କୁକୁର ମୁହଁରେ ଶିଶୁକନ୍ୟା

ଭାପୁର, ୬।୩: ନୟାଗଡ଼ ଜିଲା ଫତେଗଡ଼ ଥାନା ଅଧୀନ ବଡ଼ସହରା ଗ୍ରାମ ତେଲି ସାହିରେ ଶନିବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗାଁ ଦାଣ୍ଡରେ ବୁଲୁଥିବା ଏକ କୁକୁର ଶିଶୁକନ୍ୟାର ମୁଣ୍ଡ ନ ଥିବା ମୃତଦେହକୁ ଦାନ୍ତରେ କାମୁଡ଼ି ଧରିଥିଲା। ଗାଁ ଲୋକେ ଏହା ଦେଖି ବ୍ୟସ୍ତ ହୋଇପଡିଥିଲେ। ମୃତ ଶିଶୁର ଗୋଟିଏ ଗୋଡ଼ ବି ନ ଥିଲା। ମୃତଦେହକୁ କେହି ନ ପୋତି ବାହାରେ ଫିଙ୍ଗି ଦେଇଥିବାରୁ ଏହା କୁକୁରର ଆହାର ସାଜିଥିଲା। ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଭାପୁର ଫାଣ୍ଡି ଅଧିକାରୀ ସଚ୍ଚିଦାନନ୍ଦ ସାମନ୍ତରାୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଅନ୍ୟପକ୍ଷେ ମୃତଦେହ ଧରିଥିବା ବୁଲା କୁକୁରଟି କୁଆଡ଼େ ଚାଲି ଯାଇଥିଲା।