Posted inଫୁରସତ

ସଚେତନତା ହିଁ ପ୍ରକୃତ ଚିକିତ୍ସା

ଯେକୌଣସି ଶାରୀରିକ ସମସ୍ୟା କ୍ଷେତ୍ରରେ ସଚେତନତା ହିଁ ପ୍ରକୃତ ଚିକିତ୍ସା ସାବ୍ୟସ୍ତ ହୋଇଥାଏ। ଏହାଦ୍ୱାରା ବହୁ ପୂର୍ବରୁ ଶାରୀରିକ ସମସ୍ୟା ସମ୍ପର୍କରେ ଜଣାପଡ଼ିଥାଏ। ଫଳରେ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବା ସହଜ ହୋଇଥାଏ।
ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ନଭେମ୍ବର ୧୨ରେ ବିଶ୍ୱ ନିମୋନିଆ ଦିବସ ପାଳିତ ହୋଇଥାଏ।
ନିମୋନିଆ ବିରୋଧରେ ବିଶ୍ୱସ୍ତରରେ ଏକଜୁଟ ହେବା ଏହି ଦବସର ମୁଖ୍ୟ ଲକ୍ଷ୍ୟ। ୨୦୦୯ରେ ୧୦୦ରୁ ଅଧିକ ସଂଗଠନ ନଭେମ୍ବର ୨ରେ ପ୍ରଥମ ବିଶ୍ୱ ନିମୋନିଆ ଦିବସ ପାଳନ କରିବା ପାଇଁ ଶିଶୁ ନିମୋନିଆ ବିରୋଧରେ ଗ୍ଲୋବାଲ କୋଅଲିସନ ଭାବରେ ଏକତ୍ରିତ ହୋଇଥିଲେ। ନିମୋଡିଆପି, ହେଜ ପାଣ୍ଠିର ଲାନ୍ସ ଲାଇଫର୍‌ ମ୍ୟାଲେରିଆ ଏବଂ ନିମୋନିଆ, ଗ୍ଲୋବାଲ ହେଲଥ କାଉନସିଲ, ଗାଭି ଆଲାଇନ୍ସ ଏବଂ ସାବିନ ଭ୍ୟାକ୍ସିନ ଇନଷ୍ଟିଚ୍ୟୁଟ ଏକତ୍ରିତ ହୋଇ ଲୋକଙ୍କୁ ନଭେମ୍ବର ୨ରେ ବିଶ୍ୱ ନିମୋନିଆ ଦିବସରେ ଭାଗ ନେବାକୁ ପରାମର୍ଶ ଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ୨୦୧୦ଠାରୁ ଏହି ଦିନଟିକୁ ନଭେମ୍ବର ୧୨ରେ ପାଳିତ ହୋଇ ଆସୁଛି।

ନିମୋନିଆ ହେଉଛି ଏକ ପ୍ରତିରୋଧକ ତଥା ଚିକିତ୍ସା ଯୋଗ୍ୟ ଶାରୀରିକ ସମସ୍ୟା। ଏହା ପ୍ରତିବର୍ଷ ପୃଥିବୀର ୫ ବର୍ଷରୁ କମ ୧୫୫ ନିୟୁତ ପିଲାଙ୍କୁ ଅସୁସ୍ଥ କରିଥାଏ ଏବଂ ପ୍ରତିବର୍ଷ ଏଥିରେ ଆକ୍ରାନ୍ତ ହୋଇ ୧.୬ ନିୟୁତ ଲୋକଙ୍କର ମୃତ୍ୟୁ ଘଟିଥାଏ।
ଏଡସ, ମ୍ୟାଲେରିଆ ଏବଂ ମିଳିମିଳା ତୁଳନାରେ ଏହା ଯୋଗୁ ଅଧିକଙ୍କର ମୃତ୍ୟୁ ଘଟିଥାଏ। ମାରାତ୍ମକ ନିମୋନିଆ ହେମୋଫିଲସ ଇନଫ୍ଲୁଏଞ୍ଜା ଟାଇପ ବି ଏବଂ ଷ୍ଟ୍ରେପଟୋକୋକସ ନିମୋନିଆ ଯୋଗୁ ସଂକ୍ରମଣ ହୋଇଥାଏ। ତେବେ ଏହାର ପ୍ରତିରୋଧ ପାଇଁ ପ୍ରଭାବଶାଳୀ ଟିକା ଅଛି। ତେଣୁ ସଚେତନତା ଦ୍ୱାରା ନିମୋନିଆରୁ ଦୂରେଇ ରହିବା ସମ୍ଭବ ହୋଇ ପାରିବ।
ଏହି ଦିବସ ଅବସରରେ ଏନେଇ ସଚେତନତା ସୃଷ୍ଟି କରାଯାଇଥାଏ। ନିମୋନିଆର ଲକ୍ଷଣ ପ୍ରକାଶ ପାଇଲେ କିଭଳି ପଦକ୍ଷେପ ଗ୍ରହଣ କରିବାକୁ ହେବ ସେନେଇ ଲୋକଙ୍କୁ ପରାମର୍ଶ ଦିଆଯାଇଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri