Posted inଜାତୀୟ

ଛାତ୍ରୀଛାତ୍ରମାନଙ୍କ ମନରେ ଖରାପ ପ୍ରଭାବ ପକାଇବାକୁ ଦିଆଯିବ ନାହିଁ, ପାଠ୍ୟକ୍ରମରେ ପରିବର୍ତ୍ତନ ପାଇଁ ଶିକ୍ଷା ମନ୍ତ୍ରୀଙ୍କ ସଙ୍କେତ…

ବେଙ୍ଗାଲୁରୁ,୩୦।୫ : ମଙ୍ଗଳବାର କର୍ନାଟକର ନବନିଯୁକ୍ତ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ମଧୁ ବଙ୍ଗାରପ୍ପା ସଙ୍କେତ ଦେଇଛନ୍ତି ଛାତ୍ରୀଛାତ୍ରଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ସ୍କୁଲ ପାଠ୍ୟକ୍ରମ ସଂଶୋଧନ କରାଯାଇପାରେ। ହିଜାବ ନିଷେଧାଦେଶ ହଟାଇବାକୁ ନେଇ ସେ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି। ଏହି ମାମଲା କୋର୍ଟରେ ବିଚାରାଧୀନ ରହିଛି। ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ରଦ୍ଦ କରିବା ପାଇଁ ସରକାରଙ୍କ ଯୋଜନା ଉପରେ ଉତ୍ତରକୁ ଅପେକ୍ଷା କରିବାକୁ ସେ କହିଛନ୍ତି।

ଭାଜପା ସରକାର ସମୟରେ ବିଦ୍ୟାଳୟ ପାଠ୍ୟପୁସ୍ତକରେ ପରିବର୍ତ୍ତନ କରାଯାଇଥିଲା। କଂଗ୍ରେସ ଏହାର ନିର୍ବାଚନୀ ଇସ୍ତାହାରରେ ସ୍କୁଲ ପାଠ୍ୟପୁସ୍ତକରେ କରାଯାଇଥିବା ପରିବର୍ତ୍ତନଗୁଡ଼ିକୁ ଫେରାଇ ଆଣିବାକୁ ପ୍ରତିଶୃତି ଦେଇଥିଲା। ଦଳ ମଧ୍ୟ ଶିକ୍ଷାନୀତିକୁ ରଦ୍ଦ କରିବାକୁ ପ୍ରତିଶୃତି ଦେଇଥିଲା। ବଙ୍ଗାରପ୍ପା କହିଛନ୍ତି, ମୁଁ କଂଗ୍ରେସର ମନିଫେଷ୍ଟୋ କମିଟିର ଉପାଧ୍ୟକ୍ଷ ଥିଲି ଏବଂ ମନିଫେଷ୍ଟୋରେ ଆମେ ସ୍ପଷ୍ଟ ଭାବରେ କହିଥିଲୁ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପାଠ୍ୟ ପୁସ୍ତକରେ ସଂଶୋଧନ କରାଯିବ। ଆମେ ଚାହୁଁନାହୁଁ ସେମାନଙ୍କ ମନ ପ୍ରଦୂଷିତ ହେଉ। ସେମାନଙ୍କ ମନରେ ଖରାପ ପ୍ରଭାବ ପକାଇବାକୁ ଦିଆଯିବ ନାହିଁ।

ଖବରଦାତାମାନଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି ଆମେ ଏହା ମଧ୍ୟ କହିସାରିଛୁ ଛାତ୍ରୀଛାତ୍ରମାନେ ଶିକ୍ଷିତ ହେବା ପାଇଁ ବିଦ୍ୟାଳୟକୁ ଆସନ୍ତି ଏବଂ ଆମେ ଏଥିରେ କୌଣସି ବିଶୃଙ୍ଖଳା ଚାହୁଁନାହୁଁ। ସରକାର କିମ୍ବା ମୁଁ କିମ୍ବା ଅଧିକାରୀ କିମ୍ବା ବ୍ୟବସ୍ଥାରେ କୌଣସି ଭୁଲ ହେବା ଉଚିତ ନୁହେଁ। ଆମେ ଏକ ପ୍ରତିଶ୍ରୁତି ଦେଇଛୁ।

ବୁଧବାରଠାରୁ ବିଦ୍ୟାଳୟ ଆରମ୍ଭ ହେବା ପାଇଁ କିଛି ପରିମାଣରେ ପାଠ୍ୟପୁସ୍ତକ ପଠାଯାଇଛି। ବର୍ତ୍ତମାନ ଆମ ସମ୍ମୁଖରେ ଆହ୍ବାନ ହେଉଛି ଛାତ୍ରୀଛାତ୍ରମାନଙ୍କର ଅଧ୍ୟୟନ ଯେଭଳି ପ୍ରଭାବିତ ନ ହେବ ସେଥି ପାଇଁ ଆମେ ଏହାର ଯତ୍ନ ନେବା। ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମନିଫେଷ୍ଟର ପ୍ରତିବଦ୍ଧତା ଆଗକୁ ବଢ଼ାଯିବ।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ସୋମବାର କହିଥିଲେ ପାଠ ମାଧ୍ୟମରେ ପିଲାମାନଙ୍କ ମନକୁ ପ୍ରଦୂଷିତ କରୁଥିବା କାର୍ଯ୍ୟକୁ କ୍ଷମା କରାଯାଇପାରିବ ନାହିଁ। ଶିକ୍ଷାବର୍ଷ ଆରମ୍ଭ ହୋଇଛି, ଆମେ ଏନେଇ ଆଲୋଚନା କରିବୁ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ଯାହା ଦ୍ୱାରା ପିଲାମାନଙ୍କର ଶିକ୍ଷା ବାଧାପ୍ରାପ୍ତ ହେବ ନାହିଁ। ଶିକ୍ଷାନୀତି ନାମରେ ଶିକ୍ଷା କ୍ଷେତ୍ରରେ ଅପମିଶ୍ରଣକୁ ଅନୁମତି ଦିଆଯିବ ନାହିଁ। ଏ ବାବଦରେ ପୁଣି ଥରେ ଏକ ପୃଥକ ବୈଠକ ଡକାଯିବ ଯାହା ଦ୍ୱାରା ଏହା ବିସ୍ତୃତ ଭାବରେ ଆଲୋଚନା ହୋଇପାରିବ ଏବଂ କଠୋର ନିଷ୍ପତ୍ତି ନିଆଯାଇପାରିବ ।

ବଙ୍ଗାରପ୍ପା କହିଛନ୍ତି ସେ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ରାଉଣ୍ଡ ଆଲୋଚନା କରିସାରିଛନ୍ତି ଏବଂ ସେ ଏନେଇ ଏକ ଟିମ ଗଠନ କରିବେ। ସେ କହିଛନ୍ତି ମୁଁ ବର୍ତ୍ତମାନ ଏହା ବିଷୟରେ ଅଧିକ କିଛି ପ୍ରକାଶ କରିପାରିବି ନାହିଁ, ଜୁନ ୧ ରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ଅଧିକ ବିବରଣୀ ସେଦିନ ମିଳିପାରେ।

ପୂର୍ବ ସରକାର ସମୟରେ ପାଠ୍ୟପୁସ୍ତକକୁ ନେଇ ବିବାଦ ଦେଖାଦେଇଥିଲା, ବିରୋଧୀ କଂଗ୍ରେସ ଏବଂ କିଛି ଲେଖକ ତତ୍କାଳୀନ ପାଠ୍ୟ ପୁସ୍ତକ ସମୀକ୍ଷା କମିଟି ମୁଖ୍ୟ ରୋହିତ ଚକ୍ରବର୍ତ୍ତୀଙ୍କ ବହିଷ୍କାର ଦାବି କରିଥିଲେ। ଯେଉଁଥିରେ ଆରଏସଏସର ପ୍ରତିଷ୍ଠାତା କେଶବ ବଲିରାମ ହେଡଗେୟାରଙ୍କ ଭାଷଣକୁ ଅଧ୍ୟାୟ ଭାବରେ ଅନ୍ତର୍ଭୁକ୍ତ କରାଯାଇଥିଲା। ବିଦ୍ୟାଳୟ ପାଠ୍ୟପୁସ୍ତକରେ ସ୍ବାଧୀନତା ସଂଗ୍ରାମୀ, ସାମାଜିକ ସଂସ୍କାରକ ପରି ବିଶିଷ୍ଟ ବ୍ୟକ୍ତିତ୍ୱ ଉପରେ ଅଧ୍ୟାୟ ହଟାଇ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

୮ମ ବେତନ କମିଶନ ଭାର ସମ୍ଭାଳିବ ଭାରତୀୟ ରେଳବାଇ, ଖର୍ଚ୍ଚ କାଟିବାକୁ ସରକାରଙ୍କ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୮ମ କେନ୍ଦ୍ରୀୟ ବେତନ କମିଶନ ଲାଗୁ ହେବା ପୂର୍ବରୁ, ବୃଦ୍ଧି ହେବାକୁ ଥିବା ଦରମା ଓ ପେନ୍‌ସନ୍ ଭାରକୁ...

ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ଭଙ୍ଗାରୁଜା, ଏକାଧିକ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri