ଶୋଭା ପାଇବ ଅଯୋଧ୍ୟା ରାମ ମନ୍ଦିର

ଭୁବନେଶ୍ୱର,୨୭।୯(ବ୍ୟୁରୋ):ରାଜଧାନୀର ଭୁବନେଶ୍ୱରରେ ମା’ ଜଗତ୍‌ଜନନୀଙ୍କ ଆଗମନ ପାଇଁ ପ୍ରସ୍ତୁତି ଏକ ପ୍ରକାର ଶେଷ ହେବାକୁ ବସିଲାଣି। ସଜେଇ ହେଲାଣି ପୂଜା ମଣ୍ଡପ। ମା’ଙ୍କ କରୁଣା ଓ ଭକ୍ତମାନଙ୍କ ଶ୍ରଦ୍ଧା ବଳରେ ଅନ୍ୟବର୍ଷ ଭଳି ଏ ବର୍ଷ ଯଥାଶକ୍ତି ଦଶହରା ଉତ୍ସବ ପାଳନ କରିବାକୁ ପ୍ରୟାସ କରିଛି ଶହୀଦନଗର ଦୁର୍ଗାପୂଜା ସମିିତି। ଉତ୍ସବକୁ ମନମୁଗ୍ଧ କରିବା ପାଇଁ ମା’ଙ୍କ ରୁପା ମେଢ, ସୁନା ମୁକୁଟ ସହ ସୁନ୍ଦର ତୋରଣ ମଧ୍ୟ କରାଯାଉଛି। ଚଳିତ ବର୍ଷ ଶୋଭା ପାଇବ ଅଯୋଧ୍ୟାର ରାମ ମନ୍ଦିର। ତୋରଣର ଉଚ୍ଚତା ୮୫ଫୁଟ ଥିବା ବେଳେ ଓସାର ୧୧୦ଫୁଟ ରହିବ। କୋଲକାତାରୁ କାରିଗରମାନେ ଆସି ମୂର୍ତ୍ତି ଓ ତୋରଣ ନିର୍ମାଣ କରୁଛନ୍ତି। ସବୁ ବର୍ଷ ପରି ଏଥର ମଧ୍ୟ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାରେ ସଫଳତା ହାସଲ କରିଥିବା କ୍ରୀଡ଼ବିତ୍‌ଙ୍କୁ ମହାସମପ୍ତମୀରୁ ବିଜୟାଦଶମୀ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସମ୍ବର୍ଦ୍ଧିତ କରାଯିବ। ଚଳିତ ବର୍ଷ ଆନ୍ତର୍ଜାତିକ ବାସ୍କେଟ୍‌ ବଲ ଖେଳାଳି ସେକ୍‌ ଫଏଜ୍‌, ଜାତୀୟ ଫୁଟବଲ ମହିଳା ତାରକା ପୂର୍ଣ୍ଣିମା ମଲ୍ଲିକ, ଜାତୀୟ ରଗବି ତାରକା ସାହାନାୱାଜ୍‌ ଅହମ୍ମଦ, ଲନ ଟେନିସ୍‌ ମହିଳା ତାରକା ଆହାନା (୧୨ବର୍ଷରୁ କମ୍‌)ଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସୋମବାର ସମିତି ପକ୍ଷରୁ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ସମ୍ମିଳନୀରେ ସଭାପତି ହେମନ୍ତ କୁମାର ପରିଡ଼ା, ସମ୍ପାଦକ ସଚ୍ଚିନନ୍ଦନ ନାୟକ, କର୍ପୋରେଟର ରାଜକିଶୋର ଦାସ, ବରିଷ୍ଠ ଉପଦେଷ୍ଟା ମନୋରଞ୍ଜନ ଦାସ , ଉପ ସଭାପତି ସରୋଜ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri