ବାତ ବ୍ୟାଧିର ଆୟୁର୍ବେଦୀୟ ଚିକିତ୍ସା

ମାନବ ଶରୀର ତ୍ରିଦୋଷ (ବାତ, ପିତ୍ତ, କଫ)ର ବିକୃତି କାରଣରୁ ବ୍ୟାଧି ଉତ୍ପନ୍ନ ହୋଇ ବାତ ବିକୃତି କାରଣରୁ ପକ୍ଷାଘାତ (ପାରାଲିସିସ୍‌), ଆମବାତ (ରିଭମାଟିଡ୍‌ ଆର୍ଥ୍ରାଇଟିସ୍‌), ଆଣ୍ଠୁଗଣ୍ଠିବାତ (ଜଏଣ୍ଟପେନ୍‌), ଅପସ୍ମାର (ଏପିଲେପ୍‌ସି), କଟିଗ୍ରହ (ଲୁମ୍ବାର ସ୍ପଣ୍ଡିଲିସିସ୍‌), ଗ୍ରୀବାଗ୍ରହ (ସର୍‌ଭାଇକାଲ ସ୍ପଣ୍ଡିଲିସିସ୍‌), ଗୃଧ୍ରସୀ (ସାଇଟିକା), ହନୁଗ୍ରହ (ଫେସିଆଲ୍‌ ପାରାଲିସିସ୍‌) ଆଦି ରୋଗ ହେବାର ଦେଖାଯାଇଥାଏ।
ଏହି ରୋଗରେ ରୋଗୀ କାର୍ଯ୍ୟକ୍ଷମ ନ ହେବା କାରଣରୁ ତାଙ୍କୁ ସେବାର ଆବଶ୍ୟକତା ରହିଥାଏ। ଯଦି ଉତ୍ତମ ସେବା ଶୁଶୂଷା ନ ମିଳେ ତେବେ ସେ ଆରୋଗ୍ୟ ହେବା କଷ୍ଟକର ହୋଇପଡ଼େ। ଏଥିପାଇଁ ଉତ୍ତମ ଚରିତ୍ର ସମ୍ପନ୍ନ, ରାଗ ଦ୍ୱେଷ ରହିତ ସୁଖ ଭାବାପନ୍ନ ପରିଚାରିକା, ସେବିକା ଏବଂ ପରିବାର ସଦସ୍ୟ ଆନ୍ତରିକତାର ଆବଶ୍ୟକତା ରହିଛି। ତା’ ସହ ରୋଗୀକୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେବା କଲେ ରୋଗୀ ଶୀଘ୍ର ଆରୋଗ୍ୟ ହୋଇପାରିବ।
ଏହି ରୋଗଗୁଡ଼ିକରେ ରୋଗୀକୁ ପ୍ରଥମେ ସ୍ନେହନ, ସ୍ବେଦନ ଓ ବିରେଚନ ଦେଇ ସଂଶୋଧନ ଚିକିତ୍ସା କରିବା ଉଚିତ। ବାତ ଦୋଷକୁ ସାମ୍ୟାବସ୍ଥାରେ ଆଣିବା ପାଇଁ ରୋଗ ଅନୁଯାୟୀ ବାତନାଶକ ତୈଳରେ ଅଭ୍ୟଙ୍ଗ/ ମାଲିସ୍‌ କରିବା ଉଚିତ। ଏହି ତୈଳକୁ ଏକ ଷ୍ଟିଲ୍‌ ପାତ୍ରରେ ନିଆଁରେ ଉଷୁମ କରି ମାଲିସ କଲେ ଆଶୁ ଫଳ ମିଳେ। ତତ୍‌ ସଙ୍ଗେ ସଙ୍ଗେ ଆକ୍ରାନ୍ତ ଅଙ୍ଗକୁ ସ୍ବେଦନ ବା ବାମ୍ଫ ଦିଆଯାଏ।
ରୋଗୀକୁ ତୈଳାଭ୍ୟଙ୍ଗ ପରେ ଗୋଟିଏ ଖଟ ବା ଟେବୁଲ ଉପରେ ଶୁଆଇ ବା ବସାଇ ଦିଆଯାଏ। ତା’ପରେ ଏକ ମୁଖ ଘୋଡ଼ଣି ଥିବା ହାଣ୍ଡି ବା ବଡ଼ ପ୍ରେସର କୁକୁର୍‌ରେ ବାତନାଶକ ଦ୍ରବ୍ୟ ବଳା, ରାସ୍ନା, ଶାଳପର୍ଣ୍ଣି, ପୃଷ୍ଣପର୍ଣ୍ଣି, ବୃହତୀ, କଣ୍ଟକାରୀ, ଗୋକ୍ଷୁରା, ବିଲ୍ବ, ଶୈନାକ (ଅଗ୍ନିମନ୍ଥ), ପାଟଳି, ଗମ୍ଭାରୀ ଇତ୍ୟାଦି ଦ୍ରବ୍ୟକୁ ଦରକୁଟା କରି ୪ଗୁଣ ପାଣିରେ ସିଝା ଯାଇଥାଏ। ତା’ ପରେ ସେହି ବାମ୍ଫକୁ ଏକ ପାଇପ୍‌ ସାହାଯ୍ୟରେ ଆଣି ପୂର୍ବରୁ ତୈଳାଭ୍ୟଙ୍ଗ ହୋଇଥିବା ଆକ୍ରାନ୍ତ ସ୍ଥାନରେ ଛଡ଼ାଯାଏ। ବର୍ତ୍ତମାନ ପଞ୍ଚକର୍ମ ଚିକିତ୍ସା କେନ୍ଦ୍ରରେ ଏହା ସହଜରେ ଉପଲବ୍ଧ ହେଉଅଛି। ଏଥିସହ ରୋଗୀର ବଳାବଳକୁ ଦେଖି ପ୍ରତି ତିନି ଦିନରେ ଥରେ ବିରେଚନା ପାଇଁ ଔଷଧ ବା ଏନିମା ଦିଆଯାଏ।
ରୋଗୀକୁ ଦୈନିକ ଉଷୁମ ଜଳରେ ସ୍ନାନ କରାଯାଇଥାଏ। ରୋଗୀକୁ ସକାଳେ ଓ ସାରେ ସେବିକା ଓ ଘରଲୋକଙ୍କ ଉପସ୍ଥିତିରେ ଶାରୀରିକ ବ୍ୟାୟାମ କରାଇବେ। ଯଦି ସକ୍ଷମ ହୁଏ ଯୋଗାସନ କରିବା ଉଚିତ। ପକ୍ଷାଘାତ ରୋଗୀର ରକ୍ତଚାପ ଦୈନିକ ସକାଳେ ମାପିବା ଉଚିତ। ମଧୁମେହ ଥିଲେ ଔଷଧ ଠିକ୍‌ ମାତ୍ରାରେ ନିୟମିତ ସେବନ କରିବେ। ବିଭିନ୍ନ ବାତବ୍ୟାଧି ପାଇଁ ସ୍ବତନ୍ତ୍ର ସେକର ଆବଶ୍ୟକତା ରହିଅଛି। ଯେପରି ପକ୍ଷାଘାତ ପାଇଁ ବିରିପୋଟଳି ସେକ, ଗୃଧ୍ରସୀ ପାଇଁ ବାଲୁକା ସେକ, ଆମବାତ ପାଇଁ ଯୁଆଣୀ ସୈନ୍ଧବ ଲୁଣ ସେକ, ଗଣ୍ଠିବାତ ପାଇଁ ବେଗୁନିଆ ସୈନ୍ଧବ ଲୁଣ ସେକ ଦେଲେ ଆଶୁଫଳ ମିଳେ। ସେହିପରି ରୋଗୀକୁ ସ୍ବଣ୍ଣାଦି ଭସ୍ମ ଔଷଧ ସହ ବିଭିନ୍ନ ରସ ଓ କ୍ୱାଥର ଅନୁପାନ ଦେଲେ ଉତ୍ତମ ଫଳ ମିଳେ। ସେହିପରି ପକ୍ଷାଘାତରେ ସଜନା ଛାଲି ରସ, ଅଶ୍ୱଗନ୍ଧା କ୍ୱାଥ ସହ, ଗଣ୍ଠିବାତରେ ବେଗୁନିଆ ପତ୍ର ସହ ସ୍ବରସ, ଗନ୍ଧାଳି ପତ୍ର ଓ ରାସ୍ମା ରସ ସହ ଦିଆଯାଇଥାଏ।
ଏଥିସହ ପକ୍ଷାଘାତ ରୋଗୀ ବୃହତବାତ ଚିନ୍ତାମଣି ଇଞ୍ଜେକଶନ୍‌ ଦିନେ ଛାଡ଼ି ଦିନେ, ଗଣ୍ଠିବାତ ପାଇଁ ବାତ ଗଞ୍ଜନ (ଉପାଦାନ ରସୁଣ, ଅଶ୍ୱଗନ୍ଧା) କୋଚିଲା, ରାସ୍ମା ଇତ୍ୟାଦି ଇଞ୍ଜେକଶନ୍‌ ବ୍ୟବସ୍ଥା ରହିଅଛି। ମାତ୍ର ଓଡ଼ିଶାରେ ବର୍ତ୍ତମାନ ଏହାର ବ୍ୟବହାର ଅନୁମତି ନ ଥିବାରୁ ନିଷିଦ୍ଧ ରହିଅଛି।
ରୋଗୀର ପଥ୍ୟାପଥ୍ୟ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ। ରୋଗୀକୁ ଦୈତାଳୁ ପୋଇଶାଗ, ଭେଣ୍ଡି, ସାରୁ, ବିରିପିଠା, ସମୁଦ୍ର ମାଛ, ନୂଆ ଚାଉଳରେ ଭାତ ଖାଇବା ଉଚିତ। ଏହିପରି ଚିକିତ୍ସାର ବିଭିନ୍ନ ମାର୍ଗକୁ ଅବଲୋକନ କରି କେବଳ ଡାକ୍ତର ଲେଖିଦେଇଥିବା ଔଷଧ ସେବନ କଲେ ରୋଗୀ ସୁସ୍ଥ ହୋଇଯିବ ଏହା ଭାବିବା ଭୁଲ ଅଟେ। ଯେପରି ଏକ ଛିଦ୍ର ଥିବା ମାଠିଆରେ ଜଳପୂର୍ଣ୍ଣ କଲେ କିଛି ସମୟପରେ ମାଠିଆଟି ଜଳଶୂନ୍ୟ ହୋଇଯାଏ। ସେହିପରି ଦୋଷକୁ ସମ୍ଭାବ୍ୟବସ୍ଥାକୁ ଆଣିବା ପାଇଁ ଶରୀରରେ ସଂଶୋଧନ, ସଂଶମନ ଚିକିତ୍ସା ସହ ହିତ ଆହାର ବିହାର ପଥ୍ୟାପଥ୍ୟ ନିୟମ ପାଳନ କଲେ, ଠିକ୍‌ ଔଷଧ ସେବନ କଲେ ରୋଗୀ ସଂପୂର୍ଣ୍ଣ ଆରୋଗ୍ୟ ହୋଇପାରିବ। ଏଥିପାଇଁ ସେବିକା ଓ ଆତ୍ମୀୟ ସ୍ବଜନଙ୍କ ଆତ୍ମୀୟତା ସହ ସେବା ଶୁଶ୍ରୁଷାର ଆବଶ୍ୟକତା ରହିଅଛି। ଏଥିପ୍ରତି ଦୃଷ୍ଟି ନ ଦେଇ କେବଳ ରୋଗୀକୁ ଔଷଧ ସେବନ କରାଇଦେଲେ କଣାଥିବା ମାଠିଆ ସଦୃଶ ଚିକିତ୍ସା ବିଫଳ ହେବ।
– ଆନନ୍ଦ ବଜାର ବେତନଟୀ, ମୟୂରଭଞ୍ଜ
ମୋ: ୯୮୭୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri