Posted inଫୁରସତ

ସଚେତନନା ହିଁ ଉପଚାର

ଅପସ୍ମାର ହେଉଛି ଏକ ଅଣ-ସଂକ୍ରାମକ ମସ୍ତିଷ୍କ ସମସ୍ୟା। ଏହା ଆଂଶିକ ଭାବେ ଶରୀରର ଏକ ଅଂଶ କିମ୍ବା ସମଗ୍ର ଶରୀରକୁ ପ୍ରଭାବିତ କରିଥାଏ। ଏହା ଯୋଗୁ ବେଳେବେଳେ ଚେତନା ହରାଇବା ଭଳି ସ୍ଥିତି ସୃଷ୍ଟି ହୋଇଥାଏ। ନ୍ୟୁରନ କିମ୍ବା ମସ୍ତିଷ୍କ କୋଷିକାରେ ହଠାତ୍‌, ଅତ୍ୟଧି ବୈଦୁତିକ ଶକ୍ତି ପ୍ରବାହ ଯୋଗୁ ଏଭଳି ଅବସ୍ଥା ସୃଷ୍ଟି ହୋଇଥାଏ। ଅପସ୍ମାର ଯେ କୌଣସି ବୟସରେ ଲୋକଙ୍କୁ ପ୍ରଭାବିତ କରିପାରେ। ତେଣୁ ଏନେଇ ସଚେତନ ରହିଲେ ଏହାର ଉପଚାର ସମ୍ଭବ ହୋଇପାରିଥାଏ। ଏହି ସମସ୍ୟା ସମ୍ପର୍କରେ ଅଜ୍ଞାନତା ହେତୁ ବହୁ ସମସ୍ୟା ଦେଖାଦେଇଥାଏ।
ତେଣୁ ଅପସ୍ମାର, ଏହାର ଲକ୍ଷଣ ଏବଂ ଚିକିତ୍ସା ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ନଭେମ୍ବର ୧୭ରେ ଜାତୀୟ ଏପିଲେପ୍ସି ଦିବସ( ଜାତୀୟ ଅପସ୍ମାର ଦିବସ) ପାଳନ କରାଯାଇଥାଏ।
ଜାତୀୟ ଏପିଲେପ୍ସି ଦିବସ ହେଉଛି ଏକ ଜାତୀୟ ସ୍ତରର ଅଭିଯାନ ଯାହାକି ଏପିଲେପ୍ସି ଫାଉଣ୍ଡେସନ ଅଫ ଇଣ୍ଡିଆ ଦ୍ୱାରା ଭାରତରେ ଏହି ସମସ୍ୟା ହ୍ରାସ କରିବାକୁ ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିଲା। ମହାରାଷ୍ଟ୍ରର ମୁମ୍ବାଇରେ ଥିବା ଏପିଲେପ୍ସି ଫାଉଣ୍ଡେସନ ଡାକ୍ତର ନିର୍ମଳ ସୂର୍ଯ୍ୟଙ୍କ ଦ୍ୱାରା ୨୦୦୯ରେ ପ୍ରତିଷ୍ଠିତ ହୋଇଥିଲା। ଏହା ସହିତ ଏହି ସ୍ବାସ୍ଥ୍ୟଗତ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ନଭେମ୍ବର ୧୭ରେ
ଜାତୀୟ ଅପସ୍ମାର ଦିବସ ପାଳନ କରାଯିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏପିଲେପ୍ସି ଫାଉଣ୍ଡେସନ ଅଫ ଇଣ୍ଡିଆ ଦେଶରେ ଏହି ରୋଗର ପ୍ରାଦୁର୍ଭାବ ହ୍ରାସ କରିବା ପାଇଁ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରଥାଏ।
ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ସମ୍ପ୍ରତି ୫୦ ନିୟୁତ ଲୋକ ଅପସ୍ମାର ସମସ୍ୟା ଭୋଗୁଛନ୍ତି। ଫଳରେ ଏହା ବିଶ୍ୱବ୍ୟାପି ଏକ ସାଧାରଣ ସ୍ନାୟୁଗତ ସମସ୍ୟାରେ ପରିଣତ ହୋଇଛି। ନିମ୍ନ ଏବଂ ମଧ୍ୟମ ଆର୍ଥିକ ବର୍ଗ ଦେଶରେ ଅପସ୍ମାର ସମସ୍ୟା ପ୍ରାୟ ୮୦ ପ୍ରତିଶତ ଲୋକଙ୍କଠାରେ ଦୃଷ୍ଟି ଗୋଚର ହୋଇଥାଏ। ତେଣୁ ଲୋକଙ୍କୁ ଅବସ୍ଥା ବିଷୟରେ ଅବଗତ କରାଇବା ଏବଂ ପ୍ରଭାବିତ ଲୋକଙ୍କ ସଂଖ୍ୟା ହ୍ରାସ କରିବା ଲାଗି ପ୍ରତିବର୍ଷ ଏହି ଦିବସ ପାଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri