ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର ଅପୂର୍ବ ସୁଯୋଗ ଓ ଆନନ୍ଦ ଏଥିରୁ ମିଳୁଥିବାରୁ ବହୁ ବରିଷ୍ଠ ପ୍ରଶାସନିକ ଓ ଭାରତୀୟ ପୋଲିସ ସେବାର ଅଧିକାରୀମାନେ ଦିନକୁ ଦିନ ରାଜନୀତି ପ୍ରତି ଆଗ୍ରହ ରଖୁଛନ୍ତି। ୨୦୧୪ ନିର୍ବାଚନକୁ ଦେଖିଲେ ଜଣାଯାଏ ଏହି ନିର୍ବାଚନରେ ଆଦର୍ଶ ଓ ଆଚରଣବିଧି ଲାଗୁହେବା ପୂର୍ବରୁ ତିନି ତିନୋଟି ଦଳରେ ଅନେକ ପୂର୍ବତନ ପ୍ରଶାସନିକ ଅଧିକାରୀମାନେ ସାମିଲ ହୋଇଥିଲେ। ଏହା ବାଦ୍‌ ବହୁ ପ୍ରଶାସନିକ ଅଧିକାରୀ ଓ କର୍ପୋରେଟ ଜଗତ ସହ ଜଡ଼ିତ ଥିବା ଅନେକ ଅଧିକାରୀ ବିଭିନ୍ନ ଫର୍ମରେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଲବିରେ ରହିଥିଲେ। ତେବେ ମେଣ୍ଟ ରାଜନୀତି କାରଣରୁ ଅନେକ ପ୍ରଶାସନିକ ଅଧିକାରୀ ଆଉ ରାଜନୀତି ପ୍ରତି ଆଗ୍ରହ ନ ରଖି ରହିଗଲେ। ତେବେ ବର୍ତ୍ତମାନର ସମୟକୁ ଦେଖିଲେ କୌଣସି ଦଳରେ ଆଉ ନୂଆ ଆସିଥିବା ପ୍ରଶାସନିକ ଅଧିକାରୀଙ୍କୁ ଟିକେଟ ମିଳିବା ଭଳି ଦେଖାଯାଉନାହିଁ। ତେବେ ୨୦୧୯ ନିର୍ବାଚନରେ ଲଢ଼ିଥିବା କିମ୍ବା ନିର୍ବାଚନରେ ଢେର ପୂର୍ବରୁ ଅବସର ନେଇଥିବା ପ୍ରଶାସନିକ ଅଧିକାରୀମାନେ ଏଥର ନିର୍ବାଚନରେ ଟିକେଟ ନ ପାଇଥିବାରୁ ଦୁଃଖୀ ଅବଶ୍ୟ ଅଛନ୍ତି।
ଗତ ୨୦୧୯ ସାଧାରଣ ନିର୍ବାଚନ ସମୟରେ ରାଜନୀତିରେ କିଛି କରିବା ସହ ଲୋକମାନଙ୍କ ସହ ମିଶିବା ଲକ୍ଷ୍ୟ ରଖି ପୂର୍ବତନ ଅନୁସୂଚିତ ଜାତି ଓ ଜନଜାତି ନିର୍ଦ୍ଦେଶକ ରମେଶ ସାୟଙ୍କୁ ବିଜେଡି ଟିକେଟ ଦେଇଥିଲା ଓ ଆଉ ଲୋକମାନଙ୍କର ଭରସାଯୋଗ୍ୟ ହୋଇ ଆଠମଲ୍ଲିକ ନିର୍ବାଚନମଣ୍ଡଳୀରୁ ବିଧାୟକ ହୋଇପାରିଥିଲେ। ତେବେ ନିର୍ବାଚନ ରଣାଙ୍ଗନରେ ବଡ଼ ଚେହେରା ଭାବେ ଭାଜପାର ଅପରାଜିତା ଷଡ଼ଙ୍ଗୀଙ୍କୁ ବୁଝାଯିବ। ସେ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ ଚାକିରି ଛାଡ଼ି ଭାଜପାରେ ଯୋଗ ଦେବାପରେ ଭୁବନେଶ୍ୱରର ସାଂସଦ ହୋଇଥିଲେ। ସେହିପରି ମୁମ୍ବାଇରେ ଆତଙ୍କୀମାନଙ୍କ ପାଇଁ ଭୟର କାରଣ ସାଜିଥିବା ତଥା ପୂର୍ବତନ ମୁମ୍ବାଇ ପୋଲିସ କମିଶନର ଅରୂପ ପଟ୍ଟନାୟକ ବିଜେଡିରେ ବହୁ ପୂର୍ବରୁ ଯୋଗଦେଇଛନ୍ତି। ସେ ଚଳିତ ଥର ବିଜେଡି ଟିକେଟରୁ ସମ୍ମାନଜନକ ପୁରୀ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ୁଛନ୍ତି। ଭାଜପାରେ ବହୁ ପୂର୍ବରୁ ଯୋଗ ଦେଇଥିଲେ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର। ଗତଥର ସେ ଭାଜପା ଟିକେଟରୁ କଟକ ସଂସଦୀୟ କ୍ଷେତ୍ରରୁ ଲଢ଼ିଥିଲେ। କଂଗ୍ରେସ ମଧ୍ୟ ଏ କ୍ଷେତ୍ରରେ ପଛରେ ନାହିଁ। ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ବିଜୟ ପଟ୍ଟନାୟକ କଂଗ୍ରେସ ଟିକେଟରୁ ଚଳିତଥର ପାରଳାଖେମୁଣ୍ଡି ବିଧାନସଭା ସିଟ୍‌ରୁ ନିର୍ବାଚନ ଲଢ଼ୁଛନ୍ତି। କିଛିଦିନ ତଳେ କଂଗ୍ରେସରେ ପୂର୍ବତନ ଆଇଏଏସ୍‌ ପଞ୍ଚାନନ ଦାସ ଯୋଗଦେଇଛନ୍ତି। ସେହିପରି ଭାଜପାରେ ଅବସରପ୍ରାପ୍ତ ପ୍ରଶାସକ ହୃଷୀକେଶ ପଣ୍ଡା ମଧ୍ୟ ଯୋଗ ଦେଇଛନ୍ତି। ବଡ଼ମ୍ବା ଆସନରେ ସ୍ବେଚ୍ଛାକୃତ ଅବସର ନେଇ ପୂର୍ବତନ ଆଇଏଏସ୍‌ ସମ୍ବିତ ତ୍ରିପାଠୀ ଚଳିତ ନିର୍ବାଚନରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି ଏବଂ ସେ ରାଜନୀତିରେ ସମ୍ପୂର୍ଣ୍ଣ ନୂଆ। ପୂର୍ବତନ ଡିଏଫ୍‌ଓ ଅଲେଖ ଚନ୍ଦ୍ର ସାମଲ ଜଣେ ସମାଜସେବୀ ଭାବେ ବିଭିନ୍ନ ଆଧ୍ୟାମତ୍ିକ ଓ ସାମାଜିକ ସଙ୍ଗଠନରେ ସେବା ସହ ଜଡ଼ିତ ଥିଲେ ମଧ୍ୟ ଦଳୀୟ ଟିକେଟରୁ ବଞ୍ଚତ୍ତ ହେଲେ।
ଆଲୋଚନା ହୁଏ ଯେ ପ୍ରଶାସକମାନେ ରାଜନୀତିକୁ କାହିଁକି ଆସନ୍ତି? ବାସ୍ତବ କଥା ହେଉଛି ସେମାନେ ଶାସନରେ ଥିବା ସମୟରେ ଉଭୟ ଲୋକ ପ୍ରତିନିଧି ଓ ଲୋକମାନଙ୍କ ସଂସ୍ପର୍ଶରେ ଆସିଥାନ୍ତି। ତେଣୁ ରାଜନୀତିକୁ ଆସି ନିଜ ନୂଆ ଇନିଂସ ଖେଳିବା ସହ ରାଜନୀତିକୁ ଏକ ସେବା ଭାବେ ବ୍ରତ ରଖି ଏଥିରେ ପାଦ ଥାପିଥାନ୍ତି। ଆଉ କେହି କେହି ସେମାନଙ୍କ ପରିବାରର କେହି ରାଜନୀତିରେ ସମ୍ପୃକ୍ତ ଥିଲେ ସେମାନେ ସ୍ବତଃ ରାଜନୀତି ପ୍ରତି ରୁଚି ଓ ଆଗ୍ରହ ରଖିଥାନ୍ତି। ପ୍ରତିପତ୍ତି ଓ ବ୍ୟକ୍ତିଗତ ପତିଆରା ମଧ୍ୟ ଏ କ୍ଷେତ୍ରରେ ବଡ଼ କାମ କରିଥାଏ। ତେବେ ସବୁ ରାଜନେତା ଯେ ସଫଳ ହୁଅନ୍ତି ତାହା ଦେଖାଯାଇ ନ ଥାଏ। ଭାଗ୍ୟ ପରୀକ୍ଷାରେ ଅନେକ ପଛେଇ ଯାଇଥାନ୍ତି। ଆଉ କେତେକେ ବିଜୟ ରଥକୁ ଆଗେଇ ଲୋକମାନଙ୍କ ସେବାରେ ନିଜକୁ ନିୟୋଜିତ କରି ରାଜନୀତିରେ ବେଶ୍‌ ସଫଳ ହୋଇଥାନ୍ତି।

  • ବାଦଲ ଭୂୟାଁ
    ପ୍ରତିଷ୍ଠାତା,ସମ୍ପାଦକ ‘ସିଂହଭୂମ୍‌’, ପୁରୁଣା ସୋନାରି, ଜାମ୍‌ସେଦପୁର
    ମୋ: ୭୪୮୮୯୯୮୫୩୨

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri