ସବୁଥିରେ ପଛୁଆ

ଚଳିତ ସପ୍ତାହରେ ଭାରତର ପ୍ରତିଷ୍ଠିତ ନ୍ୟୁଜ୍‌ ଏଜେନ୍ସି ପ୍ରେସ୍‌ ଟ୍ରଷ୍ଟ୍‌ ଅଫ୍‌ ଇଣ୍ଡିଆ ପ୍ରକାଶ କରିଥିଲା ଯେ, ଇଣ୍ଟରନ୍ୟାଶନାଲ ଇଣ୍ଟେଲେକ୍‌ଚୁଆଲ ପ୍ରପର୍ଟି ଇଣ୍ଡେକ୍ସ ର଼୍ୟାଙ୍କିଙ୍ଗ୍‌ରେ ଭାରତ ୫୫ ଦେଶ ମଧ୍ୟରେ ୪୨ ସ୍ଥାନରେ ରହିଛି। ଉକ୍ତ ରିପୋର୍ଟ ଏହି ପରିପ୍ରେକ୍ଷୀରେ ଭାରତରେ କ’ଣ କରାଯାଉଥିଲା ତାହାର ପ୍ରଶଂସା କରିଥିଲା। କିନ୍ତୁ ଭାରତ ୨୦୨୧ର ର଼୍ୟାଙ୍କ୍‌ ୪୦ରୁ ତଳକୁ ଖସିଥିଲା ବୋଲି କହି ନ ଥିଲା କିମ୍ବା ୨୦୧୪ରେ ୨୫ଟି ଦେଶ ମଧ୍ୟରେ ହୋଇଥିବା ର଼୍ୟାଙ୍କିଙ୍ଗ୍‌ରେ ଏହା ୨୫ ସ୍ଥାନରେ ଥିବା ଦର୍ଶାଇ ନ ଥିଲା। ଏହି କ୍ଷେତ୍ରରେ ଆମେ ଯଦି ଭଲ କାମ କରୁଛୁ ତେବେ କାହିଁକି ଆମ ର଼୍ୟାଙ୍କିଙ୍ଗ୍‌ରେ ଉନ୍ନତି ଘଟୁନାହିଁ, ସେ ସମ୍ପର୍କରେ ରିପୋର୍ଟରେ କିଛି ବି ପ୍ରକାଶ କରାଯାଇ ନ ଥିଲା। ବିଶ୍ୱ ସ୍ତରରେ ସ୍ମାର୍ଟସିଟି ଇଣ୍ଡେକ୍ସ ବା ସୂଚକାଙ୍କ ୨୦୧୯ରେ ପ୍ରଥମ ତାଲିକା ସମ୍ବଳିତ ରିପୋର୍ଟ ପ୍ରସ୍ତୁତ କରିଥିଲା। ଏଥିରେ ଭାରତର ବେଙ୍ଗାଲୁରୁ, ମୁମ୍ବାଇ, ଦିଲ୍ଲୀ ଏବଂ ହାଇଦ୍ରାବାଦ ସହର ସ୍ଥାନିତ ହୋଇଥିଲେ। ଉକ୍ତ ସୂଚକାଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା, ସୁଯୋଗ, ଗତିଶୀଳତା ଓ ଶାସନ ଉପରେ ସମୀକ୍ଷା କରିଥିଲା। ବେଙ୍ଗାଲୁରୁ ୭୯ ସ୍ଥାନରୁ ୯୩, ମୁମ୍ବାଇ ୭୮ସ୍ଥାନରୁ ୯୦, ଦିଲ୍ଲୀ ୬୮ ସ୍ଥାନରୁ ୮୯ ଏବଂ ହାଇଦ୍ରାବାଦ ୬୭ ସ୍ଥାନରୁ ୯୨କୁ ଖସିଥିଲା। ସେହିଭଳି ଦି ଇକୋନୋମିଷ୍ଟ ଗ୍ଲୋବାଲ ଲାଇଭ୍‌ଆବିଲିଟି ଇଣ୍ଡେକ୍ସରେ ଦିଲ୍ଲୀ ୧୧୦ରୁ ଖସି ୧୧୮ ଏବଂ ମୁମ୍ବାଇ ୧୧୫ରୁ ଖସି ୧୨୪ ସ୍ଥାନରେ ରହିଥିଲା। ଓ୍ବାଲର୍‌ଡ ଇକୋନୋମିକ୍‌ ଫୋରମ ବା ବିଶ୍ୱ ଆର୍ଥିକ ମଞ୍ଚର ଗ୍ଲୋବାଲ ଇକୋନୋମିକ୍‌ କମ୍ପିଟେଟିଭନେସ ଇଣ୍ଡେକ୍ସରେ ଭାରତ ୪୦ର଼୍ୟାଙ୍କରୁ ୬୮କୁ ଖସି ଥିଲା। ଏହାର ଲିଙ୍ଗଗତ ପ୍ରଭେଦ ସୂଚକାଙ୍କରେ ଭାରତ ମଧ୍ୟ ୧୧୪ତମ ସ୍ଥାନରୁ ତଳକୁ ଖସି ୧୩୫ରେ ରହିଛି।
ଆମ ଡିଜିଟାଲ ନେଟ୍‌ଓ୍ବର୍କ ଶସ୍ତା ଓ ଉନ୍ନତ ବୋଲି ଆମକୁ କୁହାଯାଉଛି, କିନ୍ତୁ ଭାରତ ବିଶ୍ୱ ସ୍ତରରେ ଇଣ୍ଟରନେଟ ବନ୍ଦ କରିବାରେ ସବୁଠୁ ଆଗରେ ବୋଲି କୁହାଯାଉନାହିଁ। ବିଶ୍ୱରେ ଅନ୍ୟ ସରକାରଗୁଡ଼ିକ ଯେତେ ଥର ଇଣ୍ଟରନେଟ ସେବା ବନ୍ଦ କରିଛନ୍ତି ତାହାର ଅଧାରୁ ଅଧିକ ହୋଇଛି ଭାରତରେ। ରୁଲ୍‌ ଅଫ୍‌ ଲ ଇଣ୍ଡେକ୍ସ ବା ଆଇନର ଶାସନ ସୂଚକାଙ୍କରେ ଭାରତ ୬୬ ତମ ସ୍ଥାନରୁ ୭୫କୁ ଖସିଛି। ଆମ ଚାରିପାଖରେ ଯାହା ଘଟୁଛି ତାହା ଆମେ ଦେଖୁଛୁ। ଆଇନ ଶାସନର ଅଧୋଗତି ଉପରେ ଯାହା ଉପଲବ୍ଧି କରୁଛୁ ସେଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ। କାରଣ ଏଠାରେ ସଂସ୍ଥାଗୁଡ଼ିକର ଅପବ୍ୟବହାର ହେଉଛି, ସଂଖ୍ୟାଲଘୁଙ୍କ ଭିଡ଼ହତ୍ୟା ବଢୁଛି, ନିୟମିତ ଭାବେ ଭାଜପା ଶାସିତ ରାଜ୍ୟଗୁଡ଼ିକର ପୋଲିସ ବିରୋଧୀ ନେତାମାନଙ୍କୁ ଆକ୍ରମଣ କରୁଛି ଓ ଅନ୍ୟ କେତେକ ଭାଜପା ଶାସିତ ରାଜ୍ୟରେ ଅସଂଖ୍ୟ ଲୋକଙ୍କୁ ବିନା ଜାମିନରେ ଜେଲରେ ଭର୍ତ୍ତି କରାଯାଉଛି। ଭାରତୀୟ ଉପମହାଦେଶ ସବୁବେଳେ ଏକ ଅରାଜକ ଏବଂ ଆଇନର ଶାସନରୁ ବଞ୍ଚତ୍ତ ସ୍ଥାନ ଭାବେ ରହିଆସିଛି। ଅନେକ ସ୍ଥାନରେ ଏହା ଦିନକୁ ଦିନ ଅତ୍ୟନ୍ତ ଖରାପ ହେଉଛି। ସବୁ ଧର୍ମୀୟ ବକ୍ତବ୍ୟ ଲାଗି ଆମକୁ ବାକ୍‌ ସ୍ବାଧୀନତା ଦିଆଯାଇଛି। କିନ୍ତୁ ଟୁଇଟର ହଟାଇଦେବା ଏବଂ ବନ୍ଦ କରିବା ଲାଗି ଦାବି ଗୋଟିଏ ବର୍ଷରେ ଅନେକ ହଜାର ଥର କରାଯାଇଛି। କାରଣ ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର ରାଷ୍ଟ୍ର ଭାରତରେ ସରକାର ବିଶେଷକରି ପ୍ରଧାନମନ୍ତ୍ରୀଙ୍କ ଉପରେ ସମାଲୋଚନା ଅସହ୍ୟ ହୋଇଯାଇଛି। ‘ଇଜି ଅଫ୍‌ ଡୁଇଂ ବିଜ୍‌ନେସ’ ବିଷୟରେ ଶୁଣିଥିବେ। କିନ୍ତୁ ଏହା ଜାଣି ନ ଥିବେ ଯେ, ଭାରତ ଗ୍ଲୋବାଲ ଇକୋନୋମିକ୍‌ ଫ୍ରିଡମ୍‌ ଇଣ୍ଡେକ୍ସ (ଆଇନର ଭୂମିକା, ସରକାରର ଆକାର, ନିୟାମକ ଦକ୍ଷତା ଏବଂ ମୁକ୍ତ ମାର୍କେଟ ଉପରେ ସମୀକ୍ଷା କରିଥାଏ)ରେ ୧୨୦ ର଼୍ୟାଙ୍କ୍‌ରୁ ୧୩୧କୁ ଖସିଛି। ଏହାର କାରଣ, ଏଠି କହିବା ସହଜ ଏବଂ କରିବା କଷ୍ଟ। ଗଣମାଧ୍ୟମର କୌଣସି ଉତ୍ତରଦାୟିତ୍ୱ ନ ଥିବା କିମ୍ବା କୌଣସି ବିଷୟରେ ତୁମେ ଯାହା କୁହ ତାହା କରିପାରୁ ନ ଥିବାରୁ; କେବଳ ସେମିତି ଆମେ କହୁଥିବା। ଫ୍ରାଜାଇଲ ଷ୍ଟେଟ୍‌ସ ଇଣ୍ଡେକ୍ସ (ପୂୂର୍ବରୁ ଫେଲ୍ଡ ଷ୍ଟେଟ୍‌ସ ଇଣ୍ଡେକ୍ସ ଥିଲା)ରେ ଭାରତ ୨୦୧୪ରୁ ଲଗାତର ନିମ୍ନଗାମୀ ହୋଇଚାଲିଛି। ଏହି ସୂଚକାଙ୍କ ସାମାଜିକ ଏକତା, ଅର୍ଥ ବ୍ୟବସ୍ଥା ଏବଂ ରାଜନୀତି ଉପରେ ସମୀକ୍ଷା କରୁଥିବାରୁ ଆମ ସ୍ଥିତିି ଏଭଳି ହୋଇଛି। ସରକାର ବିଶ୍ୱ ବ୍ୟାଙ୍କର ଇଜି ଅଫ୍‌ ଡୁଇଂ ବିଜ୍‌ନେସ ସୂଚକାଙ୍କ ସମ୍ପର୍କରେ ବାରମ୍ବାର କହି ଆସୁଥିଲେ। ଦୁର୍ଭାଗ୍ୟବଶତଃ ଦୁଇବର୍ଷ ପୂର୍ବେ ଏହା ବନ୍ଦ ହୋଇଗଲା। କେତେକ ଦେଶ ଭୁଲ୍‌ ତଥ୍ୟ ଦେଉଥିବା ଜଣାପଡ଼ିବା ପରେ ଏଭଳି ଘଟିଲା। ତେବେ ସନ୍ଦେହରେ ଥିବା ଭୁଲ୍‌ ତଥ୍ୟ ପ୍ରଦାନକାରୀ ଦେଶଗୁଡ଼ିକ ମଧ୍ୟରେ ଭାରତ ନ ଥିଲେ ବି ଆଉ ଏକ ସମସ୍ୟା ଥିଲା। ଏଠାରେ କିଛି ମିଡିଆ ସୂଚିତ କରିଥିଲେ ଯେ, କେବଳ ଦୁଇଟି ସହରର ରେଟିଂ କରାଯାଇଥିଲା ଏବଂ ଏକ ନିର୍ଦ୍ଦିଷ୍ଟ ଆକାରର ଊର୍ଦ୍ଧ୍ୱରେ ଥିବା କମ୍ପାନୀଗୁଡ଼ିକୁ ତାଲିକାଭୁକ୍ତ କରାଯାଇଥିଲା। ଏପରି କି ପ୍ରକ୍ରିୟାରେ ସାମାନ୍ୟ ପରିବର୍ତ୍ତନ ଉପରେ ନଜର ରଖିଲେ ହେରଫେର କରାଯାଇପାରୁଥିଲା। ତୃଣମୂଳ ସ୍ତରରେ ଇଜି ଅଫ୍‌ ଡୁଇଂ ବିଜ୍‌ନେସ କ୍ଷେତ୍ରରେ ବାସ୍ତବରେ କିଛି ବି ପରିବର୍ତ୍ତନ ହୋଇ ନ ଥିବାବେଳେ ରେଟିଂରେ ଉନ୍ନତି ଆଣିବା ସମ୍ଭବ ହେଲା; ଯେଉଁଥିପାଇଁ ରେଟିଂ ବନ୍ଦ ହେଲା ପର୍ଯ୍ୟନ୍ତ ଆମେ ର଼୍ୟାଙ୍କିଙ୍ଗ୍‌ରେ ଉପରକୁ ଉଠିଥିଲୁ।
ଆମେ ଯେଉଁ ବିଷୟଗୁଡ଼ିକରେ ପଛୁଆ ରହିଛୁ ତାହାର ତାଲିକା ଖୁବ୍‌ ଲମ୍ବା ଏବଂ ଏହାକୁ ମୋ ବହି ପାଇଁ ସଂଗ୍ରହ କରି ସଂଯୋଜିତ କରିଛି। ହେଲେ ଏଥିରେ ସମସ୍ୟା ସୃଷ୍ଟି ହେଉଛି, କାରଣ ଆମେ ଅନେକ କ୍ଷେତ୍ରରେ ଲଗାତର ନିମ୍ନଗାମୀ ହେଉଥିବାରୁ ପ୍ରତ୍ୟେକ ନୂଆ ସଂସ୍କରଣରେ ତଥ୍ୟରେ ପରିବର୍ତ୍ତନ କରିବା ଆବଶ୍ୟକ ପଡ଼ୁଛି। ପୂର୍ବରୁ ଏ ସମ୍ପର୍କରେ ଲେଖିଛି ଓ ତାହା କରିବାର ଏକ କାରଣ ହେଉଛି ପ୍ରତିଦିନ ଯେଭଳି ବନେଇ ଚୂନେଇ ଆମକୁ କୁହାଯାଉଛି ତାହାକୁ ଅନୁଧ୍ୟାନ କରିବାର ଆବଶ୍ୟକତା ଅଛି। ଏହାସହ ଆମ ପ୍ରଦର୍ଶନ ଓ ତଥ୍ୟକୁ ବି ସମୀକ୍ଷା କରିବା ଦରକାର। କିନ୍ତୁ ତାହା ହେଉନାହିଁ। ଏସବୁ ବାଦ୍‌ ସେମାନେ ଯେଉଁ ନ୍ୟୁଜ୍‌ ଦେଉଛନ୍ତି ତାହାର ପୃଷ୍ଠଭୂମି ସମ୍ପର୍କରେ ରିପୋର୍ଟିଂ କରିବାରେ ମିଡିଆର ଆଗ୍ରହ ନାହିଁ। କୁହାଯାଇପାରେ, ଭାରତ ଯେଉଁ ସବୁ ର଼୍ୟାଙ୍କ୍‌ରେ ରହିଛି ସେଥିରେ ଆବଶ୍ୟକ ପୃଷ୍ଠଭୂମି ଓ ଦୃଷ୍ଟିକୋଣକୁ ବାସ୍ତବରେ ରିପୋର୍ଟ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?