେ ନେଇ ସହରର ପୁଞ୍ଜିକଂୟା ଛକ ନିକଟ ରାଜ ଶ୍ମଶାନରେ ପହଞ୍ଚିଥିଲେ । ସେଠାରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କ ଭଣଜା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ, ସାନ ଭାଇ ସୁଶାନ୍ତ ପ୍ରସାଦ ଦେବ, କିଶୋର ପ୍ରସାଦ ଦେବ, ପୁତୁରା ସିଦ୍ଧାନ୍ତ ଗଙ୍ଗଦେବ, ଶ୍ରୀଧର ଦେବ, ସପନ ପ୍ରସାଦ ଦେବ, ସମ୍ପର୍କୀୟ ଅନିଲ ସିଂ ଦେବ, ଡ଼. ଦିବେନ୍ଦୁ ଦେବ, ଦେବାଶିଷ ଦେବ, ଦେବବ୍ରତ ଦେବ, ସ୍ଵର୍ଣ୍ଣ ଗଙ୍ଗଦେବ, ଜିତେନ୍ଦ୍ର ନାରାୟଣ ଦେବ ଏବଂ ମୋହନ ପ୍ରସାଦ ଦେବଙ୍କ ଜ୍ୟେଷ୍ଠପୁତ୍ର ଯଯାତି କେଶରୀ ଦେବଙ୍କ ଉପସ୍ଥିତିରେ କନିଷ୍ଠ ପୁତ୍ର ପୁରୁଷୋତ୍ତମ ଦେବ ମୁଖାଗ୍ନି ଦେଇଥିଲେ।

ତାଙ୍କ ମୃତ୍ୟୁରେ ଦିଗପହଣ୍ଡି ବିଧାୟକ ଡ.ସିଦ୍ଧାନ୍ତ ମହାପାତ୍ର , ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, ପୂର୍ବତନ ଅଧ୍ୟକ୍ଷ ଭି. ରବିନାରାୟଣ ରାଜୁ, ଉଦୟନାଥ ସ୍ବାଇଁ, ସାମାଜିକ କର୍ମୀ ଭି. ଶ୍ୟାମ ସୁନ୍ଦର ରାଜୁ, ବସନ୍ତ ପଟ୍ଟନାୟକ, ଆଇନଜୀବି ଅଶେଷ ନାଥ ମିଶ୍ର, ହର ପ୍ରସାଦ ରଥ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମାଟିରେ ମିଶିଲା ଇନ୍ଦ୍ରଗଡ଼ ପଞ୍ଚାୟତ କାର୍ଯ୍ୟାଳୟ

ରାଇକିଆ, ୧/୧୧ (ପ୍ରଦୀପ ବେହେରା): ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଥିବା ଇନ୍ଦ୍ରଗଡ଼ ପଞ୍ଚାୟତ ଉପରେ ଫୋକସ୍ କରିଛି କନ୍ଧମାଳ ଜିଲା ପ୍ରଶାସନ। ମାଣିକେଶ୍ୱର ପରେ ଏହି…

‘ପ୍ରତିବାଦ କରନ୍ତୁ, କିଛି କିଣାକିଣି ମଧ୍ୟ କରନ୍ତୁ, ରାଲି ପୂର୍ବରୁ ରାହୁଲ ଗାନ୍ଧୀଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧।୧୧: କଂଗ୍ରେସ ନେତୃତ୍ୱାଧୀନ ‘ଇଣ୍ଡିଆ’ (INDIA) ମେଣ୍ଟ ଦିଲ୍ଲୀର ରାମଲୀଳା ମୈଦାନରେ ଏକ ସମାବେଶ ଆୟୋଜନ କରିବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ପାଇଁ ଦଳ ପକ୍ଷରୁ ସମସ୍ତ…

କୋଟିଆ ଭୋଟରଙ୍କୁ ଜଗିବେ ୩ ଦଳ

କୋରାପୁଟ,୧।୧୧(ଅମିତାଭ ବେହେରା): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆକୁ ନେଇ ପୁଣି ରାଜନୈତିକ ତତ୍ପରତା ଦେଖିବାକୁ ମିଳିଛି। କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ର ପକ୍ଷରୁ ହେବାକୁ ଥିବା ନିର୍ବାଚନକୁ…

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ପ୍ରଦୂଷିତ ପରିବେଶ ପାଇଁ ବହୁ ଜୀବଜନ୍ତୁ ବିଲୁପ୍ତପ୍ରାୟ

ଆଜିକାଲିର ପ୍ରଦୂଷଣ ବୃଦ୍ଧି ମନୁଷ୍ୟକୃତ ଆଜିକାଲିର ପ୍ରଦୂଷଣ ବୃଦ୍ଧି ମନୁଷ୍ୟକୃତ। ନିଜ ସୁବିଧା ପାଇଁ ଆମେ କଳକାରଖାନା ବୃଦ୍ଧି କରୁଛେ, ଯାହା ଆମ ପରିବେଶ ଓ ଜୀବଜଗତ…

LPG ସିଲିଣ୍ଡର ପିଛା ଦାମ ବଢ଼ିବ ୩୭୦ ଟଙ୍କା; ଡିସେମ୍ବରରେ ହେବ ମୂଲ୍ୟ ବୃଦ୍ଧିି! କ୍ଷତିରେ ଚାଲୁଛନ୍ତି କମ୍ପାନୀ

ନୂଆଦିଲ୍ଲୀ,୧।୧୧: ଡିସେମ୍ବର ୨୦୨୬ରେ, ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଉପରେ ‘ଅଣ୍ଡର-ରିକଭରି’ (ଅର୍ଥାତ ଉତ୍ପାଦନ/କ୍ରୟ ମୂଲ୍ୟ ଏବଂ ବିକ୍ରୟ ମୂଲ୍ୟ ମଧ୍ୟରେ ଥିବା ପାର୍ଥକ୍ୟ) ପ୍ରାୟ ୧୩%…

ସ୍ବାସ୍ଥ୍ୟ ପାଇଁ ସୁଧା: ବିଶ୍ୱ ଭେଗାନ୍‌ ଦିବସ

ସମଗ୍ର ବିଶ୍ୱରେ ଶାକାହାରୀ ଜୀବନଶୈଳୀ, ପରିବେଶ ସୁରକ୍ଷା ଏବଂ ପ୍ରାଣୀଙ୍କ ପ୍ରତି ଦୟାଭାବ ଜାଗ୍ରତ ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର ୧ରେ ପାଳନ କରାଯାଇଆସୁଛି ‘ବିଶ୍ୱ ଭେଗାନ୍‌ ଦିବସ’।…

CJP ଦୀପାବଳି ପାର୍ଟିରେ ଯୋଗ ଦେଲେ ବିରୋଧୀ ଦଳର ନେତା; ଅଭିଜିତ ଦୀପକେ, ସୌରଭ ଦାସଙ୍କୁ କ’ଣ କହିଲେ ସୁପ୍ରିୟା ସୁଲେ? ଜାଣନ୍ତୁ…

ନୂଆଦିଲ୍ଲୀ,୧।୧୧: ‘କକରୋଚ ଜନତା ପାର୍ଟି’ (CJP) ଏବଂ କେତେଜଣ ବିରୋଧୀ ଦଳର ନେତାଙ୍କ ମଧ୍ୟରେ ନିକଟତର ହେବାର ସଙ୍କେତ ମିଳୁଛି। ଶନିବାର, ତୃଣମୂଳ କଂଗ୍ରେସ, ସିପିଆଇ(ଏମ) (CPI(M))…

ଏଇ ଭାରତରେ

ଜଙ୍ଗଲରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ହାତୀମାନେ ଜନବସତି ଆଡ଼କୁ ମୁହଁାଉଛନ୍ତି। ଫସଲ ଓ ଧନଜୀବନ ରକ୍ଷା କରିବା ପାଇଁ ମଣିଷ ସେମାନଙ୍କର ମୁକାବିଲା କରୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?