ସଚେତନତା ହିଁ ନିଦାନ

ବ୍ୟସ୍ତବହୁଳ ଜୀବନଶୈଳୀ ଦିନକୁ ଦିନ ବଢ଼ାଇ ଚାଲିଛି ସ୍ବାସ୍ଥ୍ୟ ସମସ୍ୟା। ଯେଉଁ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ବିଶେଷଜ୍ଞମାନେ ଅଧିକ ବ୍ୟଗ୍ରତା ପ୍ରକାଶ କରୁଛନ୍ତି ସେଥିମଧ୍ୟରୁ ଷ୍ଟ୍ରୋକ୍‌ ଅନ୍ୟତମ। ଖାଦ୍ୟରେ ଅନିୟମିତତା ସହିତ ଶାରୀରିକ ଶ୍ରମର ଅଭାବ ଯୋଗୁ ରକ୍ତଚାପରେ ସମନ୍ବୟ ରହିପାରୁନି। ଫଳରେ ଷ୍ଟ୍ରୋକ୍‌ ଭଳି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି।
ପୃଥିବୀର ବିକଶିତ ଦେଶରେ ଏଭଳି ସ୍ବାସ୍ଥ୍ୟଗତ ସମସ୍ୟା ଅଧିକ ହେଉଥିବା ଲକ୍ଷ୍ୟ କରାଯାଉଛି। ଏହା ଦ୍ୱାରା ମାନବସମ୍ବଳ ହାନି ହେବା ସହିତ ଆର୍ଥିକ କ୍ଷତିର ପରିମାଣ ବଢ଼ିଚାଲିଛି। ତେଣୁ ଷ୍ଟ୍ରୋକ୍‌ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଅକ୍ଟୋବର ୨୯ରେ ବିଶ୍ୱ ଷ୍ଟ୍ରୋକ୍‌ ଦିବସ ପାଳନ କରାଯାଉଛି। ଷ୍ଟ୍ରୋକ୍‌ର ଗୁରୁତର ସ୍ଥିତି, ଏହି ସମସ୍ୟାର ପ୍ରତିରୋଧ ଏବଂ ଚିକିତ୍ସା ବିଷୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ।

୨୦୦୬ରେ ୱାଲର୍‌ଡ ଷ୍ଟ୍ରୋକ୍‌ ସଂଗଠନ (ଡବ୍ଲ୍ୟୁଏସ୍‌ଓ) ଦ୍ୱାରା ପ୍ରତିବର୍ଷ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର, ପୂର୍ବତନ ମିସ୍‌ ଇଜିପ୍ଟ ଡାଲିଆ ଏଲ ବେହେରେ ଏବଂ ସାଇକେଲ ଚାଳକ ଆଲବର୍ଟୋ କଣ୍ଟୋଡୋର ୱାଲର୍‌ଡ ଷ୍ଟ୍ରୋକ୍‌ ଅଭିଯାନର ଗୁଡ୍‌ଓ୍ବିଲ୍‌ ଆମ୍ବାସଡର ଭାବେ କାର୍ଯ୍ୟ କରୁଛନ୍ତି।

ଷ୍ଟ୍ରୋକ୍‌ ସାରା ବିଶ୍ୱରେ ଏକ ସଙ୍କଟ ସୃଷ୍ଟି ହୋଇଛି। ସମ୍ପ୍ରତି ଏହା ଅକ୍ଷମତାର ଏକ ପ୍ରମୁଖ ଏବଂ ବିଶ୍ୱରେ ମୃତ୍ୟୁର ଦ୍ୱିତୀୟ ମୁଖ୍ୟ କାରଣ ପାଲଟିଛି। ୨୦୧୬ରେ ୧୧୬ ନିୟୁତ ଲୋକଙ୍କର ଏହାଯୋଗୁ ମୃତ୍ୟୁ ଘଟିଥିବା ନେଇ ଏକ ସର୍ବେକ୍ଷଣ ରିପୋର୍ଟରୁ ଜାଣିବାକୁ ମିଳିଛି।
ତେବେ ସଚେତନତା ଦ୍ୱାରା ଷ୍ଟ୍ରୋକ୍‌ର ନିଦାନ କରାଯାଇ ପାରିବ। ପ୍ରତିଦିନ ବ୍ୟାୟାମ, ଖାଦ୍ୟରେ ପନିପରିବାକୁ ସାମିଲ ସହିତ କମ୍‌ ପରିମାଣର ଲୁଣ ଖାଇଲେ ରକ୍ତଚାପ ସ୍ବାଭାବିକ ରହିଥାଏ। ଫଳରେ ଷ୍ଟ୍ରୋକ୍‌ ଭଳି ସମସ୍ୟାରୁ ସହଜରେ ଦୂରେଇ ରହିବା ସମ୍ଭବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri