Categories: ଖେଳ

ବାବର, ହେନେସଙ୍କୁ ମାର୍ଚ୍ଚର ଶ୍ରେଷ୍ଠ କ୍ରିକେଟର

ଦୁବାଇ, ୧୧ା୪: ପାକିସ୍ତାନ ଅଧିନାୟକ ବାବର ଆଜାମଙ୍କୁ ସୋମବାର ମାର୍ଚ୍ଚ ମାସର ଶ୍ରେଷ୍ଠ ଆଇସିସି ପୁରୁଷ ଖେଳାଳି ଭାବେ ବିବେଚିତ କରାଯାଇଛି। ସେହିଭଳି ଅଷ୍ଟ୍ରେଲିଆନ ଦଳର ଓପ୍‌ନର ରିଚେଲ ହେନେସ ସେହି ମାସର ଶ୍ରେଷ୍ଠ ମହିଳା କ୍ରିକେଟର ସମ୍ମାନ ପାଇଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷ ୩ ଫର୍ମାଟର ସିରିଜ୍‌ରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ଯୋଗୁ ବାବରଙ୍କୁ ଏହି ପୁରସ୍କାର ମିଳିଛି। ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ବାବର ୩୯୦ ରନ୍‌ କରିଥିଲେ। ଏଥିରେ ୧୯୬ ରନ୍‌ର ରେକର୍ଡ ଇନିଂସ ସାମିଲ ରହିଛି। ବାବରଙ୍କ ଏହି ଇନିଂସ ବଳରେ ପାକିସ୍ତାନ ଦ୍ୱିତୀୟ ମ୍ୟାଚ୍‌କୁ ଡ୍ର’ ରଖିବାରେ ସକ୍ଷମ ହୋଇଥିଲା। ଦିନିକିଆ ସିରିଜ୍‌ରେ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ ବଳରେ ବାବର ଓ୍ବେଷ୍ଟଇଣ୍ଡିଜର କ୍ରେଗ ବ୍ରାଥଓ୍ବେଟ ଓ ଅଷ୍ଟ୍ରେଲିଆର ପ୍ୟାଟ କୁମିନ୍ସଙ୍କୁ ପଛରେ ପକାଇ ମାର୍ଚ୍ଚ ମାସର ଆଇସିସି ଶ୍ରେଷ୍ଠ କ୍ରିକେଟର ପୁରସ୍କାର ହାତେଇଛନ୍ତି। ଏଥିସହିତ ସେ ପ୍ରଥମ କ୍ରିକେଟର ଭାବେ ଏହି ସମ୍ମାନଜନକ ଟ୍ରଫିକୁ ଦୁଇଥର ହାତେଇବାର ସଫଳ ହୋଇଛନ୍ତି। ଏଥିପୂର୍ବରୁ ୨୦୨୧ ଏପ୍ରିଲରେ ବାବର ଏହି ସଫଳତାର ଅଧିକାରୀ ହୋଇଥିଲେ।

Share