ମୁମ୍ବାଇ ପାଟିରୁ ଛଡ଼ାଇ ଆଣିଲେ ମ୍ୟାଚ୍‌

ମୁମ୍ବାଇ,୨୭।୩: ସର୍ବାଧିକ ୫ ଥର ଆଇପିଏଲ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଏଥର ବି ବିଜୟ ସହ ଆଇପିଏଲ ସିଜନ୍‌ ଆରମ୍ଭ କରିପାରିନାହିଁ। ୧୭୮ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ ଛିଡ଼ା କରିବା ପରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧା ଦଳକୁ ୭୨ ରନ୍‌ ମଧ୍ୟରେ ପ୍ୟାଭିଲିଅନ ପଠାଇଥିଲା ମୁମ୍ବାଇ। କିନ୍ତୁ ମ୍ୟାଚ୍‌ ବଦଳାଇ ଦେଇଥିଲା ଅକ୍ଷର ପଟେଲ (୩୮ ରନ୍‌, ୨ ଚୌକା ଓ ୩ ଛକା) ଏବଂ ଲଲିତ ଯାଦବ(୪୮ ରନ୍‌, ୪ ଚୌକା ଓ ୨ ଛକା)ଙ୍କ ଯୋଡ଼ି। ଦଳର ବିଜୟ ଆଶା ନ ଥିଲା ବେଳେ ଦୁହେଁ ୭ମ ଉଇକେଟ ପାଇଁ ୭୫ ରନ୍‌ ଯୋଡ଼ି ଥିଲେ। ତାହା ପୁଣି ୩୦ ବଲରେ। ଦୁହିଁଙ୍କ ଯୋଗୁ ଦିଲ୍ଲୀ ମ୍ୟାଚ୍‌କୁ ୧୮.୨ ଓଭରରେ ଜିତି ନେଇଥିଲା। ଏହାକୁ ମିଶାଇ ରୋହିତଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଗତ ୧୦ ସିଜନର ପ୍ରଥମ ମ୍ୟାଚ୍‌ରେ ପରାଜୟ ସ୍ବାଦ ଚାଖିବାକୁ ପଡ଼ିଛି।

ରବିବାର ଅପରାହ୍ନରେ ଖେଳାଯାଇଥିବା ମ୍ୟାଚ୍‌ରେ ଇଶାନ କିଷନ(୮୧ ରନ୍‌, ୧୧ ଚୌକା ଓ ୨ ଛକା)ଙ୍କ ଅର୍ଦ୍ଧଶତକ ବଳରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ଛିଡ଼ା କରିଥିଲା ୧୭୮ ରନ୍‌ର ଟାର୍ଗେଟ। ଜବାବରେ ଦୁଇ ଓପନର ପୃଥ୍ବୀ ଶ’ (୩୮) ଓ ଟିମ୍‌ ସେଫର୍ଟ (୨୧) ଦିଲ୍ଲୀକୁ ଭଲ ଆରମ୍ଭ ଦେଇଥିଲେ। ଦୁହେଁ ୩ ଓଭରରେ ୩୦ ରନ୍‌ ଯୋଡ଼ିଥିଲେ। କିନ୍ତୁ ଚତୁର୍ଥ ଓଭରରେ ଦୁଇ ଉଇକେଟ ନେଇ ମ୍ୟାଚ୍‌ ବଦଳାଇ ଦେଇଥିଲେ ମୁରୁଗନ ଅଶ୍ୱିନ। ତା’ ପରେ ଅଧିନାୟକ ରଷଭ ପନ୍ତ (୧) ଓ ରବମାନ ପାଓ୍ବେଲ (୦) ମଧ୍ୟ ବିଫଳ ହୋଇଥିଲେ। ଦଳ ୧୩.୨ ଓଭରରେ ୧୦୪ ରନ୍‌ରେ ୬ ଉଇକେଟ ହରାଇ ସାରିଥିଲା। ତା’ ପରେ ୧୧ ବଲରେ ୨୨ (୪ ଚୌକା) ରନ୍‌ର ଛୋଟ ବିସ୍ଫୋରକ ପାଳି ଖେଳିଥିଲେ ଶାର୍ଦ୍ଦୁଳ ଠାକୁର।


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri