Categories: ଖେଳ

କୋଚ୍‌ ହେଡେନଙ୍କ ରେକର୍ଡ ଭାଙ୍ଗିଲେ ବାବର

ଦୁବାଇ,୧୧।୧୧: ପାକିସ୍ତାନ ଅଧିନାୟକ ତଥା ବ୍ୟାଟର ବାବର ଆଜାମ ପଦାର୍ପଣ ଟି୨୦ ବିଶ୍ୱକପ୍‌ ସଂସ୍କରଣରେ ସର୍ବାଧିକ ରନ୍‌ କରିବାର ରେକର୍ଡ ନିଜ ନାମରେ କରିଛନ୍ତି। ଏହି ଧାରାରେ ସେ ଭାଙ୍ଗି ଦେଇଛନ୍ତି ପୂର୍ବତନ ଅଷ୍ଟ୍ରେଲିଆନ ଓପନର ତଥା ବର୍ତ୍ତମାନ ପାକିସ୍ତାନ ଦଳର କୋଚ୍‌ ମାଥ୍ୟୁ ହେଡେନଙ୍କ ରେକର୍ଡ।

ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ ବାବର ୩୯ ରନ୍‌ର ଇନିଂସ ଖେଳିଥିଲେ। ଏଥିଯୋଗୁ ଚଳିତ ଟି୨୦ ବିଶ୍ୱକପ୍‌ରେ ତାଙ୍କ ରନ୍‌ ସଂଖ୍ୟା ୨୬୯ ରନ୍‌ରେ ପହଞ୍ଚିଛି। ଚଳିତ ସଂସ୍କରଣରେ ଏପର୍ଯ୍ୟନ୍ତ ସେ ସର୍ବାଧିକ ରନ୍‌ ସ୍କୋରର ହୋଇ ରହିଛନ୍ତି। ପୂର୍ବରୁ ଏହି ରେକର୍ଡ ଥିଲା ଅଷ୍ଟ୍ରେଲିଆର ହେଡେନଙ୍କ ନାମରେ। ସେ ୨୦୦୭ ଟି୨୦ ବିଶ୍ୱକପ୍‌ରେ ୨୬୫ ରନ୍‌ କରିଥିଲେ।

Share