୩ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ ଏନ୍‌ଆଇଏନ୍‌ଏଲ

ନୂଆଦିଲ୍ଲୀ, ୭ା୭: ଦୀର୍ଘ ୨ବର୍ଷ ଧରି ବନ୍ଦ ରହିଥିବା ସରକାରୀ ଅଧୀକୃତ କମ୍ପାନୀ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ (ଏନ୍‌ଆଇଏନ୍‌ଏଲ)ର ସ୍ଥିତି ଖୁବ୍‌ଶୀଘ୍ର ବଦଳିବାକୁ ଯାଉଛି। ଏପରିକି ନିକଟରେ ଶେଷ ହୋଇଥିବା କମ୍ପାନୀର ମାଲିକାନା ଓ ଅଧିଗ୍ରହଣ ପ୍ରକ୍ରିୟା ମଧ୍ୟ ସମସ୍ତ ନୀତି ନିୟମ ମଧ୍ୟରେ ଶେଷ ହୋଇଛି। ଏ ନେଇ ବୁଧବାର ଟାଟା ଷ୍ଟିଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ଏବଂ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ୍‌ର ଅଧ୍ୟକ୍ଷ ଟି. ଭି. ନରେନ୍ଦ୍ରନ୍‌ କହିଛନ୍ତି, ଏନ୍‌ଆଇଏନ୍‌ଏଲର ଅଧିଗ୍ରହଣ ହେଉଛି ଏକ ଐତିହାସିକ ସଫଳତା ଏବଂ ଟାଟା ଗ୍ରୁପ୍‌ ପାଇଁ ଏକ ସ୍ବତନ୍ତ୍ର ଲଙ୍ଗ ପ୍ରଡକ୍ଟସ୍‌ କାରଖାନା ଗଠନ ଦିଗରେ ଏହା ବେଶ୍‌ ଉପଯୋଗୀ ହେବ। ଅପରପକ୍ଷରେ ଆଗାମୀ ୩ ମାସ ମଧ୍ୟରେ ଉକ୍ତ କାରଖାନା କାର୍ଯ୍ୟକ୍ଷମ ହେବାର ଯୋଜନା କରାଯାଉଥିବା ଲକ୍ଷ୍ୟ ରଖାଯାଇଛି। ଆମେ ବର୍ତ୍ତମାନର ପୂର୍ବ କର୍ମଚାରୀଙ୍କୁ ନେଇ କାମ କରିବା ସହ ବିଗତ ୨ବର୍ଷ ଧରି ବନ୍ଦ ପଡ଼ି ରହିଥିବା କାରଖାନାକୁ ପୁଣି ଥରେ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଥିବା ନରେନ୍ଦ୍ରନ କହିଛନ୍ତି। ଆଗାମୀ ୩ ମାସ ମଧ୍ୟରେ ଉତ୍ପାଦନ ଆରମ୍ଭ ଏବଂ ୧୨ ମାସ ମଧ୍ୟରେ ଏହାର ଧାର୍ଯ୍ୟ କ୍ଷମତା ହାସଲ କରିବା ନେଇ କମ୍ପାନୀ ପକ୍ଷରୁ ଆକଳନ କରାଯାଉଛି। ସେହିଭଳି ଟାଟା ଷ୍ଟିଲ୍‌ ଏନ୍‌ଆଇଏନ୍‌ଏଲର କ୍ଷମତା ବୃଦ୍ଧି କରି ୫୦ଲକ୍ଷ ଟନ୍‌ କରିବା ଏବଂ ଏଥିପାଇଁ ଆବଶ୍ୟକ ମଞ୍ଜୁରୀ ହାସଲ କରିବାକୁ ମଧ୍ୟ ପ୍ରୟାସ ଆରମ୍ଭ କରିଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, କଳିଙ୍ଗନଗରରେ ଅବସ୍ଥିତ ଟାଟା ଷ୍ଟିଲର ଅତ୍ୟାଧୁନିକ କାରଖାନା ନିକଟରେ ଏନ୍‌ଆଇଏନ୍‌ଏଲ୍‌ ଥିବାରୁ ଏହା ଟାଟା ଷ୍ଟିଲ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କାରଣ ଏହା ସମ୍ମିଳିତ ଭିତ୍ତିଭୂମି, ସମ୍ବଳ, ପରିଚାଳନା ଇଦ୍ୟାତିରେ ସମନ୍ବୟ ଯୋଗାଇ ଦେବା ସହ ଏକ ଉତ୍ସର୍ଗୀକୃତ ଓ ଦୀର୍ଘସ୍ଥାୟୀ ଲଙ୍ଗ୍‌ ପ୍ରଡକ୍ଟସ୍‌ କମ୍ପ୍ଲେକ୍ସ ଗଠନ କରିବା ଦିଗରେ ସୁଯୋଗ ପ୍ରଦାନ କରିବ। ଯଥାଶୀଘ୍ର ବାର୍ଷିକ ୧ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରିବା ସହିତ ମିଳିତ ଭାବେ କାର୍ଯ୍ୟ କରି ଆଗାମୀ କିଛି ବର୍ଷ ମଧ୍ୟରେ ବାର୍ଷିକ ୪.୫ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଅତ୍ୟାଧୁନିକ ଲଙ୍ଗ ପ୍ରଡକ୍ଟସ୍‌ କମ୍ପ୍ଲେକ୍ସ ନିର୍ମାଣ ମାଧ୍ୟମରେ କ୍ଷମତା ସମ୍ପ୍ରସାରିତ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ସହିତ ୨୦୩୦ ସୁଦ୍ଧା ଏହାର କ୍ଷମତାକୁ ବାର୍ଷିକ ୧୦ ନିୟୁତ ଟନ୍‌କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri