ଫେବୃଆରୀରୁ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା, ଜାଣନ୍ତୁ ଏଥିରେ କେଉଁ କେଉଁ ସୁବିଧା ମିଳିବ

ଭୁବନେଶ୍ୱର, ୧୫ା୧(ଅନିଲ ଦାସ): ପୂର୍ବ ପ୍ରଚଳିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ)ର ନାମ ପରିବର୍ତ୍ତନ କରାଯାଇ ଗୋପବନ୍ଧୁ ଜନ ଆରୋଗ୍ୟ ନାମରେ ନାମିତ କରାଯାଇଛି। ଆସନ୍ତା ଫେବୃଆରୀରୁ ଓଡ଼ିଶାରେ ବିଏସ୍‌କଓ୍ବୋଇ ପରିବତ୍‌ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ। ଏନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସୋମବାର ବୁଝାମଣା ପତ୍ର ସ୍ବାକ୍ଷର(ଏମ୍‌ଓୟୁ) ହୋଇଛି। ଏବେ ତେବେ ବିଏସ୍‌କଓ୍ବୋଇ ଯୋଜନାରେ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରୁଥିବା ବେଳେ ଆୟୁଷ୍ମାନ ଭାରତ ଯୋଜନାରେ କେନ୍ଦ୍ର ସରକାର ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଖର୍ଚ୍ଚ ବହନ କରିବେ। ତେବେ ଏହି ଯୋଜନାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଆୟୁଷ୍ମାନ ଭାରତ ଏବଂ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀ ଚୟନ ସହିତ ଯୋଜନାର ଲାଭ ସମ୍ପର୍କରେ ନିମ୍ନରେ ଉଲ୍ଲେଖ କରାଗଲା।

ଆୟୁଷ୍ମାନ ଭାରତ ଯୋଜନା
୧. ଆୟୁଷ୍ମାନ ଭାରତ ଯୋଜନା ୨୦୧୮ ସେପ୍ଟେମ୍ବର ୨୩ରୁ ଆରମ୍ଭ ହୋଇଛି।
୨. ୨୦୧୧ ସାମାଜିକ-ଅର୍ଥନୈତିକ ଜନଗଣନା ଆଧାରରେ ଅନଗ୍ରସର ଗରିବ ପରିବାରଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି।
୩. କାଗଜ ବିହୀନ, କ୍ୟାଶଲେସ୍‌ ସେବା ପ୍ରଦାନ କରୁଛି।
୪. ୨୯ ହଜାର ସରକାରୀ ଓ ଘରୋଇ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳୁଛି।
୫. ୧୦.୭୪ କୋଟି ପରିବାରର ପ୍ରାୟ ୫୦ କୋଟି ଲୋକଙ୍କୁ ମିଳିୁଛି ଚିକିତ୍ସା ସୁବିଧା।
୬. ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ମହିଳା ହିତାଧିକାରୀଙ୍କୁ ବାର୍ଷିକ ୧୦ ଲକ୍ଷ ଓ ପୁରୁଷଙ୍କୁ ୫ ଲକ୍ଷ ଟଙ୍କା ଯାଏ ଚିକିତ୍ସା ସୁବିଧା।
୭. ଗୋଟିଏ ରାଜ୍ୟର ରୋଗୀ ସବୁ ରାଜ୍ୟରେ ଅନୁବନ୍ଧିତ ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇପାରିବେ।
୮. ରାଜ୍ୟଗୁଡ଼ିକ ସ୍ବାଧୀନ ଭାବେ ଏହି ଯୋଜନାର ମୋଡାଲିଟି ପ୍ରସ୍ତୁତ କରିପାରିବେ।
୯. ପରିବାର ଆକାର ପାଇଁ କୌଣସି କଟକଣା ଓ ବୟସ ସୀମା ନାହିଁ।
୧୦.ଏଥିରେ ଝିଅ ଓ ବରିଷ୍ଠ ନାଗରିକମାନଙ୍କୁ ମଧ୍ୟ ଏହି ଯୋଜନାରେ ସ୍ବତନ୍ତ୍ର ସୁବିଧା ମିଳିବ।
୧୧.ଏହି ଯୋଜନା ସମ୍ବନ୍ଧୀୟ କୌଣସି ସମସ୍ୟା ବିଷୟରେ ପବ୍ଲିକ ଗ୍ରୀଭାନ୍ସ ରିଡ୍ରେସାଲ ମେକାନିଜମ୍‌ ଜରିଆରେ ସମାଧାନ କରାଯାଇପାରିବ।
୧୨. ଜାତୀୟ ସ୍ତରରେ ଏହି ଯୋଜନା ନ୍ୟାଶନାଲ ହେଲ୍‌ଥ ଅଥରିଟି(ଏନ୍‌ଏଚ୍‌ଏ) ଦ୍ୱାରା କାର୍ଯ୍ୟକାରୀ ହେଉଛି।
୧୩. ଓଡ଼ିଶାରେ ଏହା ଲାଗୁ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୫ ଜାନୁଆରୀ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
୧୪. ଓଡ଼ିଶାରେ ଉପକୃତ ହେବେ ୩.୫ କୋଟି ଲୋକ।
୧୫. ୭୦ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ନାଗରିକଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିବ।
୧୬. ଡିସ୍‌ଚାର୍ଜ ହେବା ପରେ ୧୫ ଦିନ ଯାଏ ମିଳିବ ଔଷଧ।
୧୭. ୧୯୪୯ ପ୍ରକାର ଚିକିତ୍ସା ସେବା ମିଳିବ।
୧୮. ଯୋଜନା ପାଇଁ କେନ୍ଦ୍ର ସରକାର ୬୦ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଖର୍ଚ୍ଚ ବହନ କରୁଥିବାବେଳେ ପୂର୍ବ ଭାରତ ରାଜ୍ୟଗୁଡ଼ିକ ମାତ୍ର ୧୦ ପ୍ରତିଶତ ଖର୍ଚ୍ଚ ବହନ କରୁଛନ୍ତି।
୧୯. ଏହି ଚିକିତ୍ସା ପାଇବାକୁ ଆଗୁଆ ଖର୍ଚ୍ଚ ଜମା କରିବାକୁ ପଡ଼େ ନାହିଁ।
୨୦. ପ୍ରତ୍ୟେକ ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ପ୍ରଦାନ କରାଯିବ।
୨୧. ଅନ୍‌ଲାଇନ ଜରିଆରେ ଆବେଦନ କରାଯାଇପାରିବ।
୨୨. ଇ-କଓ୍ବୋଇସି ପାଇଁ ଆଧାର କାର୍ଡ ସଂଯୋଗ ବାଧ୍ୟତାମୂଳକ।

 

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା
୧. ଏହି ଯୋଜନା ୨୦୧୮ ଅଗଷ୍ଟ ୧୫ରୁ ଓଡ଼ିଶାରେ ଆରମ୍ଭ ହୋଇଥିଲା।
୨. ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଆର୍ଥିକ ଦୁର୍ବଳ ବର୍ଗ ହିତାଧିକାରୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି।
୩. ରାଜ୍ୟ ସରକାର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରୁଛନ୍ତି।
୪. ଏହି ଯୋଜନା କ୍ୟାଶଲେସ୍‌ ସେବା ପ୍ରଦାନ କରୁଛି। ରୋଗୀଙ୍କୁ କୌଣସି ଖର୍ଚ୍ଚ ଦେବାକୁ ପଡୁନାହିଁ।
୫. ୮ ହଜାର ୫୩୦ ସରକାରୀ ଓ ୯୭୯ ଘରୋଇ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳୁଛି।
୬. ୧୧୯.୫ ଲକ୍ଷ ପରିବାରର ୪.୭୯ କୋଟି ହିତାଧିକାରୀଙ୍କୁ ମିଳୁଛି ଚିକିତ୍ସା ସୁବିଧା।
୭. ମହିଳା ହିତାଧିକାରୀଙ୍କୁ ୧୦ ଲକ୍ଷ ଓ ପୁରୁଷଙ୍କୁ ୫ ଲକ୍ଷ ଯାଏ ଚିକିତ୍ସା ଖର୍ଚ୍ଚ ମିଳୁଛି।
୮.ରାଜ୍ୟର ରୋଗୀ ଅନ୍ୟ ରାଜ୍ୟର ୯୭ଟି ଅନୁବନ୍ଧିତ ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇପାରୁଛନ୍ତି।
୯. ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ହେଉଛି।
୧୦. ଚିକିତ୍ସା ପାଇଁ କୌଣସି ଆଗୁଆ ଫି’ ଜମା ଦେବାକୁ ପଡ଼େ ନାହିଁ।
୧୧. ରାଜ୍ୟ ସରକାର ବୀମା ପାଇଁ ସମସ୍ତ ପ୍ରିମିୟମ ଦିଅନ୍ତି।
୧୨. ହିତାଧିକାରୀଙ୍କୁ ବିଏସ୍‌କଓ୍ବୋଇ ସ୍ମାର୍ଟ କାର୍ଡ ପ୍ରଦାନ କରାଯାଇଛି।
୧୩. କେବଳ ପଞ୍ଜୀକୃତ ସବୁ ବୟସର ହିତାଧିକାରୀଙ୍କୁ ଚିକିତ୍ସା ସୁବିଧା ମିଳୁଛି।
୧୪. ସରକାରୀ ଚାକିରିଆ, ଆୟକରଦାତା ଏବଂ ଉଚ୍ଚଆୟକାରୀଙ୍କୁ ଏହି ଯୋଜନାରୁ ବାଦ ଦିଆଯାଇଛି।
୧୫. ଇ-କଓ୍ବୋଇସି ପାଇଁ ଆଧାର ବାଧ୍ୟତାମୂଳକ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri