Posted inଜାତୀୟ

‘ଆୟୁଷ୍ମାନ୍‌ ଭାରତ ଅତି ଦୁର୍ବଳ’

ନୂଆଦିଲ୍ଲୀ,୧ା୫(ପି.ଟି.):କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ୍‌ ଭାରତ ସ୍ବାସ୍ଥ୍ୟ ଯୋଜନାକୁ ଅତି ଦୁର୍ବଳ ଭାବେ ଗଢ଼ାଯାଇଛି। ଏହାକୁ ଉପଯୁକ୍ତ ପାଣ୍ଠି ମଧ୍ୟ ଯୋଗାଇ ଦିଆଯାଉ ନାହିଁ ବୋଲି ମଙ୍ଗଳବାର ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏଶନ୍‌ (ଆଇଏମ୍‌ଏ) ମୁଖ୍ୟ ଡ. ଆର୍‌.ଭି. ଅଶୋକନ୍‌ କହିଛନ୍ତି। ଏପରି କି ଭାରତର ସ୍ବାସ୍ଥ୍ୟ ବ୍ୟବସ୍ଥା ଏକ ଅନାଥ ‘ସଦୃଶ’। କୋଭିଡ୍‌-୧୯ ମହାମାରୀ ସଙ୍କଟରୁ ସରକାର କିଛି ଶିକ୍ଷାଲାଭ କଲେନାହିଁ। କୌଣସି ରାଜନୈତିକ ଦଳ ଏହାକୁ ସର୍ବୋଚ୍ଚ ପ୍ରାଥମିକତା ରୂପେ ଗ୍ରହଣ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଅଶୋକନ୍‌ ନ୍ୟୁଜ୍‌ ଏଜେନ୍ସି ପିଟିଆଇକୁ ସାକ୍ଷାତ୍‌କାର ଦେଇ କହିଛନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହତ୍ତ୍ୱାକାଂକ୍ଷୀ ‘ଆୟୁଷ୍ମାନ ଭାରତ’ ଯୋଜନାକୁ ସବୁ ରାଜ୍ୟରେ କାର୍ଯ୍ୟକାରୀ କରାଇବା ଉପରେ ଜୋର୍‌ ଦେଉଛନ୍ତି। ବିରୋଧୀ ଦଳ ଶାସିତ କେତେକ ରାଜ୍ୟରେ ଏହାକୁ ଲାଗୁ କରାଯାଇ ନ ଥିବାରୁ ସମ୍ପୃକ୍ତ ରାଜ୍ୟଗୁଡ଼ିକର ସରକାରଙ୍କୁ ରାଜନୈତିକ ଭାବେ ଟାର୍ଗେଟ କରୁଛନ୍ତି। ଏଭଳି ସ୍ଥିତିରେ ଲୋକ ସଭା ନିର୍ବାଚନ ପୂର୍ବରୁ ଅଶୋକନ୍‌ଙ୍କ ଏହି ମନ୍ତବ୍ୟ କେନ୍ଦ୍ରର ମୁଖା ଖୋଲିଦେଇଛି।
ଅଶୋକନ୍‌ଙ୍କ ମତରେ ସ୍ବାସ୍ଥ୍ୟ ଏକ ଅନାଥ, ଯାହାର ମା’ବାପା ନାହାନ୍ତି। ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବିପଦ ସୃଷ୍ଟିକାରୀ କୋଭିଡ୍‌ ମହାମାରୀ ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ କେହି ଆଲୋଚନା କରିବାକୁ ଚାହୁଁନାହାନ୍ତି। ‘ସବୁକିଛି ଠିକ୍‌ଠାକ୍‌ ଚାଲିଛି’ ଭଳି ସମସ୍ତେ ମନେକରୁଛନ୍ତି। ଲୋକ ସଭା ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ଜାରି କରିଥିବା ଇସ୍ତାହାରରେ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦିଆଯାଇ ନାହିଁ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମ୍‌ଜେଏଓ୍ବାଇ)ରେ ‘ମହାନ୍‌ ଦୂରଦୃଷ୍ଟି’ ରହିଥିଲା ଏବଂ ଏଥିରୁ ଲୋକେ ମଧ୍ୟ ବହୁ ଆଶା କରିଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନାକୁ ନୀତି ଆୟୋଗ ଓ ଅମଲାତନ୍ତ୍ରୀମାନେ ଦୁର୍ବଳ କରି ପ୍ରଣୟନ କରିଥିଲେ। ଯୋଜନାଟି ଯେମିତି ଭୁଶୁଡ଼ିବ, ସେଭଳି ଭାବେ ଏହାକୁ ପାଣ୍ଠି ଯୋଗାଇ ଦିଆଯାଇଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅଧିକ ନିବେଶର ଆବଶ୍ୟକତା ରହିଥିବା ଅଶୋକନ୍‌ କହିଛନ୍ତି।
ପୂର୍ବରୁ ଅମଲାତନ୍ତ୍ରୀମାନେ ଏହି ଯୋଜନାରେ ବାର୍ଷିକ ୧.୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରିଥିଲେ। କିନ୍ତୁ ଯୋଜନାଟି ମାତ୍ର ୬,୮୦୦ କୋଟି ଟଙ୍କାରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହାକୁ ଚଳାଇବା ପାଇଁ ବର୍ଷକୁ ୧୨,୦୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି ବୋଲି ଆଇଏମ୍‌ଏ ଅଧ୍ୟକ୍ଷ ଅଶୋକନ୍‌ ସୂଚନା ଦେଇଛନ୍ତି। ଅଶୋକନ୍‌ଙ୍କ ମତରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଯାହାକିଛି ନିବେଶ ହେଉଛି, ତାହା ପର୍ଯ୍ୟପ୍ତ ନୁହେଁ। ସେମାନେ ଏହି ସ୍ବାସ୍ଥ୍ୟସେବାରେ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ପ୍ରାୟ ୩.୯% ଖର୍ଚ୍ଚ କରୁଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ନିଜ ନିଜ ଜିଡିପିର ୧.୧%ରୁ ୧.୩% ପର୍ଯ୍ୟନ୍ତ ବ୍ୟୟ କରୁଥିବାରୁ ଅଣ୍ଟୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri