ବାବୁ ଦେଉନାହାନ୍ତି ବିଦ୍ୟୁତ୍‌ ବିଲ୍‌: ବଢ଼ି ବଢ଼ି ହେଲାଣି ୩ କୋଟି

ଅନୁଗୋଳ ଅଫିସ, ୨।୮: ପ୍ରତି ପ୍ରକୋଷ୍ଠରେ ଏସି, ଚକ୍‌ଚକ୍‌ ଆଲୁଅ। ଏଥିପାଇଁ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କାର ବିଦ୍ୟୁତ୍‌ ଶକ୍ତି। ହେଲେ ଏ ବାବଦ ବିଲ୍‌ ପଇଠ କରୁନିି କାର୍ଯ୍ୟାଳୟ। ଫଳରେ ବକେୟା ବଢ଼ି ବଢ଼ି ଆସି ୩ କୋଟି ହେଲାଣି। ସାଧାରଣ ଉପଭୋକ୍ତା ଠିକ ସମୟରେ ବିଲ୍‌ ନ ଦେଲେ ସେମାନଙ୍କ ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯାଉଥିବାବେଳେ ଅନୁଗୋଳ ସହରର ବିଭିନ୍ନ ସରକାରୀ ଅଫିସ୍‌ରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ସହରର ଅନେକ ସରକାରୀ କାର୍ଯ୍ୟାଳୟରେ ଅନାବଶ୍ୟକ ଭାବେ ଶୀତତାପ ନିୟନ୍ତ୍ରକ ଯନ୍ତ୍ର ମଧ୍ୟ ଲଗାଯାଇଛି। ଏଥିପାଇଁ ବିଲ୍‌ ଦେବାକୁ ପଡୁ ନ ଥିବାରୁ ମନଇଚ୍ଛା ବିଦ୍ୟୁତ୍‌ ବ୍ୟବହାର କରୁଛନ୍ତି ଅଧିକାରୀ। ଦେୟ ଆଦାୟ ପାଇଁ ପୂର୍ବରୁ ଥିବା ସେସୁ ବର୍ତ୍ତମାନର ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ(ଟିପିସିଓଡିଏଲ) କର୍ତ୍ତୃପକ୍ଷ ମଧ୍ୟ ଏଥିପାଇଁ ତତ୍ପରତା ଦେଖାଉ ନ ଥିବା ଅଭିଯୋଗ ହେଉଛି।
ସୂଚନା ଅନୁଯାୟୀ, ଅନୁଗୋଳର ବିଭିନ୍ନ ସରକାରୀ ପ୍ରତିଷ୍ଠାନ ଉପରେ ଗତ ଏପ୍ରିଲ ୩ ତାରିଖ ସୁଦ୍ଧା ମୋଟ ୩ କୋଟି ୫ ଲକ୍ଷ ୭୬ ହଜାର ୭୪୮ ଟଙ୍କା ବିଦ୍ୟୁତ ବିଲ୍‌ ଅନାଦାୟ ରହିଛି। ମୋଟ ୧୦୮୧ ସରକାରୀ ଉପଭୋକ୍ତଙ୍କ ଉପରେ ଏହି ବିଲ୍‌ ବାକି ରହିଛି। ଅନୁଗୋଳ ଗ୍ରାମ୍ୟ ଉନ୍ନୟନ(ଆରଡି) କାର୍ଯ୍ୟାଳୟ ଉପରେ ସର୍ବାଧିକ ୯୩ ଲକ୍ଷ ୭୨ ହଜାର ୩୯୬ ଟଙ୍କା ବାକି ରହିଥିବାବେଳେ ଗୃହ ଓ ନଗର ଉନ୍ନୟନ କାର୍ଯ୍ୟାଳୟ ଉପରେ ୫୬ ଲକ୍ଷ ୪୨ ହଜାର ୮୦୫, ସ୍କୁଲ ଓ ଗଣଶିକ୍ଷା କାର୍ଯ୍ୟାଳୟ ଉପରେ ୨୯ ଲକ୍ଷ ୫୦ ହଜାର ୨୪୬, ପଞ୍ଚାୟତ ବିଭାଗ ଉପରେ ୨୬ ଲକ୍ଷ ୨୬ ହଜାର ୪୭୮, ଉଚ୍ଚ ଶିକ୍ଷା ବିଭାଗ କାର୍ଯ୍ୟାଳୟ ଉପରେ ୨୧ ଲକ୍ଷ ୪୩ ହଜାର ୬୯୭, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅଧୀନରେ ଥିବା ମେଡିକାଲ ଉପରେ ୨୧ଲକ୍ଷ ୧୪ ହଜାର ୪୫୦, ପୋଲିସ ବିଭାଗ ଉପରେ ୧୪ ଲକ୍ଷ ୧୪ ହଜାର ୨୧୯, ବିପର୍ଯ୍ୟୟ ଓ ପରିଚାଳନା କାର୍ଯ୍ୟାଳୟ ଉପରେ ୧୨ ଲକ୍ଷ ୫ ହଜାର ୧୬୪ ଟଙ୍କା ବାକି ରହିଛି। ଏତେ ଟଙ୍କା ବାକି ଥିଲେ ମଧ୍ୟ ବିଲ୍‌ ଆଦାୟ ପାଇଁ କୌଣସି ତତ୍ପରତା ପ୍ରକାଶ ପାଉନାହିଁ କିମ୍ବା ସରକାରୀ କାର୍ଯ୍ୟାଳୟ ବିଲ୍‌ ଦେବା ପାଇଁ ଆନ୍ତରିକତା ମଧ୍ୟ ଦେଖାଉନାହିଁ।
ଘଟଣା ସମ୍ପର୍କରେ ଟିପିସିଓଡିଏଲ ମ୍ୟାନେଜର ସୁବ୍ରତ ସାହୁଙ୍କୁ ପଚାରିବାରେ କହିଛନ୍ତି, ବିଭିନ୍ନ ବିଭାଗୀୟ କାର୍ଯ୍ୟାଳୟକୁ ଚିଠି ଲେଖାଯାଇଛି। ମାତ୍ର କୌଣସି ଅଫିସ ବିଲ୍‌ ପଇଠ ପାଇଁ ପଦକ୍ଷେପ ନେଉନାହାନ୍ତି। ବର୍ଷକୁ ଥରେ ମାର୍ଚ୍ଚ ମାସରେ କିଛି ବିଲ୍‌ ପ୍ରଦାନ କରୁଛନ୍ତି। ନିକଟରେ ଅନୁଗୋଳ ପୌରପାଳିକା ସର୍ବାଧିକ ବକେୟା ବିଲ୍‌ ପ୍ରଦାନ କରିଛି। ଏହି ସରକାରୀ କାର୍ଯ୍ୟାଳୟଗୁଡିକରେ ଥିବା ବକେୟା ବିଲ୍‌ ସମ୍ପର୍କରେ ସଂସ୍ଥା କ’ଣ ପଦକ୍ଷେପ ଗ୍ରହଣ କରିବ କିଛି ସ୍ପଷ୍ଟ ହୋଇନାହିଁ। ଆଗକୁ ଯେଉଁ ନିର୍ଦ୍ଦେଶ ଆସିବ ତାକୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଚିଠି କରି ଦିଆଯିବ ବୋଲି ମ୍ୟାନେଜର ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରୁ ୨୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

ଭୁବନେଶ୍ୱର,୪ା୧୧(ବ୍ୟୁରେ): ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ହାଇଟେକ୍‌ ଛକ ନିକଟରୁ ୨୭୩ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା...

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୩ା୪(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୮,୭୨୯ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

୧୦ରେ ଓଡିଶା ଛୁଇଁବ ମୌସୁମୀ: ଉପକୂଳ, ଦକ୍ଷିଣ ଓଡିଶାରେ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୬ା୬(ବ୍ୟୁରୋ)-ବାତ୍ୟା ‘ଅମ୍ଫନ’ର କ୍ଷତ ଭରି ନ ଥିବା ବେଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ମୁଣ୍ଡ ଟେକିଲାଣି। କେନ୍ଦ୍ରୀୟ ବଙ୍ଗୋପସଗାର ମିଆଁମାର ଉପକୂଳରେ...

ଫଟୋ ଖବରଦାତାଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୭(ବ୍ୟୁରୋ): ବରିଷ୍ଠ ଫଟୋ ଖବରଦାତା ଅଶୋକ ପଣ୍ଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ବରିଷ୍ଠ...

ଦେଶାନ୍ତର ହୋଇଛନ୍ତି ୧୨ଲକ୍ଷ ୭୧ହଜାର ଓଡ଼ିଆ

ଭୁବନେଶ୍ୱର,୨୦।୪(ବ୍ୟୁରୋ): କୌଣସି ରାଜ୍ୟର ଜନସଂଖ୍ୟା ସେହି ରାଜ୍ୟର ଲୋକଙ୍କ ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ସହ ସେଠାରେ ବାସ କରୁଥିବା ଅନ୍ୟ ସ୍ଥାନର ଲୋକଙ୍କ ଉପରେ...

ରାଜ୍ୟ ମୁଖ୍ୟ ସୂଚନା କମିଶନର ହେଲେ ଜଳଦ ତ୍ରିପାଠୀ

ଭୁବନେଶ୍ୱର,୨୩।୯(ବ୍ୟୁରୋ): ତାମିଲନାଡ଼ୁ ପୂର୍ବତନ ପୋଲିସ ଡିଜି ତଥା ୧୯୮୫ ବ୍ୟାଚ୍‌ର ଅବସରପ୍ରାପ୍ତ ଆଇପିଏଲ୍‌ ଜଳଦ କୁମାର ତ୍ରିପାଠୀଙ୍କୁ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର ଭାବେ...

ଆରକେଭିୱାଇ ସମୀକ୍ଷା ବୈଠକ: ଧାର୍ଯ୍ୟ ସମୟରେ ପ୍ରକଳ୍ପ ସାରିବା ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୧୯ା୯(ବ୍ୟୁରୋ)- ରାଜ୍ୟ କୃଷି ଉତ୍ପାଦନ କମିଶନର(ଏପିସି) ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା(ଆରକେଭିୱାଇ) ସମ୍ପର୍କିତ ପ୍ରକଳ୍ପ ସ୍କ୍ରିନିଂ କମିଟି ବୈଠକ ଗୁରୁବାର...

ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲା କୃଷି ଅଧିକାରୀ

ବଲାଙ୍ଗୀର ଅଫିସ, ୨୮।୯: ବଲାଙ୍ଗୀର ଜିଲା କୃଷି ଅଧିକାରୀ ହିମାଂଶୁ ଶେଖର ପାଢ଼ୀ ଲାଞ୍ଚ ନେଇ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ପଣ୍ଡକିଟାଲ ଗାଁର ସାର...

Advertisement
Archives

Model This Week