Odisha Elections 2024
Posted inଜାତୀୟ

ବ୍ୟାକ୍ଟେରିଆ ନାମ ‘ଟାଗୋର’

କୋଲକାତା,୨୩ା୧୨: ବିଶ୍ୱଭାରତୀର ୬ ଜଣ ଗବେଷକଙ୍କ ଟିମ୍‌ ଏକ ନୂଆ ପ୍ରଜାତିର ବ୍ୟାକ୍ଟେରିଆ ଆବିଷ୍କାର କରିଛନ୍ତି। ଉଦ୍ଭିଦକୁ ପୋଷଣ ଦେଇ ବଡ଼ କରାଇବା ଗୁଣ ଏହି ବ୍ୟାକ୍ଟେରିଆର ରହିଛି। ନୋବେଲ ବିଜୟୀ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ସମ୍ମାନରେ ବିଶ୍ୱଭାରତୀ ଉକ୍ତ ବ୍ୟାକ୍ଟେରିଆର ନାଁ ପାଣ୍ଟୋଆ ଟାଗୋରେଇ ରଖିଛି। ଟାଗୋର କୃଷିକୁ ବିକଶିତ କରି ଏକ ଉଚ୍ଚ ସ୍ତରରେ ପହଞ୍ଚାଇବାକୁ ଉଦ୍ୟମ କରୁଥିଲେ। ତେଣୁ ଏହି ଉପକାରୀ ବ୍ୟାକ୍ଟେରିଆକୁ ତାଙ୍କ ନାମରେ ନାମିତ କରିବା ଲାଗି ନିଷ୍ପତ୍ତି ନିଆଯାଇଥିବା ଉଦ୍ଭିଦ ବିଜ୍ଞାନ ବିଭାଗ ମାଇକ୍ରୋବାୟୋଲୋଜି ଲାବ୍‌ର ଆସିଷ୍ଟାଣ୍ଟ ପ୍ରଫେସର ବୋମ୍ବା ଡାମ୍‌ କହିଛନ୍ତି। ପ୍ରଥମ ଥର ପାଇଁ କୌଣସି ଜୀବନ୍ତ ବସ୍ତୁକୁ ବିଶ୍ୱକବିଙ୍କ ନାମରେ ନାମିତ କରାଯାଇଛି। ଡାମ୍‌ଙ୍କ ସହ ଗବେଷକ ଟିମ୍‌ରେ ରାଜୁ ବିଶ୍ୱାସ, ଅରିଜିତ୍‌ ମିଶ୍ରା, ସନ୍ଦିପ ଘୋଷ, ଅଭିନବ ଚକ୍ରବର୍ତ୍ତୀ ଏବଂ ପୂଜା ମୁଖାର୍ଜୀ ସାମିଲ ହୋଇଥିଲେ। ଭାରତୀୟ ପତ୍ରିକା ମାଇକ୍ରୋବାୟୋଲୋଜିରେ ଏହି ଗବେଷଣାତ୍ମକ ସନ୍ଦର୍ଭ ପ୍ରକାଶ ପାଇଛି।
ଡାମ୍‌ଙ୍କ ମତରେ କୃଷି ପାଇଁ ଅତ୍ୟଧିକ ରାସାୟନିକ ସାର ପ୍ରୟୋଗ ଯୋଗୁ ଜମିଗୁଡ଼ିକ ଧୀରେ ଧୀରେ ଅକାମୀ ହୋଇଯାଉଛି। ଫଳରେ ଚାଷୀମାନେ ଏବେ ଜୈବ କୃଷି ଏବଂ ଜୈବିକ ସାର ଆଡ଼କୁ ଢଳିଲେଣି। ଗବେଷକମାନେ ଝରିଆ କୋଇଲା ଖଣି ଅଞ୍ଚଳର ମାଟିରୁ ପାଇଥିବା ବ୍ୟାକ୍ଟେରିଆ କେବଳ ପୋଟାସିୟମକୁ ଦ୍ରବଣୀୟ କରୁନାହିଁ, ବରଂ ନାଇଟ୍ରୋଜେନର ଅଭାବକୁ ଭରଣା କରିବା ସହ ଫସ୍‌ଫରସ୍‌କୁ ଦ୍ରବଣୀୟ କରାଇପାରୁଛି। ଉକ୍ତ ବ୍ୟାକ୍ଟେରିଆର କେତେକ ଗୁଣ ଉଦ୍ଭିଦକୁ ବଢ଼ାଇପାରିବ। ତେଣୁ ଏହା ଏକ ନୂତନ ପ୍ରଜାତିର ‘ଉତ୍ତମ’ ବ୍ୟାକ୍ଟେରିଆ ବୋଲି ଅନୁଶୀଳନରୁ ଜଣାପଡ଼ିଥିଲା। ଗବେଷକମାନେ ଏହି ବ୍ୟାକ୍ଟେରିଆକୁ କୃଷକମାନଙ୍କ ଜରିଆରେ କୃଷିକାର୍ଯ୍ୟରେ ପ୍ରୟୋଗ କରିଛନ୍ତି। ସେମାନେ ଏହାର ଫଳାଫଳକୁ ନେଇ ବହୁତ ଖୁସି ବ୍ୟକ୍ତ କରିଛନ୍ତି। ଗବେଷକ ଟିମ୍‌ର କାର୍ଯ୍ୟକୁ ବିଶ୍ୱଭାରତୀର କାର୍ଯ୍ୟକାରୀ କୁଳପତି ସଞ୍ଜୟ କୁମାର ମଲ୍ଲିକ ଉଚ୍ଚ ପ୍ରଶଂସା କରିବା ସହ ସେମାନଙ୍କ କାର୍ଯ୍ୟ କୃଷି ଉପରେ ଗଭୀର ପ୍ରଭାବ ପକାଇବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏ ଦୁଃଖଦ ସମୟରେ ଇରାନ ସହ ଅଛି ଭାରତ: ଶୋକପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୨୦।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ଇବ୍ରାହିମଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେ ଏଥିରେ ମୃତ୍ୟୁବରଣ...

ଶ୍ରୀମନ୍ଦିରରେ ମୋଦି

ପୁରୀ,୨୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି।  ପ୍ରଧାନମନ୍ତ୍ରୀ ପ୍ରଥମେ ଗରୁଡ଼ ସ୍ତମ୍ଭ ନିକଟରେ ଦୀପ ଦାନ କରି ଭିତରକୁ ପ୍ରବେଶ କରିଛନ୍ତି। ଏହି...

ବୃଦ୍ଧଙ୍କୁ ଉଲଗ୍ନ କରି ବାଇକ୍‌ରେ ଘୋଷାଡ଼ିଲେ ନେଲେ, ଆଉ ତାପରେ…

ଗରହ୍ବା,୧୯ା୫: ଝାଡ଼ଖଣ୍ଡର ଗରହ୍ବା ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋରୁ ଚୋରାଚାଲାଣ ସନ୍ଦେହରେ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କୁ ଉଲଗ୍ନ କରି ବାଇକ୍‌ରେ...

ମୁମ୍ବାଇ ନିର୍ବାଚନ ପୂର୍ବରୁ ଶାହାରୁଖଙ୍କ ବିଶେଷ ଅପିଲ

ମୁମ୍ବାଇ,୧୯।୫: ୨୦୨୪ ଲୋକ ସଭା ନିର୍ବାଚନର ପର୍ଯ୍ୟାୟ ଚାଲିଛି। ୨୦ ମେ’ ୨୦୨୪ରେ ମୁମ୍ବାଇରେ ଭୋଟିଂ ଅନୁଷ୍ଠିତ ହେବ। ଏହାପୂର୍ବରୁ ଅନେକ ସେଲିବ୍ରିଟି ଯେମିତିକି ବଲିଉଡର...

ଜୟରାମ ଠାକୁରଙ୍କ ତୃତୀୟ ଫିଲ୍ମ ‘କଙ୍ଗନା ମଣ୍ଡି କେ ଅଙ୍ଗନା’ ବି ହେବ ଫ୍ଲପ: ମୁଖ୍ୟମନ୍ତ୍ରୀ ସୁଖୁ

ଶିମଲା,୧୯୧।୫: ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ବିଲାସପୁରର ଜଗତଖାନା ଠାରେ ନିର୍ବାଚନ ପ୍ରଚାର କରିଥିଲେ। ସେ ହମିରପୁର ଆସନରୁ ଲୋକ ସଭା ପ୍ରାର୍ଥୀ ସତ୍ୟପାଲ ସିଂ...

ମୁଁ କେବେ ଏତେ ମୁଛୁଆ ଲୋକ ଦେଖି ନାହିଁ: ମୋଦିଙ୍କୁ ଟାର୍ଗେଟ କଲେ ଦିଗବିଜୟ

ନୂଆଦିଲ୍ଲୀ,୧୯।୫: ମଧ୍ୟପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ମତଦାନ ସମସ୍ତ ୨୯ ଟି ଆସନରେ ଚାରିଟି ପର୍ଯ୍ୟାୟରେ ଶେଷ ହୋଇଛି। ସେପଟେ ପୂର୍ବତନ...

ପଞ୍ଚମ ପର୍ଯ୍ୟାୟରେ ରାହୁଲ ଗାନ୍ଧୀ, ରାଜନାଥ ସିଂ, ସ୍ମୃତି ଇରନୀଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୯।୫: ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପାଇଁ ଭୋଟ ସୋମବାର (୨୦ ମେ’) ରେ ହେବ। ଏହି ପର୍ଯ୍ୟାୟରେ ଆଠଟି ରାଜ୍ୟରେ ୪୯ ଟି...

ପ୍ରଧାନମନ୍ତ୍ରୀ ମୋଦି ବହୁତ ପାଓ୍ବାରଫୁଲ, ହେଲେ…: ଜେଲର କଥା ଉଠାଇ ମୋଦିଙ୍କୁ ଟାର୍ଗେଟ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୯।୫: ଜାମିନରେ ଆସିବା ପରଠାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଭାଜପାଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ରମାଗତ ଟାର୍ଗେଟ କରୁଛନ୍ତି। କେଜରିୱାଲ ଦାବି କରିଛନ୍ତି ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri