ବଲାଙ୍ଗୀର,୨।୧୨ (ସୁନିଲ କୁମାର ମହାନ୍ତି): ଆୟୁଷ ଛାତ୍ରୀଛାତ୍ରମାନେ ୮ ଦିନ ଧରି ଆନ୍ଦୋଳନ ଜାରି ରଖିଥିଲେ ମଧ୍ୟ ରାଜ୍ୟ ସରକାର ନ ଶୁଣିବାରୁ ସୋମବାର ଅଭିନୟ ଉପାୟରେ ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ଡାକ୍ତରୀ ଛାତ୍ରୀଛାତ୍ରମାନେ ବଲାଙ୍ଗୀର ମୁଖ୍ୟ ଡାକ ଘରକୁ ଯାଇ ଧଳା କୋର୍ଟ ବର୍ଜନ କରିଥିଲେ। ଛାତ୍ରୀଛାତ୍ରମାନେ ପିନ୍ଧିଥିବା ଆଫୋରନକୁ ପୋଷ୍ଟଅଫିସ ଜରିଆରେ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ପାରସଲ ଯୋଗେ ପଠାଇବେ ବୋଲି କହିଛନ୍ତି l

