‘ବେବି ଜନ୍‌’ ଟିଜର ଆଉଟ

ମୁମ୍ବାଇ: ଅଭିନେତା ବରୁଣ ଧାୱନଙ୍କ ପରବର୍ତ୍ତୀ ଫିଲ୍ମ ‘ବେବି ଜନ୍‌’ ଆସନ୍ତା ଡିସେମ୍ବର ୨୫ ବଡ଼ଦିନ ଉପଲକ୍ଷେ ରିଲିଜ୍‌ ହେବାକୁ ଯାଉଛି। ଶନିବାର ‘ବେବି ଜନ୍‌’ର ନିର୍ମାତାଙ୍କ ପକ୍ଷରୁ ଏହାର ଟିଜରକୁ ଜାରି କରାଯାଇଛି। ବରୁଣ ମଧ୍ୟ ଏହି ଟିଜରକୁ ନିଜ ଇନ୍‌ଷ୍ଟାଗ୍ରାମ ଆଇଡିରେ ଶେୟାର କରିଛନ୍ତି। ଏହି ଟିଜରରେ କମେଡି ବ୍ୟତୀତ ବରୁଣଙ୍କର ଆକ୍ସନ ଦୃଶ୍ୟ ମଧ୍ୟ ରହିଛି। ଏଥିରେ ବରୁଣ ଖାକି ୟୁନିଫର୍ମ ପିନ୍ଧିଥିବାର ନଜରକୁ ଆସିଛନ୍ତି। ଟିଜରରେ ବରୁଣଙ୍କର ୨ଟି ଲୁକ୍‌ ଦେଖିବାକୁ ମିଳୁଛି। ଗୋଟିଏ ଲୁକ୍‌ରେ ସେ କ୍ଲିନ୍‌ ଶେଭ୍‌ ଥିବା ସହ ପୋଲିସ ୟୁନିଫର୍ମରେ ଦେଖାଯାଉଛନ୍ତି। ସେହିପରି ଅନ୍ୟ ଲୁକ୍‌ରେ ତାଙ୍କୁ ଲମ୍ବା କେଶ ଓ ଦାଢ଼ି ସହ ଦେଖିବାକୁ ମିଳିଛି। ‘ବେବି ଜନ୍‌’ ଫିଲ୍ମରେ ବରୁଣଙ୍କ ବିପକ୍ଷରେ ଅଭିନେତ୍ରୀ କୀର୍ତ୍ତି ସୁରେଶ ଏବଂ ୱାମିକା ଗବ୍ବିଙ୍କୁ ଦେଖିବାକୁ ମିଳିବ। ସେହିପରି ଫିଲ୍ମରେ ଅନ୍ୟ ଏକ ଭୂମିକାରେ ଅଭିନେତା ଜ୍ୟାକି ଶ୍ରଫ୍‌ଙ୍କୁ ମଧ୍ୟ ଦେଖିବାକୁ ମିଳିବ। ପ୍ରକାଶ ଯେ, ‘ବେବି ଜନ୍‌’ହେଉଛି ତାମିଲ ଚଳଚ୍ଚିତ୍ର ‘ଥେରି’ର ରିମେକ୍‌। ‘ଥେରି’ ଫିଲ୍ମରେ ଅଭିନେତା ଥାଲାପଥି ବିଜୟ, ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ ଓ ଆମି ଜ୍ୟାକ୍‌ସନ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜରକୁ ଆସିଥିଲେ। ‘ଥେରି’ର ନିର୍ଦ୍ଦେଶକ ଏଟଲି କୁମାର ‘ବେବି ଜନ୍‌’ ଫିଲ୍ମ ନିର୍ମାଣ କରିଛନ୍ତି। ତେବେ ‘ଥେରି’ର କାହାଣୀ ତୁଳନାରେ ‘ବେବି ଜନ୍‌’ କାହାଣୀରେ ଏକ ଟୁଇଷ୍ଟ ଯୋଡ଼ା ଯାଇଥିବା ସେ ସୂଚନା ଦେଇଛନ୍ତି। କ୍ଲିସ୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଟିଜର ରିଲିଜ୍‌ ହେବା ପରେ ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଜିଲା ମାଟ୍ରିକ୍‌ ଫଳ: କମିଛି ପାସ୍‌ ହାର, ବଢ଼ିଛି A-1 ଗ୍ରେଡ୍‌

ବରଗଡ଼,୩ା୫(ପ୍ରେମାନନ୍ଦ ଖମାରୀ): ଗତବର୍ଷ ଏବଂ ଚଳିତବର୍ଷ ମାଟ୍ରିକ ପରୀକ୍ଷାଫଳକୁ ତୁଳନା କଲେ ସମାନ ଦିନରେ ପରୀକ୍ଷାଫଳ ପ୍ରକାଶ ପାଇଛି। କିନ୍ତୁ ଏଥର ପରୀକ୍ଷାଫଳ ଗତବର୍ଷ ପରୀକ୍ଷା ଫଳ…

ଦିଲ୍ଲୀର ବିବେକ ବିହାରରେ ୪ ମହଲା କୋଠାରେ ଅଗ୍ନିକାଣ୍ଡ, ୯ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ,୩।୫: ଶନିବାର ରାତିରେ ଦିଲ୍ଲୀର ଶାହଦରାର ବିବେକ ବିହାର ଅଞ୍ଚଳରେ ଏକ ଚାରି ମହଲା ବିଶିଷ୍ଟ ଆବାସିକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ଯୋଗୁ ପୋଡ଼ିଯିବା…

ଇରାନର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା ଆମେରିକା, କଡ଼ା ଜବାବ ରଖିଲା ତେହରାନ

ତେହରାନ,୩।୫: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ଏବଂ ଉତ୍ତେଜନା ଜାରି ରହିଛି। ଏହା ମଧ୍ୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ଅଲି ବାଘେରି କାନି ଶନିବାର…

ବିନା ଟ୍ୟୁସନରେ ମାଟ୍ରିକ୍‌ ଟପ୍ପର, ବଡ଼ ହେଲେ ଡାକ୍ତର ହେବେ କହିଲେ ଦୀପଶିଖା

ବରଗଡ଼,୩ା୫(ପ୍ରେମାନନ୍ଦ ଖମାରୀ): ବିଦ୍ୟାଳୟରେ ପାଠପଢ଼ା ବ୍ୟତୀତ ଘରେ ଦୈନିକ ୬ରୁ ୭ଘଣ୍ଟା ପଢ଼ୁଥିଲି। ଟ୍ୟୁସର ପଢ଼ୁ ନ ଥିଲି। ପଦ୍ମପୁରସ୍ଥିତ ନାନା ମମତା(ବାପାଙ୍କ ଭଉଣୀ) ଘରେ ରହୁଛନ୍ତି…

‘ଭାଜପା ୫୦୦-୭୦୦ ଭୋଟରେ ଆଗେଇଲେ ପୁଣିଥରେ ହେବ ଗଣତି!’, TMC କର୍ମୀଙ୍କୁ ବଡ଼ ବାର୍ତ୍ତା ଦେଲେ ମମତା

କୋଲକାତା,୩।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଶନିବାର ଦଳର କାଉଣ୍ଟିଂ ଏଜେଣ୍ଟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁ ବୁଥ୍ରେ ବିଜେପି ୫୦୦…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri