Posted inଖେଳ

ଭାରତ ଛାଡିବା ପୂର୍ବରୁ ଖୁବ ଶପିଂ କଲେ ବାବର ଆଜମ

ନୂଆଦିଲ୍ଲୀ,୧୧।୧୧: ଭାରତ ଦ୍ୱାରା ଆୟୋଜିତ ବିଶ୍ୱକପ ୨୦୨୩ରେ ପାକିସ୍ତାନ କ୍ରିକେଟ ଦଳର ଅବସ୍ଥା ଖରାପ ରହିଛି। ଯଦିଓ ପାକିସ୍ତାନ ସେମିଫାଇନାଲ ପାଇଁ ଆନୁଷ୍ଠାନିକ ଭାବେ ଦୌଡ଼ରୁ ବାହାରି ନାହିଁ, ତଥାପି ଟପ -୪ ରେ ପହଞ୍ଚିବାର ସମ୍ଭାବନା ବହୁତ କମ। ଏହାର ଅର୍ଥ ହେଉଛି ଏହି ଦଳ ସେମିଫାଇନାଲରେ ପ୍ରବେଶ ନ କରି ଘରକୁ ଫେରିବ। କିନ୍ତୁ ବର୍ତ୍ତମାନ ଜଣାପଡିଛି ଯେ ପାକିସ୍ତାନକୁ ଫେରିବା ପୂର୍ବରୁ କ୍ୟାପଟେନ ବାବର ଆଜମ ଭାରତରେ ବହୁତ ଶପିଂ କରୁଛନ୍ତି ଏବଂ ବର୍ତ୍ତମାନ ସେ ଅନେକ ଜିନିଷ କିଣିଛନ୍ତି।

ଗତ କିଛି ଦିନ ହେବ ଶୁଣିବାକୁ ମିଳୁଛି ଯେ ବାବର ଆଜମ ଚଳିତ ବର୍ଷ ଶେଷରେ ବିବାହ କରିବାକୁ ଯାଉଛନ୍ତି। ଏଥିପାଇଁ ସେ ଭାରତରୁ ଶପିଂ କରୁଛନ୍ତି। ନିକଟରେ ଖବର ଆସିଥିଲା ଯେ ବାବର ସବ୍ୟସାଚୀଙ୍କ ଠାରୁ ୭ ଲକ୍ଷ ଟଙ୍କା ମୂଲ୍ୟର ଏକ ଶେରୱାନି କିଣିଛନ୍ତି ଏବଂ ଏକ ମହଙ୍ଗା ରିଙ୍ଗ ମଧ୍ୟ କିଣିଛି। ଏହି ସମୟରେ, ସେ ବର୍ତ୍ତମାନ ଶପିଂ ପାଇଁ କୋଲକାତାର ଏକ ମଲକୁ ଯାଇଥିଲେ। ଯେଉଁଠାରେ, ସେ ଏକ ସିଟି ମଲରେ ଥିବା ଏକ ଏଥେନିକ ଓ୍ବେୟାର ଦୋକାନରୁ ୭ଟି ଶାଢୀ କିଣିଥିଲେ। ମଲର ତୃତୀୟ ମହଲାରେ ଅବସ୍ଥିତ ଷ୍ଟୋରର ଜଣେ କର୍ମଚାରୀ କହିଛନ୍ତି, ବାବର ଆଜମ ୭ ଟି ଶାଢି କିଣିଥିଲେ, ଯାହା ମଧ୍ୟରୁ ଅଧିକାଂଶ ସିଫନ ଜର୍ଜେଟର। ସେ ଆମର କଲେକଶନକୁ ବହୁତ ପସନ୍ଦ କରିଥିଲେ। କିନ୍ତୁ, ସେ କ’ଣ କିଣିବାକୁ ଚାହୁଁଥିଲେ ତାହାୁ ସ୍ଥିର କରି ପାରିଲେ ନାହିଁ। ତା’ପରେ ସେ ତାଙ୍କ ଘରକୁ ଏକ ଭିଡିଓ କଲ କରି ଶାଢି ଦେଖାଇଲେ ଏବଂ ଦୀର୍ଘ ସମୟ କଥାବାର୍ତ୍ତା କଲେ, ଯାହା ପରେ ସେ ୭ଟି ଶାଢି ବାଛିଲେ। ପାକିସ୍ତାନୀ କ୍ରିକେଟରଙ୍କ ସହ ଉପସ୍ଥିତ ଥିବା ଏକ ମଲ ଅଧିକାରୀଙ୍କ ଅନୁଯାୟୀ ଉଭୟ ବାବର ଏବଂ ଇମାମ ସେଠାରେ ପୋଷାକ କିଣିଥିଲେ। ପୋଲିସର ଏକ ବଡ଼ ଦଳ ସେମାନଙ୍କ ସହ ରହିଥଇଲେ। ବାବର ଏବଂ ଇମାମ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ମଲରେ ଥିଲେ।
ସୂଚନାଯୋଗ୍ୟ, ପୂର୍ବରୁ ଖବର ଆସିଥିଲା ଯେ ବାବର ଦିଲ୍ଲୀର ଭାରତର ପ୍ରସିଦ୍ଧ ଡିଜାଇନର୍‌ ସବ୍ୟସାଚିଙ୍କ ଠାରୁ ୭ଲକ୍ଷ ଟଙ୍କା ମୂଲ୍ୟର ଏକ ଶେରୱାନି କିଣିଛନ୍ତି, କାରଣ ସେ ଚଳିତ ବର୍ଷ ଶେଷରେ ବିବାହ କରିବାକୁ ଯାଉଛନ୍ତି। କେବଳ ଏତିକି ନୁହେଁ, ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ବାବର ମଧ୍ୟ ଏଠାରୁ ତାଙ୍କ ଏନଗେଜମେଣ୍ଟ ରିଙ୍ଗ କିଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ନୂଆ ସୁଭଦ୍ରା ଆବେଦନ: ଜାଣନ୍ତୁ କେମିତି କରିବେ

ଭୁବନେଶ୍ୱର,୧ା୪(ସୁଚିସ୍ମିତା ସାହୁ):ସୁଭଦ୍ରା ଯୋଜନାରେ ନୂଆ ଆବେଦନକାରୀମାନେ ଏପ୍ରିଲ ୧ ବୁଧବାରଠାରୁ ପଞ୍ଜୀକରଣ କରିପାରିବେ। ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନୂତନ ଆବେଦନ କରାଯାଇପାରିବ। ଆବେଦନକାରୀଙ୍କ…

ଆଜିଠୁ ଜନଗଣନା: ଏପ୍ରିଲ ୧ରୁ ଅଗଷ୍ଟ ୩୧ ମଧ୍ୟରେ…

ନୂଆଦିଲ୍ଲୀ,୧ା୪:ଜନଗଣନା-୨୦୨୭ ବୁଧବାରଠାରୁ ଆରମ୍ଭ ହେଉଛି। ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଥିବାବେଳେ ଶେଷଥର ପାଇଁ ୨୦୧୧ରେ ହୋଇଥିଲା। କୋଭିଡ୍‌ ମହାମାରୀକୁ ନେଇ ୨୦୨୧ରେ ଜନଗଣନା ସ୍ଥଗିତ ରହିଥିଲା।…

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri