ଶିଶୁ ନିର୍ଯାତନା ନେଇ ସଚେତନ କାର୍ଯ୍ୟକ୍ରମ, ସୁରକ୍ଷିତ ଶୈଶବ….

ପୁରୁଷୋତ୍ତମପୁର,୧୮।୫( ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ସୋମବାର ହିନ୍ଦି ପ୍ରଚାସଭା ପରିଷରରେ ସୁରକ୍ଷିତ ଶୈଶବ, ସୁରକ୍ଷିତ ଭବିଷ୍ୟତ ସମ୍ପର୍କରେ ସଚେତନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଇନସେବା କମିଟିର ଅଧ୍ଯକ୍ଷା ସିନିୟର ସିଭିଲଜଜ ସୁମିତା ଆଚାର୍ଯ୍ଯ ପୌରହିତ୍ଯକରି ବର୍ତ୍ତମାନ ବିଭିନ୍ନ ସମୟରେ ଶିଶୁଙ୍କ ଉପରେ ନିର୍ଯ୍ଯାତନାମାନ ବଢିବାରେ ଲାଗିଥିବାରୁ ଏହାକୁ କିପରି ରୋକାଯାଇପାରିବ ସେନେଇ ଆଲୋଚନା ହୋଇଥିଲା ।

ଶିଶୁମାନେ କିପରି ସୁରକ୍ଷିତ ରହିପାରେବେ ଓ ସେମାନଙ୍କ ଭବିଷ୍ୟତ କିପରି ଗଢାଯାଇ ପାରିବ ସେଥିନେଇ ଗୁରୁତ୍ବାରୋପ କରି ଏଭଳି ଶିଶୁଙ୍କ ଉପରେ ହେଉଥିବା ଅପରାଧିକ ନିର୍ଯାତନା କାର୍ଯ୍ଯଲାଗି କିଭଳି ଆଇନ ଓ ଦଣ୍ଡବିଧାନ ରହିଛି ସେଥିନେଇ ସଚ୍ଚେତନତା କରାଯାଇଥିଲା । ପ୍ରଥମଶ୍ରେଣୀ ବିଚାରପତି ଅନନ୍ଯାଅପର୍ମିତା ଯୋଗଦେଇ ପୋକ୍ସ ଆଇନ ସମ୍ପର୍କରେ ଗୁରୁତ୍ବାରୋପ କରି ଶିଶୁମାନଙ୍କୁ ସଚେତନତା କରାଇଥିଲେ ।

ଏଥିରେଓକିଲସଂଘ ସଭାପତି ପ୍ରକାଶଚନ୍ଦ୍ର ତ୍ରୀପାଠୀ, ସଂପାଦକ ରବିନ୍ଦ୍ରସାହୁ, ହିନ୍ଦି ପ୍ରଚାର ସଭାର କୁଳସଚ୍ଚିବ ପ୍ରଫୁଲ୍ଲକୁମାର ରଥ, ପ୍ରଧାନଶିକ୍ଷକ ରାମଚନ୍ଦ୍ର ପଣ୍ଡା ଯୋଗଦେଇଥିବା ବେଳେ ଶ୍ରୀରାମ ଆଦର୍ଶ ଶିକ୍ଷାକେନ୍ଦ୍ରର ଛାତ୍ରୀଛାତ୍ର ମାନେ ଅଂଶଗ୍ରହଣକରିଥିଲେ । ଏହି କାର୍ଯ୍ଯକ୍ରମରେ ବହୁ ଓକିଲ ମଧ୍ୟ ଉପସ୍ଥିତ ଥିଲେ ।

 

Dharitri – Odisha’s No.1 Odia Daily

Share