ଫେବୃଆରୀରୁ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା, ଜାଣନ୍ତୁ ଏଥିରେ କେଉଁ କେଉଁ ସୁବିଧା ମିଳିବ

ଭୁବନେଶ୍ୱର, ୧୫ା୧(ଅନିଲ ଦାସ): ପୂର୍ବ ପ୍ରଚଳିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ)ର ନାମ ପରିବର୍ତ୍ତନ କରାଯାଇ ଗୋପବନ୍ଧୁ ଜନ ଆରୋଗ୍ୟ ନାମରେ ନାମିତ କରାଯାଇଛି। ଆସନ୍ତା ଫେବୃଆରୀରୁ ଓଡ଼ିଶାରେ ବିଏସ୍‌କଓ୍ବୋଇ ପରିବତ୍‌ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ। ଏନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସୋମବାର ବୁଝାମଣା ପତ୍ର ସ୍ବାକ୍ଷର(ଏମ୍‌ଓୟୁ) ହୋଇଛି। ଏବେ ତେବେ ବିଏସ୍‌କଓ୍ବୋଇ ଯୋଜନାରେ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରୁଥିବା ବେଳେ ଆୟୁଷ୍ମାନ ଭାରତ ଯୋଜନାରେ କେନ୍ଦ୍ର ସରକାର ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଖର୍ଚ୍ଚ ବହନ କରିବେ। ତେବେ ଏହି ଯୋଜନାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଆୟୁଷ୍ମାନ ଭାରତ ଏବଂ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀ ଚୟନ ସହିତ ଯୋଜନାର ଲାଭ ସମ୍ପର୍କରେ ନିମ୍ନରେ ଉଲ୍ଲେଖ କରାଗଲା।

ଆୟୁଷ୍ମାନ ଭାରତ ଯୋଜନା
୧. ଆୟୁଷ୍ମାନ ଭାରତ ଯୋଜନା ୨୦୧୮ ସେପ୍ଟେମ୍ବର ୨୩ରୁ ଆରମ୍ଭ ହୋଇଛି।
୨. ୨୦୧୧ ସାମାଜିକ-ଅର୍ଥନୈତିକ ଜନଗଣନା ଆଧାରରେ ଅନଗ୍ରସର ଗରିବ ପରିବାରଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି।
୩. କାଗଜ ବିହୀନ, କ୍ୟାଶଲେସ୍‌ ସେବା ପ୍ରଦାନ କରୁଛି।
୪. ୨୯ ହଜାର ସରକାରୀ ଓ ଘରୋଇ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳୁଛି।
୫. ୧୦.୭୪ କୋଟି ପରିବାରର ପ୍ରାୟ ୫୦ କୋଟି ଲୋକଙ୍କୁ ମିଳିୁଛି ଚିକିତ୍ସା ସୁବିଧା।
୬. ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ମହିଳା ହିତାଧିକାରୀଙ୍କୁ ବାର୍ଷିକ ୧୦ ଲକ୍ଷ ଓ ପୁରୁଷଙ୍କୁ ୫ ଲକ୍ଷ ଟଙ୍କା ଯାଏ ଚିକିତ୍ସା ସୁବିଧା।
୭. ଗୋଟିଏ ରାଜ୍ୟର ରୋଗୀ ସବୁ ରାଜ୍ୟରେ ଅନୁବନ୍ଧିତ ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇପାରିବେ।
୮. ରାଜ୍ୟଗୁଡ଼ିକ ସ୍ବାଧୀନ ଭାବେ ଏହି ଯୋଜନାର ମୋଡାଲିଟି ପ୍ରସ୍ତୁତ କରିପାରିବେ।
୯. ପରିବାର ଆକାର ପାଇଁ କୌଣସି କଟକଣା ଓ ବୟସ ସୀମା ନାହିଁ।
୧୦.ଏଥିରେ ଝିଅ ଓ ବରିଷ୍ଠ ନାଗରିକମାନଙ୍କୁ ମଧ୍ୟ ଏହି ଯୋଜନାରେ ସ୍ବତନ୍ତ୍ର ସୁବିଧା ମିଳିବ।
୧୧.ଏହି ଯୋଜନା ସମ୍ବନ୍ଧୀୟ କୌଣସି ସମସ୍ୟା ବିଷୟରେ ପବ୍ଲିକ ଗ୍ରୀଭାନ୍ସ ରିଡ୍ରେସାଲ ମେକାନିଜମ୍‌ ଜରିଆରେ ସମାଧାନ କରାଯାଇପାରିବ।
୧୨. ଜାତୀୟ ସ୍ତରରେ ଏହି ଯୋଜନା ନ୍ୟାଶନାଲ ହେଲ୍‌ଥ ଅଥରିଟି(ଏନ୍‌ଏଚ୍‌ଏ) ଦ୍ୱାରା କାର୍ଯ୍ୟକାରୀ ହେଉଛି।
୧୩. ଓଡ଼ିଶାରେ ଏହା ଲାଗୁ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୫ ଜାନୁଆରୀ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
୧୪. ଓଡ଼ିଶାରେ ଉପକୃତ ହେବେ ୩.୫ କୋଟି ଲୋକ।
୧୫. ୭୦ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ନାଗରିକଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିବ।
୧୬. ଡିସ୍‌ଚାର୍ଜ ହେବା ପରେ ୧୫ ଦିନ ଯାଏ ମିଳିବ ଔଷଧ।
୧୭. ୧୯୪୯ ପ୍ରକାର ଚିକିତ୍ସା ସେବା ମିଳିବ।
୧୮. ଯୋଜନା ପାଇଁ କେନ୍ଦ୍ର ସରକାର ୬୦ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଖର୍ଚ୍ଚ ବହନ କରୁଥିବାବେଳେ ପୂର୍ବ ଭାରତ ରାଜ୍ୟଗୁଡ଼ିକ ମାତ୍ର ୧୦ ପ୍ରତିଶତ ଖର୍ଚ୍ଚ ବହନ କରୁଛନ୍ତି।
୧୯. ଏହି ଚିକିତ୍ସା ପାଇବାକୁ ଆଗୁଆ ଖର୍ଚ୍ଚ ଜମା କରିବାକୁ ପଡ଼େ ନାହିଁ।
୨୦. ପ୍ରତ୍ୟେକ ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ପ୍ରଦାନ କରାଯିବ।
୨୧. ଅନ୍‌ଲାଇନ ଜରିଆରେ ଆବେଦନ କରାଯାଇପାରିବ।
୨୨. ଇ-କଓ୍ବୋଇସି ପାଇଁ ଆଧାର କାର୍ଡ ସଂଯୋଗ ବାଧ୍ୟତାମୂଳକ।

 

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା
୧. ଏହି ଯୋଜନା ୨୦୧୮ ଅଗଷ୍ଟ ୧୫ରୁ ଓଡ଼ିଶାରେ ଆରମ୍ଭ ହୋଇଥିଲା।
୨. ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଆର୍ଥିକ ଦୁର୍ବଳ ବର୍ଗ ହିତାଧିକାରୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି।
୩. ରାଜ୍ୟ ସରକାର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରୁଛନ୍ତି।
୪. ଏହି ଯୋଜନା କ୍ୟାଶଲେସ୍‌ ସେବା ପ୍ରଦାନ କରୁଛି। ରୋଗୀଙ୍କୁ କୌଣସି ଖର୍ଚ୍ଚ ଦେବାକୁ ପଡୁନାହିଁ।
୫. ୮ ହଜାର ୫୩୦ ସରକାରୀ ଓ ୯୭୯ ଘରୋଇ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳୁଛି।
୬. ୧୧୯.୫ ଲକ୍ଷ ପରିବାରର ୪.୭୯ କୋଟି ହିତାଧିକାରୀଙ୍କୁ ମିଳୁଛି ଚିକିତ୍ସା ସୁବିଧା।
୭. ମହିଳା ହିତାଧିକାରୀଙ୍କୁ ୧୦ ଲକ୍ଷ ଓ ପୁରୁଷଙ୍କୁ ୫ ଲକ୍ଷ ଯାଏ ଚିକିତ୍ସା ଖର୍ଚ୍ଚ ମିଳୁଛି।
୮.ରାଜ୍ୟର ରୋଗୀ ଅନ୍ୟ ରାଜ୍ୟର ୯୭ଟି ଅନୁବନ୍ଧିତ ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇପାରୁଛନ୍ତି।
୯. ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ହେଉଛି।
୧୦. ଚିକିତ୍ସା ପାଇଁ କୌଣସି ଆଗୁଆ ଫି’ ଜମା ଦେବାକୁ ପଡ଼େ ନାହିଁ।
୧୧. ରାଜ୍ୟ ସରକାର ବୀମା ପାଇଁ ସମସ୍ତ ପ୍ରିମିୟମ ଦିଅନ୍ତି।
୧୨. ହିତାଧିକାରୀଙ୍କୁ ବିଏସ୍‌କଓ୍ବୋଇ ସ୍ମାର୍ଟ କାର୍ଡ ପ୍ରଦାନ କରାଯାଇଛି।
୧୩. କେବଳ ପଞ୍ଜୀକୃତ ସବୁ ବୟସର ହିତାଧିକାରୀଙ୍କୁ ଚିକିତ୍ସା ସୁବିଧା ମିଳୁଛି।
୧୪. ସରକାରୀ ଚାକିରିଆ, ଆୟକରଦାତା ଏବଂ ଉଚ୍ଚଆୟକାରୀଙ୍କୁ ଏହି ଯୋଜନାରୁ ବାଦ ଦିଆଯାଇଛି।
୧୫. ଇ-କଓ୍ବୋଇସି ପାଇଁ ଆଧାର ବାଧ୍ୟତାମୂଳକ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri