ସବୁଥିରେ ପଛୁଆ

ଚଳିତ ସପ୍ତାହରେ ଭାରତର ପ୍ରତିଷ୍ଠିତ ନ୍ୟୁଜ୍‌ ଏଜେନ୍ସି ପ୍ରେସ୍‌ ଟ୍ରଷ୍ଟ୍‌ ଅଫ୍‌ ଇଣ୍ଡିଆ ପ୍ରକାଶ କରିଥିଲା ଯେ, ଇଣ୍ଟରନ୍ୟାଶନାଲ ଇଣ୍ଟେଲେକ୍‌ଚୁଆଲ ପ୍ରପର୍ଟି ଇଣ୍ଡେକ୍ସ ର଼୍ୟାଙ୍କିଙ୍ଗ୍‌ରେ ଭାରତ ୫୫ ଦେଶ ମଧ୍ୟରେ ୪୨ ସ୍ଥାନରେ ରହିଛି। ଉକ୍ତ ରିପୋର୍ଟ ଏହି ପରିପ୍ରେକ୍ଷୀରେ ଭାରତରେ କ’ଣ କରାଯାଉଥିଲା ତାହାର ପ୍ରଶଂସା କରିଥିଲା। କିନ୍ତୁ ଭାରତ ୨୦୨୧ର ର଼୍ୟାଙ୍କ୍‌ ୪୦ରୁ ତଳକୁ ଖସିଥିଲା ବୋଲି କହି ନ ଥିଲା କିମ୍ବା ୨୦୧୪ରେ ୨୫ଟି ଦେଶ ମଧ୍ୟରେ ହୋଇଥିବା ର଼୍ୟାଙ୍କିଙ୍ଗ୍‌ରେ ଏହା ୨୫ ସ୍ଥାନରେ ଥିବା ଦର୍ଶାଇ ନ ଥିଲା। ଏହି କ୍ଷେତ୍ରରେ ଆମେ ଯଦି ଭଲ କାମ କରୁଛୁ ତେବେ କାହିଁକି ଆମ ର଼୍ୟାଙ୍କିଙ୍ଗ୍‌ରେ ଉନ୍ନତି ଘଟୁନାହିଁ, ସେ ସମ୍ପର୍କରେ ରିପୋର୍ଟରେ କିଛି ବି ପ୍ରକାଶ କରାଯାଇ ନ ଥିଲା। ବିଶ୍ୱ ସ୍ତରରେ ସ୍ମାର୍ଟସିଟି ଇଣ୍ଡେକ୍ସ ବା ସୂଚକାଙ୍କ ୨୦୧୯ରେ ପ୍ରଥମ ତାଲିକା ସମ୍ବଳିତ ରିପୋର୍ଟ ପ୍ରସ୍ତୁତ କରିଥିଲା। ଏଥିରେ ଭାରତର ବେଙ୍ଗାଲୁରୁ, ମୁମ୍ବାଇ, ଦିଲ୍ଲୀ ଏବଂ ହାଇଦ୍ରାବାଦ ସହର ସ୍ଥାନିତ ହୋଇଥିଲେ। ଉକ୍ତ ସୂଚକାଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା, ସୁଯୋଗ, ଗତିଶୀଳତା ଓ ଶାସନ ଉପରେ ସମୀକ୍ଷା କରିଥିଲା। ବେଙ୍ଗାଲୁରୁ ୭୯ ସ୍ଥାନରୁ ୯୩, ମୁମ୍ବାଇ ୭୮ସ୍ଥାନରୁ ୯୦, ଦିଲ୍ଲୀ ୬୮ ସ୍ଥାନରୁ ୮୯ ଏବଂ ହାଇଦ୍ରାବାଦ ୬୭ ସ୍ଥାନରୁ ୯୨କୁ ଖସିଥିଲା। ସେହିଭଳି ଦି ଇକୋନୋମିଷ୍ଟ ଗ୍ଲୋବାଲ ଲାଇଭ୍‌ଆବିଲିଟି ଇଣ୍ଡେକ୍ସରେ ଦିଲ୍ଲୀ ୧୧୦ରୁ ଖସି ୧୧୮ ଏବଂ ମୁମ୍ବାଇ ୧୧୫ରୁ ଖସି ୧୨୪ ସ୍ଥାନରେ ରହିଥିଲା। ଓ୍ବାଲର୍‌ଡ ଇକୋନୋମିକ୍‌ ଫୋରମ ବା ବିଶ୍ୱ ଆର୍ଥିକ ମଞ୍ଚର ଗ୍ଲୋବାଲ ଇକୋନୋମିକ୍‌ କମ୍ପିଟେଟିଭନେସ ଇଣ୍ଡେକ୍ସରେ ଭାରତ ୪୦ର଼୍ୟାଙ୍କରୁ ୬୮କୁ ଖସି ଥିଲା। ଏହାର ଲିଙ୍ଗଗତ ପ୍ରଭେଦ ସୂଚକାଙ୍କରେ ଭାରତ ମଧ୍ୟ ୧୧୪ତମ ସ୍ଥାନରୁ ତଳକୁ ଖସି ୧୩୫ରେ ରହିଛି।
ଆମ ଡିଜିଟାଲ ନେଟ୍‌ଓ୍ବର୍କ ଶସ୍ତା ଓ ଉନ୍ନତ ବୋଲି ଆମକୁ କୁହାଯାଉଛି, କିନ୍ତୁ ଭାରତ ବିଶ୍ୱ ସ୍ତରରେ ଇଣ୍ଟରନେଟ ବନ୍ଦ କରିବାରେ ସବୁଠୁ ଆଗରେ ବୋଲି କୁହାଯାଉନାହିଁ। ବିଶ୍ୱରେ ଅନ୍ୟ ସରକାରଗୁଡ଼ିକ ଯେତେ ଥର ଇଣ୍ଟରନେଟ ସେବା ବନ୍ଦ କରିଛନ୍ତି ତାହାର ଅଧାରୁ ଅଧିକ ହୋଇଛି ଭାରତରେ। ରୁଲ୍‌ ଅଫ୍‌ ଲ ଇଣ୍ଡେକ୍ସ ବା ଆଇନର ଶାସନ ସୂଚକାଙ୍କରେ ଭାରତ ୬୬ ତମ ସ୍ଥାନରୁ ୭୫କୁ ଖସିଛି। ଆମ ଚାରିପାଖରେ ଯାହା ଘଟୁଛି ତାହା ଆମେ ଦେଖୁଛୁ। ଆଇନ ଶାସନର ଅଧୋଗତି ଉପରେ ଯାହା ଉପଲବ୍ଧି କରୁଛୁ ସେଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ। କାରଣ ଏଠାରେ ସଂସ୍ଥାଗୁଡ଼ିକର ଅପବ୍ୟବହାର ହେଉଛି, ସଂଖ୍ୟାଲଘୁଙ୍କ ଭିଡ଼ହତ୍ୟା ବଢୁଛି, ନିୟମିତ ଭାବେ ଭାଜପା ଶାସିତ ରାଜ୍ୟଗୁଡ଼ିକର ପୋଲିସ ବିରୋଧୀ ନେତାମାନଙ୍କୁ ଆକ୍ରମଣ କରୁଛି ଓ ଅନ୍ୟ କେତେକ ଭାଜପା ଶାସିତ ରାଜ୍ୟରେ ଅସଂଖ୍ୟ ଲୋକଙ୍କୁ ବିନା ଜାମିନରେ ଜେଲରେ ଭର୍ତ୍ତି କରାଯାଉଛି। ଭାରତୀୟ ଉପମହାଦେଶ ସବୁବେଳେ ଏକ ଅରାଜକ ଏବଂ ଆଇନର ଶାସନରୁ ବଞ୍ଚତ୍ତ ସ୍ଥାନ ଭାବେ ରହିଆସିଛି। ଅନେକ ସ୍ଥାନରେ ଏହା ଦିନକୁ ଦିନ ଅତ୍ୟନ୍ତ ଖରାପ ହେଉଛି। ସବୁ ଧର୍ମୀୟ ବକ୍ତବ୍ୟ ଲାଗି ଆମକୁ ବାକ୍‌ ସ୍ବାଧୀନତା ଦିଆଯାଇଛି। କିନ୍ତୁ ଟୁଇଟର ହଟାଇଦେବା ଏବଂ ବନ୍ଦ କରିବା ଲାଗି ଦାବି ଗୋଟିଏ ବର୍ଷରେ ଅନେକ ହଜାର ଥର କରାଯାଇଛି। କାରଣ ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର ରାଷ୍ଟ୍ର ଭାରତରେ ସରକାର ବିଶେଷକରି ପ୍ରଧାନମନ୍ତ୍ରୀଙ୍କ ଉପରେ ସମାଲୋଚନା ଅସହ୍ୟ ହୋଇଯାଇଛି। ‘ଇଜି ଅଫ୍‌ ଡୁଇଂ ବିଜ୍‌ନେସ’ ବିଷୟରେ ଶୁଣିଥିବେ। କିନ୍ତୁ ଏହା ଜାଣି ନ ଥିବେ ଯେ, ଭାରତ ଗ୍ଲୋବାଲ ଇକୋନୋମିକ୍‌ ଫ୍ରିଡମ୍‌ ଇଣ୍ଡେକ୍ସ (ଆଇନର ଭୂମିକା, ସରକାରର ଆକାର, ନିୟାମକ ଦକ୍ଷତା ଏବଂ ମୁକ୍ତ ମାର୍କେଟ ଉପରେ ସମୀକ୍ଷା କରିଥାଏ)ରେ ୧୨୦ ର଼୍ୟାଙ୍କ୍‌ରୁ ୧୩୧କୁ ଖସିଛି। ଏହାର କାରଣ, ଏଠି କହିବା ସହଜ ଏବଂ କରିବା କଷ୍ଟ। ଗଣମାଧ୍ୟମର କୌଣସି ଉତ୍ତରଦାୟିତ୍ୱ ନ ଥିବା କିମ୍ବା କୌଣସି ବିଷୟରେ ତୁମେ ଯାହା କୁହ ତାହା କରିପାରୁ ନ ଥିବାରୁ; କେବଳ ସେମିତି ଆମେ କହୁଥିବା। ଫ୍ରାଜାଇଲ ଷ୍ଟେଟ୍‌ସ ଇଣ୍ଡେକ୍ସ (ପୂୂର୍ବରୁ ଫେଲ୍ଡ ଷ୍ଟେଟ୍‌ସ ଇଣ୍ଡେକ୍ସ ଥିଲା)ରେ ଭାରତ ୨୦୧୪ରୁ ଲଗାତର ନିମ୍ନଗାମୀ ହୋଇଚାଲିଛି। ଏହି ସୂଚକାଙ୍କ ସାମାଜିକ ଏକତା, ଅର୍ଥ ବ୍ୟବସ୍ଥା ଏବଂ ରାଜନୀତି ଉପରେ ସମୀକ୍ଷା କରୁଥିବାରୁ ଆମ ସ୍ଥିତିି ଏଭଳି ହୋଇଛି। ସରକାର ବିଶ୍ୱ ବ୍ୟାଙ୍କର ଇଜି ଅଫ୍‌ ଡୁଇଂ ବିଜ୍‌ନେସ ସୂଚକାଙ୍କ ସମ୍ପର୍କରେ ବାରମ୍ବାର କହି ଆସୁଥିଲେ। ଦୁର୍ଭାଗ୍ୟବଶତଃ ଦୁଇବର୍ଷ ପୂର୍ବେ ଏହା ବନ୍ଦ ହୋଇଗଲା। କେତେକ ଦେଶ ଭୁଲ୍‌ ତଥ୍ୟ ଦେଉଥିବା ଜଣାପଡ଼ିବା ପରେ ଏଭଳି ଘଟିଲା। ତେବେ ସନ୍ଦେହରେ ଥିବା ଭୁଲ୍‌ ତଥ୍ୟ ପ୍ରଦାନକାରୀ ଦେଶଗୁଡ଼ିକ ମଧ୍ୟରେ ଭାରତ ନ ଥିଲେ ବି ଆଉ ଏକ ସମସ୍ୟା ଥିଲା। ଏଠାରେ କିଛି ମିଡିଆ ସୂଚିତ କରିଥିଲେ ଯେ, କେବଳ ଦୁଇଟି ସହରର ରେଟିଂ କରାଯାଇଥିଲା ଏବଂ ଏକ ନିର୍ଦ୍ଦିଷ୍ଟ ଆକାରର ଊର୍ଦ୍ଧ୍ୱରେ ଥିବା କମ୍ପାନୀଗୁଡ଼ିକୁ ତାଲିକାଭୁକ୍ତ କରାଯାଇଥିଲା। ଏପରି କି ପ୍ରକ୍ରିୟାରେ ସାମାନ୍ୟ ପରିବର୍ତ୍ତନ ଉପରେ ନଜର ରଖିଲେ ହେରଫେର କରାଯାଇପାରୁଥିଲା। ତୃଣମୂଳ ସ୍ତରରେ ଇଜି ଅଫ୍‌ ଡୁଇଂ ବିଜ୍‌ନେସ କ୍ଷେତ୍ରରେ ବାସ୍ତବରେ କିଛି ବି ପରିବର୍ତ୍ତନ ହୋଇ ନ ଥିବାବେଳେ ରେଟିଂରେ ଉନ୍ନତି ଆଣିବା ସମ୍ଭବ ହେଲା; ଯେଉଁଥିପାଇଁ ରେଟିଂ ବନ୍ଦ ହେଲା ପର୍ଯ୍ୟନ୍ତ ଆମେ ର଼୍ୟାଙ୍କିଙ୍ଗ୍‌ରେ ଉପରକୁ ଉଠିଥିଲୁ।
ଆମେ ଯେଉଁ ବିଷୟଗୁଡ଼ିକରେ ପଛୁଆ ରହିଛୁ ତାହାର ତାଲିକା ଖୁବ୍‌ ଲମ୍ବା ଏବଂ ଏହାକୁ ମୋ ବହି ପାଇଁ ସଂଗ୍ରହ କରି ସଂଯୋଜିତ କରିଛି। ହେଲେ ଏଥିରେ ସମସ୍ୟା ସୃଷ୍ଟି ହେଉଛି, କାରଣ ଆମେ ଅନେକ କ୍ଷେତ୍ରରେ ଲଗାତର ନିମ୍ନଗାମୀ ହେଉଥିବାରୁ ପ୍ରତ୍ୟେକ ନୂଆ ସଂସ୍କରଣରେ ତଥ୍ୟରେ ପରିବର୍ତ୍ତନ କରିବା ଆବଶ୍ୟକ ପଡ଼ୁଛି। ପୂର୍ବରୁ ଏ ସମ୍ପର୍କରେ ଲେଖିଛି ଓ ତାହା କରିବାର ଏକ କାରଣ ହେଉଛି ପ୍ରତିଦିନ ଯେଭଳି ବନେଇ ଚୂନେଇ ଆମକୁ କୁହାଯାଉଛି ତାହାକୁ ଅନୁଧ୍ୟାନ କରିବାର ଆବଶ୍ୟକତା ଅଛି। ଏହାସହ ଆମ ପ୍ରଦର୍ଶନ ଓ ତଥ୍ୟକୁ ବି ସମୀକ୍ଷା କରିବା ଦରକାର। କିନ୍ତୁ ତାହା ହେଉନାହିଁ। ଏସବୁ ବାଦ୍‌ ସେମାନେ ଯେଉଁ ନ୍ୟୁଜ୍‌ ଦେଉଛନ୍ତି ତାହାର ପୃଷ୍ଠଭୂମି ସମ୍ପର୍କରେ ରିପୋର୍ଟିଂ କରିବାରେ ମିଡିଆର ଆଗ୍ରହ ନାହିଁ। କୁହାଯାଇପାରେ, ଭାରତ ଯେଉଁ ସବୁ ର଼୍ୟାଙ୍କ୍‌ରେ ରହିଛି ସେଥିରେ ଆବଶ୍ୟକ ପୃଷ୍ଠଭୂମି ଓ ଦୃଷ୍ଟିକୋଣକୁ ବାସ୍ତବରେ ରିପୋର୍ଟ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri