ସଚେତନତାଧର୍ମୀ ଫିଲ୍ମ ‘ରାକ୍ଷୀ’ ଜାତୀୟସ୍ତରରେ ପୁରସ୍କୃତ

ବାଲେଶ୍ୱର ଅଫିସ, ୭ା୭: ବାଲେଶ୍ୱର ଜିଲାର କେତେକ ଛାତ୍ରୀଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ସଚେତନତାଧର୍ମୀ କ୍ଷୁଦ୍ର ଫିଲ୍ମ ‘ରାକ୍ଷୀ’ ଜାତୀୟସ୍ତରରେ ପୁରସ୍କୃତ ହୋଇଛି। ପୁରସ୍କାର ସ୍ବରୂପ ଉକ୍ତ ଟିମ୍‌କୁ ଟ୍ରଫି ସହ ୧ଲକ୍ଷ ଟଙ୍କା ମିଳିଛି। ଏହି ପୁରସ୍କାର ଗ୍ରହଣ କରି ଓଡ଼ିଶା ତଥା ବାଲେଶ୍ୱର ପାଇଁ ଗର୍ବ ଆଣିଛନ୍ତି ‘ରାକ୍ଷୀ’ ଫିଲ୍ମର ଲେଖକ, ନିର୍ଦ୍ଦେଶକ ତଥା ଅଭିନେତା ମନ୍ମୟ ଦେ ଓ ତାଙ୍କ ଟିମ୍‌।
ରାଜ୍ୟ ଟ୍ରାନ୍ସପୋର୍ଟ ଅଥରିଟି ପକ୍ଷରୁ ପୁରୀ ଟାଉନ୍‌ ହଲରେ ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ସାରା ଭାରତର ୮ଟି ରାଜ୍ୟର ୬ଟି ଭାଷାର ୨୪୦ଟି କ୍ଷୁଦ୍ର ଚଳଚ୍ଚିତ୍ର ଅଂଶଗ୍ରହଣ କରିଥିଲା। ବିଶେଷ କରି ଓଡ଼ିଆ ଓ ଅଣଓଡ଼ିଆ ବିଭାଗ ଅଲଗା ରହିଥିଲା। ତେବେ ଓଡ଼ିଆ ଭାଷା ତଥା ବିଭାଗରେ ୧୭୦ଟି କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟରୁ ‘ରାକ୍ଷୀ’ ଫିଲ୍ମ ଜାତୀୟସ୍ତରରେ ପୁରସ୍କୃତ ହୋଇଛି।
ଦିନେ କିଛି ସାଙ୍ଗ ମିଶି ଏକ ୟୁଟ୍ୟୁବ ଚ୍ୟାନେଲ କରି ସେଥିରେ କମେଡି ଭିଡ଼ିଓ ସହ କିଛି ସଚେତନତାମୂଳକ ବାର୍ତ୍ତା ପ୍ରଦର୍ଶନ କରୁଥିଲେ। ସେମାନଙ୍କ ଏପରି ଉଦ୍ୟମ ଦେଇଛି ଏକ ସ୍ବତନ୍ତ୍ର ପରିଚୟ। ସରକାରଙ୍କ ସଡ଼କ ସୁରକ୍ଷା ସମ୍ପର୍କିତ ଏକ ଜାତୀୟସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେବା ଜାଣିବା ପରେ ବାଲେଶ୍ୱର ସହର ଚୂନଭାଟିରେ ରହୁଥିବା ଅଭିନେତା ମନ୍ମୟ ଦେ ନିଜ ଟିମ୍‌କୁ ନେଇ କାମ ଆରମ୍ଭ କରି ଦେଇଥିଲେ। ୨ମିନିଟ୍‌ର ଏହି ଭିଡ଼ିଓରେ ସଡ଼କ ସୁରକ୍ଷା ବାର୍ତ୍ତା ଦିଆଯାଇଛି। ଗାଡ଼ି ଚଳାଇବା ସମୟରେ ହେଲମେଟ୍‌ ବ୍ୟବହାର କେତେ ଗୁରୁତ୍ୱପୂର୍ଣ୍ଣ ତାର ଏକ ସୁନ୍ଦର ଉଦାହରଣ ଦେଇଛନ୍ତି ଏହି କଳାକାରମାନେ। ସେହିପରି ମହିଳାମାନଙ୍କ ମାସିକ ଋତୁସ୍ରାବ ସମୟରେ ସ୍ବଚ୍ଛତା କେତେ ଗୁରୁତ୍ୱପୂର୍ଣ୍ଣ, କପଡ଼ା ବଦଳରେ ସାନିଟାରୀ ନାପକିନ୍‌ ବ୍ୟବହାର ଫଳରେ ମହିଳା ବା ଝିଅମାନେ ସୁସ୍ଥତା ବଜାୟ ରଖିପାରିବେ ବୋଲି ଏହି କ୍ଷୁଦ୍ର ଚଳଚ୍ଚିତ୍ରରେ ଦର୍ଶାଯାଇଛି। ‘ରାକ୍ଷୀ’ ଫିଲ୍ମରେ ଭାଇ ଭୂମିକାରେ ମନ୍ମୟ ଅଭିନୟ କରିଥିବା ବେଳେ ଅନନ୍ୟା ପରିଡ଼ା ଭଉଣୀ ଭୂମିକାରେ ଅଭିନୟ କରିଛନ୍ତି। ସେମାନଙ୍କୁ ସହଯୋଗ କରିଥିଲେ ତାଙ୍କ ଟିମ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

ବାଲେଶ୍ଵର ଅରଡ ବଜାରରେ ଗୁଳିକାଣ୍ଡ, ଦୁଇ ଯୁବକ…

ବାଲେଶ୍ଵର,୨୪।୩( ବାଞ୍ଛାନିଧି ଦେ): ଅଶାନ୍ତ ହୋଇପଡିଛି ବାଲେଶ୍ଵର ସହର । ସହଦେଵଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାର ଅଞ୍ଚଳରେ ପୁଣିଥରେ ଗୁଳିକାଣ୍ଡ ହୋଇଛି। ସୋମବାର ମଧ୍ୟରାତିରେ ଫୁଟିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri