ଶୀତରେ ଶିଶୁଙ୍କ ଯତ୍ନ

ଧୀରେ ଧୀରେ ଅନୁଭୂତ ହେଲାଣି ଶୀତ। ଆଉ ମା’ମାନଙ୍କଠାରେ ବଢୁଛି ପିଲାଙ୍କ ସ୍ବାସ୍ଥ୍ୟ ଚିନ୍ତା। କାରଣ ବର୍ଷର ଅନ୍ୟଦିନ ତୁଳନାରେ ଏଦିନେ ଶିଶୁଙ୍କଠାରେ ଦେଖାଦେଇଥାଏ ବିଭିନ୍ନ ଥଣ୍ଡାଜନିତ ସ୍ବାସ୍ଥ୍ୟ ସମସ୍ୟା। ଯେଉଁଥିରୁ ଶିଶୁଙ୍କୁ ରକ୍ଷା କରିବା ଲାଗି ଆବଶ୍ୟକ ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା…

ଶୀତଋତୁର ସ୍ଥାନ ବର୍ଷର ୬ ଋତୁ ମଧ୍ୟରୁ ସ୍ବତନ୍ତ୍ର ା ଏହି ଋତୁ ଆଣେ ଅନେକ ପର୍ବପର୍ବାଣି ଓ ଆନନ୍ଦ ଉଲ୍ଲାସର ଦିନ, ପାଚିଲା ଧାନକ୍ଷେତ, ଅନେକ ଫଳ ପୁଷ୍ପର ସମ୍ଭାର ସମସ୍ତଙ୍କୁ ଆତ୍ମହରା କରିଥାଏ ା
ଏହିଦିନେ ଭଳିକି ଭଳି ଶୀତବସ୍ତ୍ର ପିନ୍ଧି ସଭିଏଁ ଏହାର ବେଶ୍‌ ଆନନ୍ଦ ଉଠାନ୍ତି। ହେଲେ ଏହି ଥଣ୍ଡା ପାଗ ଶିଶୁଙ୍କ ସ୍ବାସ୍ଥ୍ୟକୁ ପ୍ରଭାବିତ କରିଥାଏ। କାରଣ ଏହିଦିନେ ପୃଥିବୀ ଦଣିକ୍ଷାୟନ ହେବା ଫଳରେ ସୂର୍ଯ୍ୟଙ୍କ ନିକଟରୁ ଆସୁଥିବା କିରଣ ପୃଥିବୀରେ ତୀର୍ଯ୍ୟକ ଭାବରେ ପଡ଼ିଥାଏ ା ଫଳରେ ଭୂପୃଷ୍ଠର ଉତ୍ତାପ କମ୍‌ ହୋଇଥାଏ ା ଉଷ୍ମ ବାୟୁରେ ଅଧିକ ଜଳୀୟ ବାଷ୍ପ ଥିବା ବେଳେ ବାୟୁ ଶୀତଳ ହେଲେ ଜଳୀୟ ବାଷ୍ପ ହ୍ରାସ ପାଏ। ଏହା ତ୍ୱଚାକୁ ଶୁଷ୍କ କରିଦିଏ ା ଶୀତଳ ବାୟୁ ଭୂପୃଷ୍ଠରୁ ଊର୍ଦ୍ଧ୍ୱକୁ ଯାଏ ନାହିଁ । ତେଣୁ ଧୂଳିକଣା, ଧୂଆଁ, ଅଙ୍ଗାରକାମ୍ଳ ଭୂପୃଷ୍ଠରେ ରହିଯାଏ ା କୁହୁଡ଼ି ସହ ମିଶି ଏହା ସ୍ମଗ୍‌ ସୃଷ୍ଟିକରେ, ଯାହାକି ଶ୍ୱାସକ୍ରିୟା ପାଇଁ ହାନିକାରକ। ବିଶେଷକରି ଏହା ଶିଶୁର ଛାତି ଭିତରକୁ ଯାଇ ଥଣ୍ଡା ଓ ଶ୍ୱାସଜନିତ ରୋଗ ସୃଷ୍ଟି କରିଥାଏ ା
ଶୀତରେ ଶିଶୁଙ୍କଠାରେ ଦେଖାଦେଉ ଥିବା ମୁଖ୍ୟ ସମସ୍ୟା: ଶୀତରେ ସାଧାରଣ ଶିଶୁଙ୍କ ଠାରେ ଥଣ୍ଡାଜ୍ୱର ଦେଖାଦେଇଥାଏ। ଏହା ବ୍ୟତୀତ ଇନ୍‌ଫ୍ଲୁଏଞ୍ଜା, ବ୍ରୋଙ୍କିଓଲାଇଟିସ୍‌, କ୍ରୁପ୍‌, ନିମୋନିଆ, ଟନ୍‌ସିଲାଇଟିସ୍‌ ଓ ଫାରିଞ୍ଜାଇଟିସ୍‌, ଷ୍ଟୋମାକ୍‌ ଫ୍ଲୁ ଏବଂ କୋଭିଡ୍‌-୧୯, କାନପଚା, ଆଜ୍‌ମା, ଚର୍ମରୋଗ, ଡେଙ୍ଗୁ, ମ୍ୟାଲେରିଆ, ଜିଭ ଘା’, ତରଳଝାଡ଼ା(ରୋଟା ଓ ନରୋଭାଇରସ୍‌ ଡାଇରିଆ) ଭଳି ସମସ୍ୟା ବି କେତେକଙ୍କ ଠାରେ ଦେଖିବାକୁ ମିଳିଥାଏ।
ତେବେ ଶୀତରେ ଶିଶୁମାନଙ୍କରଠାରେ ଦେଖାଦେଉଥିବା ପ୍ରଧାନ ରୋଗ ହେଲା ଥଣ୍ଡା। ପ୍ରାୟ ୨୦୦ ପ୍ରକାର ଭୂତାଣୁ ଦ୍ୱାରା ଥଣ୍ଡାରୋଗ ହୋଇଥାଏ ା ଏମାନଙ୍କ ମଧ୍ୟରୁ ରାଇନୋ(Rhino) ରେସ୍ପିରେଟନ ସିନ୍‌ସିଟିଆଇ ଭାଇରସ୍‌(R.S.V), କରୋନା ଭୂତାଣୁ, ମିଳିମିଳା ଭୂତାଣୁ ପ୍ରଧାନ। ଥଣ୍ଡା ପ୍ରଥମ ଦିନ ଜ୍ୱର ହୁଏ ଓ ନାକରୁ ତରଳ ଜଳୀୟ ପଦାର୍ଥ ନିର୍ଗତ ହୁଏ ା ୩ ଦିନ ପରେ ବହଳିଆ ହୋଇଥାଏ ା କମ୍‌ ରୋଗ ପ୍ରତିରୋଧକ ଥିବା ଶିଶୁମାନଙ୍କର ଅଧିକ ଦିନ ଦେହରେ କାଶ ଥଣ୍ଡା ଲାଗିରହେ ା
– ଇନ୍‌ଫ୍ଲୁଏଞ୍ଜା ରୋଗ ଓ କୋଭିଡ୍‌-୧୯ ଅଧିକ ମାରାତ୍ମକ ହୋଇଥାନ୍ତି ା ଲାରିଙ୍ଗୋ ଟାକିଓ ବ୍ରୋଙ୍କାଇଟିସ୍‌ (Laryngo teacheo Bronchitis)ରେ ଶିଶୁର ସ୍ବର ବଦଳିଯାଏ ା କାଶ ଲାଗି ରହେ, ଅଣନିଃଶ୍ୱାସୀ ହୁଏ ା ବ୍ରୋଙ୍କିଓଲାଇଟିସ୍‌ ହେଲେ ଶିଶୁଟି ମା’ଠାରୁ ଟାଣି କ୍ଷୀର ଖାଇପାରେ ନାହିଁ ା ଅଣନିଃଶ୍ୱାସୀ ହୁଏ ା ଏକ୍ଷେତ୍ରରେ ତୁରନ୍ତ ଶିଶୁକୁ ଡାକ୍ତରଖାନାରେ ରଖି ଚିକିତ୍ସା କରିବା ଜରୁରୀ ା
-ନିମୋନିଆ ରୋଗ ଷ୍ଟ୍ରେପ୍ଟୋକୋକ୍‌ସ ନିଉମୋନି ବା ନିଉମୋ କୋକସ୍‌ ଜୀବାଣୁ ଦ୍ୱାରା ହୋଇଥାଏ ା ଏଥିରେ ନିଃଶ୍ୱାସର ଗତି ବୃଦ୍ଧି ପାଏ। ନିଷ୍କାସନର ଗତି(ଜନ୍ମରୁ-୨ ମାସ ପର୍ଯ୍ୟନ୍ତ ଶିଶୁଙ୍କ ନିଃଶ୍ୱାସର ଗତି ପ୍ରତି ମିନିଟକୁ ୬୦ କିମ୍ବା ୬୦ରୁ ଊର୍ଦ୍ଧ୍ୱ, ୨ମାସରୁ-୧ବର୍ଷ ମଧ୍ୟରେ ଶିଶୁଙ୍କର ୫୦କିମ୍ବା ଊର୍ଦ୍ଧ୍ୱ, ୧ବର୍ଷରୁ -୫ ବର୍ଷ ଶିଶୁଙ୍କର ୪୦କିମ୍ବା ଊର୍ଦ୍ଧ୍ୱ ଏବଂ ୫ରୁ ଅଧିକ ବର୍ଷର ଶିଶୁଙ୍କର ୩୦ କିମ୍ବା ଊର୍ଦ୍ଧ୍ୱ)କୁ ମାପି ସେଥିରୁ ନିମୋନିଆ ଅଛି କି ନାହିଁ ଜାଣିହୁଏ । ନିମୋନିଆ ରୋଗ ହୋଇଥିଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେଇ ଡାକ୍ତରଖାନାରେ ରଖିବା ଆବଶ୍ୟକ ା
ପ୍ରତିଷେଧକ: – ଶୀତଦିନ ଆରମ୍ଭରୁ ଶିଶୁଙ୍କୁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରୁ ରକ୍ଷାକରିବା ଲାଗି ବହୁ ପ୍ରତିଷେଧକ ବ୍ୟବସ୍ଥା ଆପଣେଇବା ଆବଶ୍ୟକ। ନିମୋନିଆ ନ ହେବା ପାଇଁ ପିସିଭି ବା ନିଉମୋକୋକାଲ ଭାକ୍ସିନ ମିଳୁଛି ା ସରକାରୀ ଡାକ୍ତରଖାନା କିମ୍ବା କୌଣସି ଶିଶୁରୋଗ ବିଶେଷଜ୍ଞଙ୍କ ନିକଟରେ ଦେଢ଼ମାସ, ଅଢ଼େଇମାସ ଓ ସାଢ଼େ ୩ ମାସ ବୟସର ଶିଶୁଙ୍କୁ ଏହି ଭାକ୍ସିନ ଦିଅନ୍ତୁ। ଏହାର ବୁଷ୍ଟର ଡୋଜ୍‌ ୧୫ ମାସ ବୟସରେ ଦିଆଯାଏ ା ଏହା ବ୍ୟତୀତ ଫ୍ଲୁ ଏବଂ କରୋନା ପାଇଁ ମିଳୁଥିବା ପ୍ରତିଷେଧକ ଟିକା ଦିଅନ୍ତୁ ା
– ଶିଶୁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଶୀତଦିନରେ କମ୍‌ ରହେ। ଏହାକୁ ବୃଦ୍ଧି କରିବା ଲାଗି ଲେମ୍ବୁ, କମଳା ଇତ୍ୟାଦି ଭିଟାମିନ-ସି ଯୁକ୍ତ ଖାଦ୍ୟ ଖାଇବାକୁ ଦିଅନ୍ତୁ। ଏଦିନେ ତ୍ୱଚା ଶୁଷ୍କ ନ ହେବା ଲାଗି ଅଧିକ ପାଣି ପିଇବାକୁ ଦିଅନ୍ତୁ ଏବଂ ଜୁସ୍‌, ସୁପ୍‌ ଆଦି ମଧ୍ୟ ପିଇବାକୁ ଦିଅନ୍ତୁ।
– ଏହିଦିନେ ଶୀତ ଯୋଗୁ ଶୀତବସ୍ତ୍ର ପିନ୍ଧିବା ହେତୁ ପିଲାଙ୍କ ଚର୍ମ ଉପରେ ଆଦୌ ଖରା ପଡ଼େ ନାହିଁ। ଏହାଦ୍ୱାରା ଭିଟାମିନ୍‌-ଡି କମ୍‌ ହୋଇଥାଏ। ତେଣୁ ପିଲାଙ୍କୁ ସକାଳୁ କିଛି ସମୟ ସୂର୍ଯ୍ୟାଲୋକରେ ବୁଲାବୁଲି କରାଇବା ଦରକାର।
– ତା’ଛଡ଼ା ଅନେକ ଶିଶୁ ଥଣ୍ଡା ଲାଗୁଥିବାରୁ ଏହିଦିନେ ଗାଧେଇ ନ ଥାନ୍ତି। ଏହାଦ୍ୱାରା ମଧ୍ୟ ଶିଶୁଙ୍କଠାରେ ସ୍ବାସ୍ଥ୍ୟ ସମସ୍ୟା ବଢ଼ିଥାଏ। ତେଣୁ ସେମାନଙ୍କୁ ପ୍ରତିଦିନ ଗାଧୋବାକୁ କୁହନ୍ତୁ। ବାହାରକୁ ଗଲେ ଫେରିବା ମାତ୍ରେ ହ୍ୟାଣ୍ଡଓ୍ବାଶ୍‌ କରନ୍ତୁ। ଥଣ୍ଡା, କାଶ, ଜ୍ୱର ହୋଇଥିବା କୌଣସି ବ୍ୟକ୍ତିଙ୍କ ନିକଟକୁ ପିଲାଙ୍କୁ ଛାଡ଼ନ୍ତୁ ନାହିଁ।
– ଅନେକ ଅଭିଭାବକ ଥଣ୍ଡା ପବନ ବାଜିଲେ ପିଲାଙ୍କ ଦେହ ଖରାପ ହେବା ଡରରେ ଆଦୌ ବାହାରକୁ ଛାଡି ନ ଥାନ୍ତି। ହେଲେ ଏହାଦ୍ୱାରା ଅଧିକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ତେଣୁ ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଲାଗି କିଛି ସମୟ ଖରାରେ ଖେଳକୁଦ କରିବାକୁ ଛାଡନ୍ତୁ।
– ତା’ଛଡା ସମ୍ପୂର୍ଣ୍ଣ ଘରେ ରହିବା ଅବା ସ୍କୁଲରେ କୋଠରି ଭିତରେ ଅନେକ ପିଲା ଏକାଠି ରହିବା ଫଳରେ ରୋଗ ସଂକ୍ରମଣର ଅଧିକ ଭୟ ଥାଏ। କାରଣ ଶୀତରେ ଭୂତାଣୁମାନଙ୍କର ସୃଷ୍ଟି ଅଧିକ ହୁଏ ା ଏମାନେ ଅଧିକ ଦିନ ବଞ୍ଚତ୍ଥାନ୍ତି। ଭୂତାଣୁ ଉପରେ ଆଣ୍ଟିବାୟୋଟିକ୍‌ର ପ୍ରଭାବ ନାହିଁ ା ତେଣୁ ଭୂତାଣୁ ଜ୍ୱରରେ ଆଣ୍ଟିବାଓଟିକ୍‌ ଖାଇବା ଠିକ୍‌ ନୁହେଁ ା ପ୍ରତିଷେଧକ ଟିକା ହିଁ ପ୍ରକୃତ ରକ୍ଷକ ା

– ଡା. ନରେଶ ଚନ୍ଦ୍ର ଆଚାର୍ଯ୍ୟ
– ଶିଶୁରୋଗ ବିଶେଷଜ୍ଞ, ଲିଙ୍ଗରାଜ ବିହାର, ପୋଖରୀପୁଟ,ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri