ଫେରିଗଲା ଓପନ ଜିମ୍‌ ପାଇଁ ଆସିଥିବା ନିମ୍ନମାନର ସାମଗ୍ରୀ

ବିଷମକଟକ,୨୮।୧୨(ଡି.ଏନ୍‌.ଏ.): ବିଷମକଟକରେ ଓପନ ଜିମ୍‌ ପାଇଁ ଆସିଥିବା ବିଭିନ୍ନ ସାମଗ୍ରୀ ମଙ୍ଗଳବାର ଫେରିଯାଇଛି। ବିନା ଟେଣ୍ଡରରେ ଜଣେ ଠିକାଦାରଙ୍କୁ କ୍ରୀଡ଼ା ବିଭାଗ କାର୍ଯ୍ୟାଦେଶ ଦେଇଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ଯୁବଗୋଷ୍ଠୀ ଜିଲାପାଳଙ୍କୁ ଭେଟି ଜିମ୍‌ ପାଇଁ ଆସିଥିବା ସାମଗ୍ରୀ ନିମ୍ନମାନର ବୋଲି ଅଭିଯୋଗ କରିଥିଲେ। ଏହି ସବୁ ଘଟଣାକୁ ଦୃଷ୍ଟିରେ ରଖି ସରକାରୀ ନିୟମାନୁଯାୟୀ କାର୍ଯ୍ୟ କରିବାକୁ ବିଡିଓ ସଦାଶିବ ନାୟକ କହିବା ସହ ଜିମ୍‌ ପାଇଁ ଆସିଥିବା ସାମଗ୍ରୀ ଫେରାଇବାକୁ ନର୍ଦ୍ଦେଶ ଦେଇଥିଲେ।
କ୍ରୀଡା ବିଭାଗ ପକ୍ଷରୁ ୩ବର୍ଷ ତଳେ ବିଷମକଟକ ବ୍ଲକର ସଦରରେ ଏକ ଓପନ ଜିମ କରିବାକୁ ୧୫ ଲକ୍ଷ ଟଙ୍କା ଅନୁଦାନ ଆସିଥିଲା। ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କାର୍ଯ୍ୟ ପାଇଁ ଟେଣ୍ଡେର କରିବାର ସରକାରୀ ନିୟମ ରହିଛି। ପେପର କଷ୍ଟ ଓ କେଉଁଦିନ ଟେଣ୍ଡେର ପକ୍ରିୟା ଆରମ୍ଭ ସେ ନେଇ ଯେ କୌଣସି ଦୌନିକ ଖବର କାଗଜରେ ବିଜ୍ଞପ୍ତି ଜାରି କରିବା କଥା। ହେଲେ ବ୍ଲକ ପ୍ରଶାସନ ଏହି ସବୁ ନିୟମ ଉଲ୍ଲଘଂନ ଜଣେ ଠିକାଦାରଙ୍କୁ ବିନା ଟେଣ୍ଡେରରେ କ୍ରୀଡା ବିଭାଗର କାର୍ଯ୍ୟଦେଶ ଜାରି କରିଥିଲେ। ଜିମ ସାମଗ୍ରୀ କିଣିବା ପୂର୍ବରୁ କୋଟେଶନ ଜାରି କରିବା କଥା। ଏହାକୁ ବେଖାତିର କରି ବ୍ଲକର ଜଣେ ଅଧିକାରୀ ବ୍ରହ୍ମପୁରରୁ ଅତି ନିମ୍ନମାନର ସାମଗ୍ରୀ ଆଣିବା ସହ ଠିକାଦାରଙ୍କୁ ଦେଇ ଓପନ ଜିମର କାର୍ଯ୍ୟ ଆରମ୍ଭ କରିଥିଲେ। ୧୫ ଲକ୍ଷ ଆନୁଦାନ ଆସିଥିବା ବେଳେ ମାତ୍ର ୨ ଲକ୍ଷ ରୁ ୩ ଲକ୍ଷ ଟଙ୍କା ସାମଗ୍ରୀ ଅଣା ଯାଇ ତରବରିଆ ଭାବେ କାର୍ଯ୍ୟ କରି ଲକ୍ଷାଧିକ ଟଙ୍କା ହଡପ କରିବାକୁ ଯୋଜନା ଥିବା ଅଭିଯୋଗ ହୋଇଥିଲା। ବିଷମକଟକର ଯୁବପିଢ଼ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ।ଏହାପରେ ଜିଲା ପ୍ରଶାସନ ଧଡ଼ପଗଡ଼ ଆରମ୍ଭ କରିଥିଲା। ବ୍ଲକ ପ୍ରଶାସନର ସମସ୍ତ ଅଧିକାରୀ ପରସ୍ପରକୁ ଦୋଷ ଦେଇ ଖସି ଯାଇଥିଲେ। ଏହି ସବୁ କଥା ନୂତନ ବିଡିଓ ସଦାଶିବ ନାୟକ ଜାଣି ସରକରୀ ନିୟମାନୁଯାୟୀ କାର୍ଯ୍ୟ କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri