Categories: ଖେଳ

କିଙ୍ଗ୍‌ କୋହଲିଙ୍କୁ ମାଇଲ୍‌ ପଛରେ ଛାଡ଼ିଲେ ବାବର

ବର୍ମିଂହାମ,୧୩।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଦିନିକିଆ ମ୍ୟାଚ୍‌ ବିଫଳ ହେବା ପରେ ପାକିସ୍ତାନ ଅଧିନାୟକ ବାବର ଆଜାମ ମଙ୍ଗଳବାର ଖେଳିଛନ୍ତି କ୍ୟାରିୟରର ଶ୍ରେଷ୍ଠ ଇନିଂସ। ଆରମ୍ଭରୁ ଧିମା ବ୍ୟାଟିଂ କରିଥିବା ବାବର ୧୩୯ ବଲରେ ଖେଳିଛନ୍ତି ୧୫୮ ରନ୍‌ର ଦର୍ଶନୀୟ ଇନିଂସ। ତାଙ୍କ ଦିନିକିଆ କ୍ୟାରିୟରର ଶ୍ରେଷ୍ଠ ଇନିଂସରେ ସାମିଲ ଥିଲା ୧୪ ଚୌକା ଓ ୪ ଛକା। ଏହା ତାଙ୍କ କ୍ୟାରିୟରର ୧୪ତମ ଶତକ।

କ୍ୟାରିୟରର ୮୧ତମ ଇନିଂସରେ ୧୪ତମ ଶତକ ହାସଲ କରି ୨୫ ବର୍ଷୀୟ ବାବର ଏକ ସ୍ବତନ୍ତ୍ର ରେକର୍ଡ ନିଜ ନାମରେ କରିଛନ୍ତି। ଖୁବ୍‌ କମ୍‌ ଇନିଂସରେ ୧୪ ଶତକ ହାସଲ କରିବାରେ ସେ ବହୁ ପଛରେ ଛାଡ଼ି ଦେଇଛନ୍ତି ଭାରତର ବ୍ୟାଟିଂ ସେନସେସନ ବିରାଟ କୋହଲିଙ୍କୁ। କିଙ୍ଗ୍‌ କୋହଲିଙ୍କୁ ୧୪ତମ ଶତକ ହାସଲ କରିବା ପାଇଁ ଲାଗିଥିଲା ୧୦୩ ଇନିଂସ। ବାବରଙ୍କ ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆର ମହିଳା କ୍ରିକେଟର ମେଗ୍‌ ଲାନ୍ନିଂ (୮୨ତମ ଇନିଂସ)ଙ୍କ ନାମରେ ଥିଲା। ଏହି ତାଲିକାରେ ଦକ୍ଷିଣ ଆଫ୍ରିକାର ହାସିମ ଆମଲା (୮୪) ଓ ଅଷ୍ଟ୍ରେଲିଆର ଡେଭିଡ୍‌ ଓ୍ବାର୍ନର (୯୮) ରହିଛନ୍ତି।

Share