ବଡ଼ଖେମୁଣ୍ଡି ରାଜକୁମାର ମୋହନ ପ୍ରସାଦ ଦେବଙ୍କ ପରଲୋକ; ରାଜ ଶ୍ମଶାନରେ ହେଲା ଅନ୍ତିମ ସଂସ୍କାର, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୧୬ା୯(ଅଶେଷ ନାଥ ମିଶ୍ର): ବଡ଼ଖେମୁଣ୍ଡି ରାଜକୁମାର ମୋହନ ପ୍ରସାଦ ଦେବଙ୍କ ଦେହାନ୍ତ ହୋଇଛି । ଗଞ୍ଜାମ ଜିଲାର ତତ୍କାଳୀନ ବଡ଼ଖେମୁଣ୍ଡି ରାଜ୍ୟର ଶେଷ ସମ୍ରାଟ ରାଜା ରାମଚନ୍ଦ୍ର ଦେବଙ୍କ ଚତୁର୍ଥ ପୁତ୍ର ରାଜକୁମାର ମୋହନ ପ୍ରସାଦ ଦେବଙ୍କ ୭୫ ବର୍ଷ ବୟସରେ ପରଲୋକ ହୋଇଛି । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ରାଜାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ଦିଗପହଣ୍ଡି ଓ ବ୍ରହ୍ମପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଜଣେ ସରଳ, ଭଦ୍ର, ମିଷ୍ଟଭାଷୀ ଓ ସେବାପରାୟଣ ବ୍ୟକ୍ତି ଭାବେ ସେ ନିଜ ଜୀବନକୁ ସମାଜସେବା, ସଂସ୍କୃତି ଓ ସାଙ୍ଗଠନିକ କାର୍ଯ୍ୟରେ ଉତ୍ସର୍ଗ କରିଥିଲେ। ତାଙ୍କର ଅମାୟିକ ବ୍ୟବହାର, ସରଳ ଜୀବନଶୈଳୀ ଓ ସମାଜ ପ୍ରତି ତାଙ୍କ ବହୁ  ଅବଦାନ ରହିଥିଲା। ସେ ବ୍ରହ୍ମପୁର ସହରର ଅନେକ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ଥିଲେ । ଦିଗପହଣ୍ଡି ସହରର ବହୁ ମଠ ମନ୍ଦିର ଧର୍ମ ଅନୁଷ୍ଠାନର ସେ ଅଗ୍ରଜ ପୁରୋଧା ଥିଲେ । ପୂର୍ବରୁ କିଛିବର୍ଷ ପୂର୍ବେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା।  ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ପ୍ରତିଷ୍ଠ ରେ ମଧ୍ୟ ମୋହନ ପ୍ରସାଦ ଙ୍କ ଯୋଗଦାନ ରହିଥିଲା। ତାଙ୍କ ବିୟୋଗରେ ଦିଗପହଣ୍ଡି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ତାଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ୱରରୁ ପ୍ରଥମେ ବ୍ରହ୍ମପୁର ସ୍ଥିତ ବଡ଼ଖେମୁଣ୍ଡି ରାଜବଙ୍ଗଳା ସ୍ଥିତ ବାସଭବନକୁ ନିଆଯାଇଥିଲା। ପରେ ବୁଧବାର ମଧ୍ୟାହ୍ନରେ ଦିଗପହଣ୍ଡି ରାଜବାଟୀକୁ ଅଣାଯାଇଥିଲା।ସେଠାରେ ବହୁସଂଖ୍ୟକ ସ୍ଥାନୀୟ ବାସିନ୍ଦା ଓ ଗଣ୍ୟମାନ୍ୟ ବ୍ୟକ୍ତିବୃନ୍ଦ  ରାଜକୁମାରଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଦିଗପହଣ୍ଡି ରାଜବାଟିରୁ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଓ ସମ୍ପର୍କୀୟ ତାଙ୍କ ପାର୍ଥିବ ଶରୀରକୁ ବିରାଟ ଶୋଭାଯାତ୍ରାରେ ନେଇ ସହରର ପୁଞ୍ଜିକଂୟା ଛକ ନିକଟ ରାଜ ଶ୍ମଶାନରେ ପହଞ୍ଚିଥିଲେ । ସେଠାରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କ ଭଣଜା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ, ସାନ ଭାଇ ସୁଶାନ୍ତ ପ୍ରସାଦ ଦେବ, କିଶୋର ପ୍ରସାଦ ଦେବ, ପୁତୁରା ସିଦ୍ଧାନ୍ତ ଗଙ୍ଗଦେବ, ଶ୍ରୀଧର ଦେବ, ସପନ ପ୍ରସାଦ ଦେବ, ସମ୍ପର୍କୀୟ ଅନିଲ ସିଂ ଦେବ, ଡ଼. ଦିବେନ୍ଦୁ ଦେବ, ଦେବାଶିଷ ଦେବ, ଦେବବ୍ରତ ଦେବ, ସ୍ଵର୍ଣ୍ଣ ଗଙ୍ଗଦେବ, ଜିତେନ୍ଦ୍ର ନାରାୟଣ ଦେବ ଏବଂ ମୋହନ ପ୍ରସାଦ ଦେବଙ୍କ ଜ୍ୟେଷ୍ଠପୁତ୍ର ଯଯାତି କେଶରୀ ଦେବଙ୍କ ଉପସ୍ଥିତିରେ କନିଷ୍ଠ ପୁତ୍ର ପୁରୁଷୋତ୍ତମ ଦେବ ମୁଖାଗ୍ନି ଦେଇଥିଲେ।

ତାଙ୍କ ମୃତ୍ୟୁରେ ଦିଗପହଣ୍ଡି ବିଧାୟକ ଡ.ସିଦ୍ଧାନ୍ତ ମହାପାତ୍ର , ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, ପୂର୍ବତନ ଅଧ୍ୟକ୍ଷ ଭି. ରବିନାରାୟଣ ରାଜୁ, ଉଦୟନାଥ ସ୍ବାଇଁ, ସାମାଜିକ କର୍ମୀ ଭି. ଶ୍ୟାମ ସୁନ୍ଦର ରାଜୁ, ବସନ୍ତ ପଟ୍ଟନାୟକ, ଆଇନଜୀବି ଅଶେଷ ନାଥ ମିଶ୍ର, ହର ପ୍ରସାଦ ରଥ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ନଦୀରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ, ପ୍ରଶାସନକୁ ଘେରିଲା କଂଗ୍ରେସ

ହିଞ୍ଜିଳିକାଟୁ, ୧୬।୯(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁରେ ବୁଧବାର ପୂର୍ବାହ୍ନରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଘଟିଛି ଅଘଟଣ। ହିଞ୍ଜିଳିକାଟୁ ନିକଟ ଘୋଡ଼ାହାଡ଼ ନଦୀରେ ବୁଡ଼ି ୨…

WPL : ଅକ୍ଟୋବର ୨୮ରେ ହେବ ନିଲାମ; ଘୋଷଣା କରାଯାଇଛି ଭେନ୍ୟୁ

ନୂଆଦିଲ୍ଲୀ,୧୬।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆଗାମୀ ମହିଳା ପ୍ରିମିୟର ଲିଗ (WPL) ସିଜିନ ପାଇଁ ନିଲାମର ତାରିଖ ଏବଂ ସ୍ଥାନ ଘୋଷଣା କରିଛି। BCCI…

ନା ସ୍ମାର୍ଟଫୋନ ନା କାର୍ଡ; ପାପୁଲିରେ କରିବେ ପେମେଣ୍ଟ, UPI କୁ ଟକ୍କର ଦେବ ପାମ ସ୍କାନ!

ନୂଆଦିଲ୍‌ଲୀ,୧୬।୯: ଡିଜିଟାଲ ପେମେଣ୍ଟ ଦୁନିଆରେ ଯେଉଁଠି ଭାରତର ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ (UPI) ଆଜି ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ପାଲଟିଛି, ସେଇଠି ଚାଇନା କାରବାରର…

ଗୋଟିଏ ଦିନର ବ୍ରାଣ୍ଡ ପ୍ରମୋସନ ପାଇଁ ବୈଭବ ସୂର୍ଯ୍ୟବଂଶୀ ନିଅନ୍ତି କେତେ ଟଙ୍କା? ପରିମାଣ ଶୁଣଲେ ହୋସ ଉଡିଯିବ

ନୂଆଦିଲ୍ଲୀ,୧୬।୯: ୧୫ ବର୍ଷୀୟ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଉଛି। ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରି ବୈଭବ ନିଜ ପାଇଁ ଏକ…

ବୁଧଙ୍କ ବଡ଼ ଗୋଚର: ୩ ରାଶିଙ୍କ ଫିଟିବ ଧନଲାଭର ଯୋଗ, ଚାକିରିରେ ବଡ଼ ପ୍ରମୋଶନ!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନ ଏବଂ ସେମାନଙ୍କ ସ୍ଥିତିରେ ହେଉଥିବା ପରିବର୍ତ୍ତନକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ବିଶ୍ୱାସ ରହିଛି ଯେ ବୁଧ ଗ୍ରହ ହେଉଛନ୍ତି ବୁଦ୍ଧି,…

ପାଟ୍ରୋଲିଂ ବେଳେ ମଦବେପାରୀଙ୍କୁ ଧରିଲା ପୋଲିସ

ଦିଗପହଣ୍ଡି,୧୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଏଏସ୍‌ଆଇ ଏନ. ତ୍ରିପତୀ ରେଡ୍ଡୀ, କନଷ୍ଟେବଳ ଏସ୍‌.କେ ରାଜେଶ ଉଦ୍ଦିନ, ବଳରାମ ପାତ୍ର ପ୍ରମୁଖ ସଦଳବଳ…

୧୨ ବର୍ଷ ପରେ ଜୀବିତ ମିଳିଲେ ଶକୁନ୍ତଳା! ଯାହାଙ୍କ ମୃତ୍ୟୁକୁ ନେଇ ସ୍ବାମୀ-ଶ୍ୱଶୁରଙ୍କ ନାଁରେ ହୋଇଥିଲା କେସ୍

ପାଟନା,୧୬ା୯: ବିହାରର ୧୨ ବର୍ଷ ପୁରୁଣା ଏକ ହତ୍ୟା ମାମଲାରେ ଆସିଛି ଚାଞ୍ଚଲ୍ୟକର ମୋଡ଼ । ୨୦୧୪ରେ ନିଖୋଜ ହୋଇଥିବା ଶକୁନ୍ତଳା ଦେବୀଙ୍କୁ ମୃତ ଭାବି ତାଙ୍କ…

ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲରୁ ଧମକ, ବିକ୍ରମ ପଣ୍ଡାଙ୍କ ନାଁରେ ପୁଣି ମାମଲା

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ ): ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ପୁଣି ବଢ଼ିଲା ଅଡୁଆ । ଜେଲରେ ରହିଥିବା ସମୟରେ ମୃତ ଭାଜପା ନେତା ତଥା ଆଇନଜୀବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?