୨୧୦ କୋଟିର ମାଲିକ ବାହୁବଳୀ ଷ୍ଟାର ପ୍ରଭାସ: ରହିଛି ୧.୫ କୋଟିର ଜିମ୍‌, ୬୦ କୋଟିର ଫାର୍ମ ହାଉସ୍‌, ୪୦ କୋଟିର ପର୍ସନାଲ ଇନ୍‌ଭେଷ୍ଟମେଣ୍ଟ

ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ପ୍ରଭାସଙ୍କ ପାଇଁ ପରିଚୟର କୌଣସି ଆବଶ୍ୟକତା ନାହିଁ। ଫିଲ୍ମ ‘ବାହୁବଳୀ’ରୁ ସେ ଘରେ ଘରେ ପରିଚିତ ହୋଇସାରିଛନ୍ତି। ଦକ୍ଷ ଅଭିନୟ ଓ ହ୍ୟାଣ୍ଡସମ୍‌ ଲୁକ୍‌ ପାଇଁ ସାରା ଦେଶରେ ତାଙ୍କର ଅଗଣିତ ପ୍ରଶଂସକ ରହିଛନ୍ତି। ଆଜି ହେଉଛି ଏହି ଲୋକପ୍ରିୟ ସୁପରଷ୍ଟାରଙ୍କର ଜନ୍ମଦିନ। ୨୩ ଅକ୍ଟୋବର ୧୯୭୯ରେ ଚେନ୍ନାଇରେ ଜନ୍ମ ଗ୍ରହଣ କରିଥିବା ପ୍ରଭାବ ଆଜି ୪୧ ବର୍ଷରେ ପାଦ ଦେଇଛନ୍ତି। ୨୦୦୨ମସିହାରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଭାସଙ୍କ ଜନ୍ମଦିନରେ ଜାଣିବା ତାଙ୍କ ଜୀବନଶୈଳୀ ବିଷୟରେ।
ଏକ ରିପୋର୍ଟ ଅନୁଯାୟୀ, ପ୍ରଭାସ ହେଉଛନ୍ତି ୨୯ ମିଲିୟନ ଡଲାର(ପ୍ରାୟ ୨୧୦ କୋଟି ଟଙ୍କାର)ର ମାଲିକ। ତାଙ୍କର ୧.୫ କୋଟି ଟଙ୍କାର ଜିମ୍‌ ରହିଥିବା ବେଳେ ୬୦ କୋଟି ଟଙ୍କା ଫାର୍ମ ହାଉସ୍‌ ରହିଛି। ଏହି ଫାର୍ମହାଉସ୍‌ରେ ସେ ସବୁ ସମୟରେ ବନ୍ଧୁମାନଙ୍କ ସହ ପାର୍ଟି କରିଥାନ୍ତି।


ହାଇଦ୍ରାବାଦର ଜୁବ୍‌ଲି ହିଲ୍ସରେ ମଧ୍ୟ ତାଙ୍କର ଏକ ବିଳାସପୂର୍ଣ୍ଣ ବଙ୍ଗଳା ରହିଛି। ଏଥିସହ ମୁମ୍ବାଇରେ ମଧ୍ୟ ଆଉ ଏକ ବଙ୍ଗଳା ଅଛି। ଏହାକୁ ସେ ୨୦୧୪ରେ କିଣିଥିଲେ। ଏହା ସାଙ୍ଗକୁ ତାଙ୍କର ୪୦ କୋଟି ଟଙ୍କାର ପର୍ସନାଲ ଇନ୍‌ଭେଷ୍ଟମେଣ୍ଟ ରହିଛି। ଇତିମଧ୍ୟରେ ସେ ରାଘବେନ୍ଦ୍ର, ବର୍ଷମ, ଚକ୍ରମ, ୟୋଗୀ, ଏକ ନିଜଞ୍ଜନ, ରେବେଲ, ବାହୁବଳୀ: ଦ ବିଗ୍‌ନିଙ୍ଗ, ବାହୁବଳୀ: ଦ କକ୍ଲୁଜନ୍‌ ଆଦି ସେମାନେ କାମ କରିସାରିଛନ୍ତି।
– ପ୍ରଭାସଙ୍କ ପ୍ରକୃତ ନାଁ ହେଉଛି ଭେଙ୍କଟ ସତ୍ୟନାରାୟଣ ପ୍ରଭାସ ରାଜୁ ଉପ୍ପଲପଟୀ।
-ଫିଲ୍ମ ପରିବାରରୁ ସେ ଆସିଛନ୍ତି।
-ତାଙ୍କ ବାପା ସୂର୍ଯ୍ୟ ନାରାୟଣ ରାଜୁ ଜଣେ ଫିଲ୍ମ ପ୍ରଯୋଜକ। ସେ ମଧ୍ୟ ଜଣେ ଟଲିଉଡ ଷ୍ଟାର।
-ପ୍ରଭାସଙ୍କୁ ଚିକେନ ବିରିୟାନି ଖାଇବାକୁ ଭଲଲାଗେ।
-ଯେତେବେଳେ ପ୍ରଭାସ ବାହୁବଳୀ ପାଇଁ କାମ କରୁଥିଲେ ସେ ୪ ବର୍ଷ ପାଇଁ କିଛି ବି ଫିଲ୍ମ କରି ନ ଥିଲେ। ଏହି ଫିଲ୍ମ ପାଇଁ ତାଙ୍କୁ ୩୦ କେଜି ଓଜନ ବୃଦ୍ଧି କରିବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହାଇଦ୍ରାବାଦ ଭେଟେରିନାରି ଡାକ୍ତରଙ୍କ ବଳାତ୍କାର, ହତ୍ୟା ଘଟଣାକୁ ନେଇ ଫିଲ୍ମ ନିର୍ମାଣ କରିବେ ରାମ ଗୋପାଳ ବର୍ମା

ହାଇଦ୍ରାବାଦ,୧୭।୨: ବହୁ ଚର୍ଚ୍ଚିତ ହାଇଦ୍ରାବାଦ ଭେଟେରିନାରି ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏବେ ଏହି...

ଧକ୍‌ ଧକ୍‌ ଗର୍ଲ ୫୨ ବର୍ଷରେ କଲେ ପଦାର୍ପଣ

ମୁମ୍ବାଇ, ୧୫।୫: ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦୀକ୍ଷୀତ୍‌ ବୁଧବାର ୫୨ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୫ ମେ ୧୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୧୯୮୪ରେ...

ପ୍ରଥମେ ନା, ପରେ ହଁ

କଥାରେ ଅଛି, ‘ଆରେ ଢାମଣା, ବୁଲି ବୁଲି ପୁଣି ସେଇ ଅଗଣା।’ ଦେଖୁନାହାନ୍ତି, ଫିଲ୍ମଟିର କାହାଣୀ ବିଷୟରେ ଶୁଣିବା ପରେ ସେ ଏଥିରେ ଅଭିନୟ କରିବେ...

କ୍ୱାରାଣ୍ଟାଇନ୍‌ ପରେ ମିଳିଲା ମା’ଙ୍କ ଭଲପାଇବା

ମୁମ୍ବାଇ: ଲକ୍‌ଡାଉନ୍‌ରେ ବିମାନ ସେବା ଆରମ୍ଭ ହେବା ପରେ ବଲିଉଡ୍‌ ଅଭିନେତ୍ରୀ ରାଧିକା ମଦାନ ମେ’ ୨୬ରେ ମୁମ୍ବାଇରୁ ଦିଲ୍ଲୀରେ ପହଞ୍ଚିଥିଲେ। ସେ ଫ୍ଲାଇଟ୍‌ରେ ଆସିବାବେଳେ...

ଆଲିଆଙ୍କ ନୂଆ ଫଟୋଶୁଟ୍‌, ପ୍ରଶଂସକ କହିଲେ- ଦୀପିକାଙ୍କ ଭଳି ଲାଗୁଛ

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ-ଦୀପିକା ପାଦୁକୋନଙ୍କ ମଧ୍ୟରେ ଭିନ୍ନ ସମ୍ପର୍କ। ଗୋଟିଏ ପଟେ ଉଭୟ ଭଲ ବନ୍ଧୁ ହୋଇଥିବା ବେଳେ ଅପରପକ୍ଷେ ଦୀପିକାଙ୍କ ପୂର୍ବତନ...

୨୧ ବର୍ଷରେ ବିବାହ ନ କରି ମା’ ହୋଇଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ରବୀନା ଟଣ୍ଡନ ଏବେ ବଲିଉଡ୍‌ଠାରୁ ଦୂରେଇ ଯାଇଥିଲେ ମଧ୍ୟ ଛୋଟ ପରଦାର ରିଆଲିଟି ଶୋ’ରେ ତାଙ୍କୁ ଅଧିକାଂଶ ସମୟରେ ଦେଖିବାକୁ...

୨୨ କ୍ୟାରେଟ ସୁନା ମେକଅପ୍‌ରେ ଉର୍ବଶୀ

ମୁମ୍ବାଇ: ବଲିଉଡ୍ କୁଇନ୍ ଉର୍ବଶୀ ରୌତେଲା ଅନେକଙ୍କୁ ଦିୱାନା ବନାଉଥିବା ବେଳେ ତାଙ୍କର ନୂଆ ନୂଆ ଫଟୋ ଶୁଟକୁ ନେଇ ସେ ଅଧିକାଂଶ ସମୟରେ ଆସିଥାଆନ୍ତି...

ରାଗିଗଲେ ରାକ୍ଷୀ

ବମ୍ବେ: ରାଗିଗଲେ ବଲିଉଡ୍‌ର ଆଇଟମ୍‌ ଗର୍ଲ ରାକ୍ଷୀ ସାଓ୍ବନ୍ତ। ଭାବୁଥିବେ କାରଣ କ’ଣ। ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ର ଶେହନାଜ୍‌ ଗିଲଙ୍କୁ ‘ପଞ୍ଜାବର ରାକ୍ଷା ସାଓ୍ବନ୍ତ’...

Advertisement
Seven Jackpot


Archives

Model This Week