ବନବିଭାଗ ଘଉଡାଇବା ବେଳେ ଅଘଟଣ: କୂଅରେ ପଡ଼ି ଚାଲିଗଲା ହାତୀଛୁଆର ଜୀବନ                   

ନୟାଗଡ଼/ରଣପୁର,୨୩।୧୧(ଲୋକନାଥ ମିଶ୍ର/ ସୁକାନ୍ତ କିଶୋର ଡାକୁଆ):ଖୋର୍ଦ୍ଧା ବନଖଣ୍ଡ ନୟାଗ ଜିଲା ରଣପୁର ବନାଞ୍ଚଳ ପାତେଳେଶ୍ୱର ଗ୍ରାମ ନିକଟସ୍ଥ କାଜୁ ଜଙ୍ଗଲରେ ଥିବା ପରିତ୍ୟକ୍ତ କୂଅରେ ପଡି ଏକ ହାତୀଛୁଆର ମୃତ୍ୟୁ ହୋଇଛି। ହାତୀର ମୃତ୍ୟୁ ୪ ରୁ ୫ ଦିନ ତଳେ ହୋଇଥିବା କୁହାଯାଉଛି। ମୃତଦେହ ପଚି ସଢ଼ି  ଦୁର୍ଗନ୍ଧ ହେଉଛି।  ହାତୀ ଛୁଆର ବୟସ ପାଖାପାଖି ୪ ବର୍ଷ ହୋଇଥିବା ଅନୁମାନ କରା ଯାଉଛି l ଘଟଣା ସ୍ଥଳରେ ରଣପୁର ରେଞ୍ଜର ଓ କର୍ମଚାରୀ ପହଞ୍ଚି ହାତୀର ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

ପ୍ରାପ୍ତ ସୂଚନା ଅନୁସାରେ,  ହାତୀ ପଲ ଜଙ୍ଗଲରେ ଯାଉଥିବା ବେଳେ ଛୁଆ ହାତୀଟି କୂଅରେ ଖସି ପଡ଼ିଥିବା  ସନ୍ଦେହ କରାଯାଉଛି। ଗତ ୫ ଦିନ ତଳେ ୧୮ ଟିକିଆ ହାତୀ ପଲ ସ୍ଥାନୀୟ ଅଂଚଳରେ ଆତଙ୍କ ସୃଷ୍ଟି କରି ବ୍ୟାପକ କ୍ଷୟକ୍ଷତି କରିଥିଲେ। ବନ ବିଭାଗ କର୍ମଚାରୀ ମାନେ ହାତୀ ପଲକୁ ଗାଁ ନିକଟରୁ ଘଉଡ଼ାଇବା ପାଇଁ ଲୋକେ ଦାବି କରି ଆସୁଥିଲେ। ହାତୀ ପଲକୁ ବନ ବିଭାଗ ଘଉଡ଼ାଇବା ସମୟରେ ଗୋଟିଏ ହାତୀ ଖୋଲା କୂଅରେ ପଡ଼ିଥିବା ସନ୍ଦେହ କରାଯାଉଛି। ଗାଈଆଳ ଗାଈ ଚରାଇବାକୁ ଆସିଥିବାବେଳେ ପ୍ରବଳ ଗନ୍ଧ ହୋଇଥିଲା। ଗାଈଆଳ କୂଅ ଭିତରେ ହାତୀ ପଡି ଯାଇଥିବା ଦେଖିବାକୁ ପାଇଥିଲା। ଗାଈଆଳ ଠାରୁ ଖବର ଜଣା ପଡିବା ପରେ ଗାଁ ଲୋକେ ଘଟଣାସ୍ଥଳକୁ  ଯାଇ ହାତୀ ମୃତ୍ୟୁ ଦେଖିଥିଲେ।  ବନ ବିଭାଗର ଅବହେଳାରୁ ହାତୀର ମୃତ୍ୟୁ ହୋଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ହାତୀଟି କିଭଳି କୂଅରେ ପଡି ରହି ମୃତ୍ୟୁବରଣ କଲା ବନ ବିଭାଗ ଜାଣି ପାରିଲାନାହିଁ ତାହା ସମସ୍ତଙ୍କୁ ଚକିତ କରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

ଦିଗପହଣ୍ଡିରେ ମାତିଛି ଗୋଠଛଡ଼ା ହାତୀ: ଭୟଭୀତ ଅଞ୍ଚଳବାସୀ, ସନ୍ଧ୍ୟା ହେଲେ ପଡୁଛି ତାଟି କବାଟ…

ଦିଗପହଣ୍ଡି,୩୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ଜିଲା ସୀମାନ୍ତରେ ଗତ ୪ ଦିନ ହେବ ଗୋଟିଏ ଗୋଠଛଡ଼ା ହାତୀ ଘୁରି ବୁଲୁଛି। ସା ହେଲେ ହାତୀଟି…

ବିଦ୍ୟୁତ୍‌ ନେଲା ୫ ମଇଁଷିଙ୍କ ଜୀବନ: ବିଭାଗୀୟ ଅବହେଳାକୁ ଦାୟୀ କଲେ ଗ୍ରାମବାସୀ

ଖଜୁରିପଡ଼ା,୩୦ା୧(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା…

ବହୁ ଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ହତ୍ୟା ମାମଲାର ରାୟ ପ୍ରକାଶ: ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର,୩୦ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣାରେ କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ବ୍ରହ୍ମପୁର ଅତିରିକ୍ତ…

ୱାର୍ଡସଭ୍ୟଙ୍କୁ ଦୁର୍ବ୍ୟବହାର: କର୍ମଚାରୀ କଲେ ଆନ୍ଦୋଳନ

ଖଡ଼ିଆଳ, ୩୦ା୧ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡିଆଳ ଏନ୍‌ଏସିର ଜଣେ ୱାର୍ଡସଭ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ଶୁକ୍ରବାର କର୍ମଚାରୀମାନେ କଲମ ଛାଡ ଆନ୍ଦୋଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri