ଦିଗପହଣ୍ଡି ବନ୍ୟା ଆଶ୍ରୟସ୍ଥଳୀରେ ସଚେତନତା ସଭା: ତାଲିମ ପରେ ସରିଲା ମକ୍ ଡ୍ରିଲ୍   

ଦିଗପହଣ୍ଡି,୧୯|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପ୍ରଶାସନ ଓ ଦିଗପହଣ୍ଡି ବ୍ଳକ ପ୍ରଶାସନର ମିଳିତ ସଂଯୋଜନାରେ ଦିଗପହଣ୍ଡି ବ୍ଳକ ଅଧିନସ୍ଥ ଖମାରି ଗାଁ ପଞ୍ଚାୟତ ଗୋଲଣ୍ଡା ଗ୍ରାମ ସ୍ଥିତ ବହୁମୁଖୀ ବନ୍ଯା ଆଶ୍ରୟସ୍ଥଳୀ ପରିସରରେ ବିପର୍ଯ୍ୟୟ ପରିଚାଳନା ନେଇ ଗୁରୁବାର ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଉପସ୍ଥିତ ଲୋକଙ୍କୁ ବିପର୍ଯ୍ୟୟ ସମୟରେ ଉଦ୍ଧାର କରାଯିବାର କଳା କୌଶଳ ସମ୍ପର୍କରେ ତାଲିମ ଦିଆଯିବା ପରେ ସାମୁହିକ ଅଭ୍ୟାସ ତଥା ମକ୍  ଡ୍ରିଲ  ଅନୁଷ୍ଠିତ ହୋଇଥିଲା।

ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୈାଡ ପରିଚାଳନା କରିଥିଲେ ।ଗଞ୍ଜାମ ଜିଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର,ଦିଗପହଣ୍ଡି ଏବିଇଓ ବାଳା ମାଝୀ, କନିଷ୍ଠ ଯନ୍ତ୍ରୀ ଇଂ. ସୁନୟନା ପାଣିଗ୍ରାହୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଶାନ୍ତନୁ କୁମାର ମହାଙ୍କୁଡ଼, ଏଡିଓ ଶିବ କୁମାର ସାହୁ , ରାଜସ୍ବ ନୀରିକ୍ଷକ ସନାତନ ରଣା , ସମିତି ସଭ୍ୟ ପ୍ରତିନିଧି ଭଗବାନ ମହାପାତ୍ର, ନାଏବ ସରପଞ୍ଚ ଶରତ କୁମାର ଶବର, ପ୍ରାଣୀ ଚିକିତ୍ସକ ଡ଼. ଡି.ବାଲାଜୀ ଦୋର , କ୍ଳଷ୍ଟର ସିଆରସିସି ଜଗନ୍ନାଥ ବେହେରା , ଶ୍ରଦ୍ଧା ଏନଜିଓ ପ୍ରତିନିଧି ଶଙ୍କର ମିଶ୍ର , ଆଶ୍ରୟସ୍ଥଳୀ ପରିଚାଳନା ଓ ରକ୍ଷଣାବେକ୍ଷଣ ସମିତି ସମ୍ପାଦକ ରଞ୍ଜନ କୁମାର ପାଣିଗ୍ରାହୀ ଙ୍କ ସମେତ ଅଗ୍ନିଶମ କର୍ମଚାରୀ ବୃନ୍ଦ ଓ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିଲେ ।

ପ୍ରାକୃତିକ ବିପର୍ଯ୍ୟୟ ବନ୍ଯା, ବାତ୍ୟା, ଭୂ- ସ୍ଖଳନ ସମୟରେ ପ୍ରଭାବିତ ଲୋକଙ୍କୁ ସଚେତନ କରାଇବା ସହ ଆବଶ୍ୟକ ସ୍ଥଳେ ସେମାନଙ୍କୁ କିପରି ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯିବ। ଏହି ସମୟରେ ନିୟୋଜିତ  ଉଦ୍ଧାରକାରୀ ଟିମକୁ ସହଯୋଗ କରି ଗର୍ଭବତୀ ମହିଳା , ଭିନ୍ନକ୍ଷମଙ୍କୁ ପ୍ରଥମେ ପ୍ରାଧାନ୍ୟ ଦେବାପାଇଁ ଉପସ୍ଥିତ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା। ସେହିପରି କୃତ୍ରିମ ବିପର୍ଯ୍ୟୟ ତଥା ନିଆଁ ଲାଗିବା କିମ୍ବା ଘରେ ରନ୍ଧନ ଗ୍ୟାସରୁ ନିଆଁ ବାହାରିଲେ ତାହାକୁ କିପରି ଆୟତ୍ତ କରାଯାଇପାରିବ। ଦୁର୍ଘଟଣା ପରେ ଲୋକଙ୍କୁ କିପରି ମେଡିକାଲ ପଠାଇବାର ବନ୍ଦୋବସ୍ତ କରାଯାଇପାରିବ ସେ ନେଇ ସଭାରେ ସବିଶେଷ ଆଲୋଚନା କରାଯିବା ସହ ଉପସ୍ଥିତ ଲୋକମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri