ସ୍ତ୍ରୀ ରୋଗ ବିଶେଷଜ୍ଞ ହୋଇ ଅଡୁଆରେ ପଡିଲେ ଆୟୁଷ୍ମାନ

ମୁମ୍ବାଇ: କିଛିଦିନ ହେବ ଅଭିନେତା ଆୟୁଷ୍ମାନ ଖୁରାନା ତାଙ୍କ ମୁଭି ‘ଡକ୍ଟର ଜି’କୁ ନେଇ ଅଛନ୍ତି ଚର୍ଚ୍ଚାରେ । ପ୍ରଶଂସକ ବଡ ଉତ୍ସୁକତାର ସହ ଏହି ମୁଭିକୁ ଅପେକ୍ଷା ରଖିଛନ୍ତି । କିଛିଦିନ ତଳେ ଫିଲ୍ମର ନୂଆ ପୋଷ୍ଟର ରିଲିଜ କରଯାଇଥିବା ବେଳେ ମଙ୍ଗଳବାର ଅର୍ଥାତ୍ ସେପ୍ଟେମ୍ବର ୨୦ରେ ଏହାର ଟ୍ରେଲର ରିଲିଜ ହୋଇଛି । ଟ୍ରେଲରରେ ଜଣେ ଡାକ୍ତର ଭାବେ ଆୟୁଷ୍ମାନ କି କି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ଦେଖାଯାଇଛି । ଚିକିତ୍ସାରେ ଅସନ୍ତୁଷ୍ଟ ହୋଇ କେତେବେଳେ ରୋଗୀଙ୍କ ଘର ଲୋକେ ଡାକ୍ତରଙ୍କୁ ପିଟୁଛନ୍ତି ତ ପୁଣି କେତେବେଳେ ଡାକ୍ତର ଜୀଙ୍କୁ ଗାଳି ଖାଇବାକୁ ପଡୁଛି ।
ଏହା ଏକ କ୍ୟାମ୍ପସ କମେଡି ଡ୍ରାମା ମୁଭି । ଏଥିରେ ପ୍ରଥମ ଥର ଆୟୁଷ୍ମାନ ଖୁରାନା ଜଣେ ଗାୟନୋକୋଲଜିଷ୍ଟ (ସ୍ତ୍ରୀ ରୋଗ ବିଶେଷଜ୍ଞ) ଚରିତ୍ରରେ ନଜର ଆସିଛନ୍ତି । ଫିଲ୍ମରେ ଅଭିନେତା ‘ଉଦୟ ଗୁପ୍ତା’ ଚରିତ୍ରରେ ନଜର ଆସିଛନ୍ତି । ଆଉ ତାଙ୍କର ସରନେମ ଅନୁଯାୟୀ, ଫିଲ୍ମର ନାମ ରଖାଯାଇଛି ।

ଟ୍ରେଲରରେ ଆୟୁଷ୍ମାନ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ ଯେଉଁ ସବୁ ଅସୁବିଧା ଭୋଗୁଛନ୍ତି ତାହା ଦର୍ଶାଯାଇଛି । ସେ ଅର୍ଥୋପେଡିକ ବା ଅସ୍ଥିଶଲ୍ୟ ବିଶେଷଜ୍ଞ ହେବାକୁ ଚାହୁଁଥିବା ବେଳେ ତାଙ୍କୁ ଗାୟନେକୋଲୋଜି ଫିଲ୍ଡ ମିଳୁଛି । ମନ ମାରି ସେ ଯେକୌଣସି ମତେ ତାଙ୍କ କାର୍ଯ୍ୟ ତୁଲାଇବାକୁ ପ୍ରୟାସ କରୁଛନ୍ତି । ହେଲେ କେବେ ରୋଗୀଙ୍କଠାରୁ ତ ପୁଣି କେବେ ତାଙ୍କ ମାଆଙ୍କଠାରୁ ଗାଳି ଶୁଣିବାକୁ ପଡୁଛି । ଡାକ୍ତର ଜୀରେ ଶିବା ଚଢା ଆୟୁଷ୍ମାନଙ୍କ ମାଆ ଭୂମିକାରେ ନଜର ଆସିଛନ୍ତି । ହେଲେ ସେ ତାଙ୍କ ପୁଅ ଗାୟନାକୋଲୋଜିଷ୍ଟ ହୋଇଥିବାର ସବୁବେଳେ ସେ ତାଙ୍କ ଉପରେ ଅସନ୍ତୁଷ୍ଟ ହେଉଛନ୍ତି ।
ୱେବ ସିରିଜ ଦିଲ୍ଲୀ କ୍ରାଇମ ଫେମ ଶେଫାଳି ଶାହା ବି ଏହି ଚଳଚ୍ଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି । ସେ ଏଥିରେ ଜଣେ ସିନିୟର ଡାକ୍ତର ଭୂମିକାରେ ନଜର ଆସିଛନ୍ତି, ଯିଏ ଆୟୁଷ୍ମାନ ଖୁରାନାଙ୍କ ବିଭାଗର ମୁଖ୍ୟ ଡାକ୍ତର । ଆୟୁଷ୍ମାନ ତାଙ୍‌କ ନିକଟରେ ବାରମ୍ବାର ଅଭିଯେରାଗ କରୁଛନ୍ତି କି ଜଣେ କପୁରୁଷ ଭାବେ ଗାୟନାକୋଲୋଜିଷ୍ଟ ହେବା ତାଙ୍କୁ ଓ ସମାଜକୁ ଖୁବ୍ ଅଜବ ଲାଗୁଛି । ଟ୍ରେଲରର ଏହି ସିନ୍ ସମାଜର ମେଲ ଗାୟନାକୋଲୋଜିଷ୍ଟଙ୍କୁ ନେଇ ରୁଢିବାଦୀ ଚିନ୍ତାଧାରା ଉପରେ କଟାକ୍ଷ କରୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ବାଇକ ଦୁର୍ଘଟଣା, ଦୁଇ ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୧।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ତେବେ ଏଥରେ ଦୁଇ ବାଇକ ଆରୋହୀଙ୍କ…

ଡିସ୍‌କାଉଣ୍ଟ ଦେବାରୁ ଚଢ଼ାଉ, ଔଷଧର ମାନ ନେଇ ପ୍ରଶ୍ନ କଲା ସଂଘ, ଲାଇସେନ୍ସ ଅଛି କହି…

ବଲାଙ୍ଗୀର,୧୧ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ବୁଧବାର ଏକ ଅଜବ ଘଟଣା ଘଟିଛି। ଜଣେ ଔଷଧ ଦୋକାନୀ କ୍ରେତାଙ୍କୁ ଅଧିକ ଡିସ୍‌କାଉଣ୍ଟ ଦେବାରୁ ତାଙ୍କ ଔଷଧର ମାନ…

ଟ୍ରେନରେ ବିନା ବୁକିଙ୍ଗରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ବରକୋଳି ଚାଲାଣ, ରେଳ କର୍ତ୍ତୃପକ୍ଷ ନିରବ

କେସିଙ୍ଗା,୧୧।୨(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା, ନର୍ଲା, ରୁପ୍ରା, ଲାଞ୍ଜିଗଡ଼, ଟିଟିଲାଗଡ଼ ଆଦି ରେଲୱେ ଷ୍ଟେସନରୁ ଆନ୍ଧ୍ରପ୍ରଦେଶର ବରକୋଳି ବ୍ୟବସାୟିମାନେ ବିନା ଟିକେଟରେ ଜିନିଷ…

ତ୍ରିକୋଣୀୟ ପ୍ରେମରୁ ସତ୍ୟବ୍ରତଙ୍କୁ ହତ୍ୟା, ଲିଜାଙ୍କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌…

ଭୁବନେଶ୍ୱର,୧୧ା୨: ଭୁବନେଶ୍ୱର ନୀଳାଦ୍ରିବିହାର ସତ୍ୟବ୍ରତ ପ୍ରଧାନଙ୍କ ହତ୍ୟା ଉପରୁ ପର୍ଦ୍ଦା ହଟାଇଛି ପୋଲିସ। ତ୍ରିକୋଣୀୟ ପ୍ରେମରୁ ହତ୍ୟା ବୋଲି ସ୍ପଷ୍ଟ କରିଛନ୍ତି ଏସିପି ସୋନାଲ ସିଂ ପରମାର।…

‘ଶ୍ରମିକଙ୍କୁ ମିଳିବ ରୋଜଗାରର ନୂଆ ଗ୍ୟାରେଣ୍ଟି’

କର୍ଲାମୁଣ୍ଡା,୧୧।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ପଞ୍ଚାୟତ ସମିତି ରାଜୀବ ଗାନ୍ଧୀ ସେବା ଭବନଠାରେ ବିକଶିତ ଭାରତ-ଜୀ ରାମ ଜୀ ଆକ୍ଟ ସମ୍ପର୍କୀୟ ବ୍ଲକସ୍ତରୀୟ ପ୍ରସ୍ତୁତି…

ରାମାୟଣ ନିର୍ଦ୍ଦେଶକଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, ୫୦ରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇ…

ଦିଗପହଣ୍ଡି,୧୧ା୨(ଅଶେଷ ନାଥ ମିଶ୍ର): ଅବିଭକ୍ତ ଗଞ୍ଜାମ ଜିଲାର ପୌରାଣିକ ରାମାୟଣ ଥିଏଟର ନିର୍ଦ୍ଦେଶକ ଦାମୋଦର ବାଡ଼ତ୍ୟା (ଦାମ ମାଷ୍ଟ୍ର)ଙ୍କ ୮୫ ବର୍ଷ ବୟସରେ ତାଙ୍କ ପୈତୃକ ଗ୍ରାମ…

ଦ୍ୱିତୀୟ ମହଲାରେ ହଠାତ୍‌ ଲାଗିଲା ନିଆଁ, ଆଉ ତା’ ପରେ…

ଗୁଣପୁର,୧୧ା୨(ସଙ୍କେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁର ସହରର ବଳରାମ ନଗର ଅଞ୍ଚଳର ଶ୍ରୀରାମନଗରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ନିବାସୀ ପ୍ରଫୁଲ୍ଲ ସେନାପତିଙ୍କ ଦ୍ୱିତୀୟ ମହଲାରେ…

ୟୁ ଟର୍ନ ପାର୍ଟ ୨! ବିଶ୍ୱକପରୁ ବାହାରି ଯିବାକୁ ନେଇ ବାଂଲାଦେଶ ଦେଲା ବଡ଼ ବୟାନ, ଖେଳାଳିଙ୍କ ଉପରେ ଲଗାଇଲା ‘ଅଭିଯୋଗ’

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି୨୦ ବିଶ୍ୱକପରୁ ବାଂଲାଦେଶର ଓହରିଯିବା ପ୍ରସଙ୍ଗ ଏବେ କେବଳ କ୍ରୀଡା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ରାଜନୈତିକ ବୟାନବାଜିର ରୂପ ନେଇଛି। ସଦ୍ୟତମ ଘଟଣାକ୍ରମରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri