Posted inଜାତୀୟ

ପ୍ରୋଟିନ୍‌ ପାଉଡରଠାରୁ ଦୂରେଇ ରୁହ: ସତର୍କ କରାଇଲା ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୧୦।୫: (ପି.ଟି.):ପ୍ରୋଟିନ୍‌ ପାଉଡର ଓ ଅନ୍ୟାନ୍ୟ ପ୍ରୋଟିନ୍‌ ସପ୍ଲିମେଣ୍ଟଗୁଡ଼ିକଠାରୁ ଦୂରେଇ ରହିବାକୁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ପରାମର୍ଶ ଦେଇଛି। ଲୁଣ ଖାଇବାରେ କଟକଣା ସମେତ ଚିନି ଏବଂ ପ୍ରକ୍ରିୟାକୃତ ଖାଦ୍ୟ କମ୍‌ ଖାଇବାକୁ ଆଇସିଏମ୍‌ଆର୍‌ ସୁପାରିସ୍‌ କରିଛି। ସୁସ୍ଥ ଖାଦ୍ୟ ଚୟନ ଲାଗି ପ୍ୟାକେଟ୍‌ଗୁଡ଼ିକରେ ଲାଗିଥିବା ଲେବଲ୍‌ର ସୂଚନାକୁ ପଢ଼ିବା ପାଇଁ ପରାମର୍ଶ ଦିଆଯାଇଛି। ଅଧିକ ପରିମାଣରେ ପ୍ରୋଟିନ୍‌ ପାଉଡର କିମ୍ବା ପ୍ରୋଟିନ୍‌ ସପ୍ଲିମେଣ୍ଟ ଦୀର୍ଘଦିନ ଯାଏ ସେବନ କରିବା ବିପଜ୍ଜନକ ହୋଇପାରେ। ଏହାଦ୍ୱାରା ବୋନ୍‌ ମିନେରାଲ କ୍ଷୟ ହେବା ସହ କିଡ୍‌ନୀ ନଷ୍ଟ ହେବା ସମ୍ଭାବନା ରହିଛି। ସେହିପରି ଆମେ ଯେତିକି ଶକ୍ତି ଗ୍ରହଣ କରୁଛେ, ତା’ର ୫ ପ୍ରତିଶତରୁ କମ୍‌ ଚିନି ରହିବା ଆବଶ୍ୟକ। ଏକ ସନ୍ତୁଳିତ ଆହାରରେ ଖାଦ୍ୟଶସ୍ୟ ୪୫ କ୍ୟାଲୋରିରୁ ଅଧିକ ପ୍ରଦାନ କରିବା ଉଚିତ ନୁହେଁ। ସେହିପରି ଡାଲି ଓ ମଞ୍ଜିଜାତୀୟ ଖାଦ୍ୟ ଏବଂ ମାଂସରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ କ୍ୟାଲୋରି ମିଳିବା ଆବଶ୍ୟକ। ଅବଶିଷ୍ଟ କ୍ୟାଲୋରି ଛୁଇଁ, ପନିପରିବା, ଫଳ ଓ କ୍ଷୀରରୁ ଆସିବା ଦରକାର। ମୋଟ ଚର୍ବିଜାତୀୟ ଖାଦ୍ୟରୁ ୩୦ ପ୍ରତିଶତ ବା ତା’ଠାରୁ କମ୍‌ ଶକ୍ତି ମିଳିବା ଆବଶ୍ୟକ ବୋଲି ଗାଇଡ୍‌ଲାଇନରେ କୁହାଯାଇଛି।
ଆଇସିଏମ୍‌ଆର୍‌ ଅଧୀନରେ ଥିବା ହାଇଦ୍ରାବାଦର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ନ୍ୟୁଟ୍ରିଶନ (ଏନ୍‌ଆଇଏନ୍‌) ପକ୍ଷରୁ ଭାରତୀୟଙ୍କ ପାଇଁ ବୁଧବାର ଏକ ସଂଶୋଧିତ ଆହାର ଗାଇଡ୍‌ଲାଇନ ଜାରି ହୋଇଛି। ଜରୁରୀ ପୋଷଣ ଆବଶ୍ୟକତା ପୂରଣ କରିବା ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି)ରୁ ରକ୍ଷା ପାଇଁ ଏହି ଦିଶାନିର୍ଦ୍ଦେଶ ଜାରି କରାଯାଇଛି। ଆଇସିଏମ୍‌ଆର୍‌-ଏନ୍‌ଆଇଏନ୍‌ର ନିର୍ଦ୍ଦେଶକ ଡ. ହେମଲତା ଆର୍‌.ଙ୍କ ନେତୃତ୍ୱରେ ବିଭିନ୍ନ ବିଭାଗର ବିଶେଷଜ୍ଞମାନଙ୍କ ଏକ କମିଟି ଉକ୍ତ ଗାଇଡ୍‌ଲାଇନ ପ୍ରସ୍ତୁତ କରିଥିବାବେଳେ ଏହାର ଏକାଧିକ ବୈଜ୍ଞାନିକ ସମୀକ୍ଷା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କୁ ସନ୍ଦେହ କରିବାର କାରଣ ନାହିଁ: ସିଇସି ନିଯୁକ୍ତି ପ୍ରକ୍ରିୟାକୁ ନେଇ କେନ୍ଦ୍ରର ସଫେଇ

ନୂଆଦିଲ୍ଲୀ,୧ା୮:ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଓ ଅନ୍ୟ ନିର୍ବାଚନ କମିଶନରମାନଙ୍କ ନିଯୁକ୍ତି ପାଇଁ ଏକ ସ୍ବାଧୀନ ଓ ନିରପେକ୍ଷ ପ୍ରକ୍ରିୟା ଜରୁରୀ ବୋଲି ସୁପ୍ରିମକୋର୍ଟ ଗୁରୁବାର କହିଥିଲେ।…

‘ତାଙ୍କ ପାଦ ଧୋଇ ସେହି ପାଣି ପିଇବାକୁ ଚାହେଁ’, ପିଏମ ମୋଦିଙ୍କୁ ବିଷ୍ଣୁଙ୍କ ଅବତାର ବୋଲି କହି ଚର୍ଚ୍ଚାରେ ଅଭିନେତା

ନୂଆଦିଲ୍ଲୀ,୧।୮: ଅଭିନେତା ସୁଦେଶ ବେରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି। ସେ ପିଏମ ମୋଦିଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ବର୍ଣ୍ଣନା…

ଅଭିଯୋଗର ଗୋଟିଏ ଦିନରେ ରାସ୍ତ ମରାମତି: ସିଟିଜେନ ଫୋରମଙ୍କୁ ଧନ୍ୟବାଦ

କେସିଙ୍ଗା,୧।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ଓ ବଲାଙ୍ଗିର ଜିଲାର ଟିଟଲାଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ତ୍ରିମୂର୍ତ୍ତି ଛକରୁ ତେଲନଦୀ ବ୍ରିଜ ପ୍ରାୟ ୮୦୦ମିଟର ରାସ୍ତାରେ…

ଔଷଧ କିଣିବା ପୂର୍ବରୁ ଜାଣନ୍ତୁ! ଆଜିଠୁ ବଦଳିଲା ୨୩ଟି ମେଡିସିନର ଦାମ୍‌

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ଆଜି ଅଗଷ୍ଟ ୧ରୁ ଔଷଧର ମୂଲ୍ୟରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ୨୨ଟି ଔଷଧ ଏବଂ ଫିକ୍ସଡ ଡୋଜ କମ୍ବିନେସନର ନୂତନ ଖୁଚୁରା…

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ଧର୍ମ ପଚାରି କଲେ ଗୁଳି

ଶ୍ରୀନଗର,୧।୮: ଜମ୍ମୁ-କଶ୍ମୀରର କୁଲଗାମରେ ଶୁକ୍ରବାର ଆତଙ୍କବାଦୀ ଆକ୍ରମଣ ହୋଇଛି। କୁଲଗାମ ଜିଲାର ଏକ ଇଟାଭାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨ ଶ୍ରମିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହି…

ପର୍ବପର୍ବାଣୀ ପୂର୍ବରୁ ବଡ଼ ଝଟକା! ଦୈନନ୍ଦିନ ବ୍ୟବହାରର ସାମଗ୍ରୀ ଉପରେ ମହଙ୍ଗା ମାଡ଼, ବଢିଯିବ ଦାମ୍‌

ନୂଆଦିଲ୍ଲୀ,୧।୮: ବର୍ତ୍ତମାନ ମୌସୁମୀ ଋତୁ ଚାଲିଛି। ଯେପରି ମୌସୁମୀ ବିଦାୟ ନେବ, ଭାରତୀୟମାନେ ପର୍ବପର୍ବାଣୀକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବେ। ଘର ରଙ୍ଗ କରିବାଠାରୁ…

ଚେନ୍ନାଇରେ କାମ କରୁଥିବାବେଳେ ଆନନ୍ଦଙ୍କ ମୃତ୍ୟୁ, ପରିବାର ଲୋକଙ୍କୁ ଭେଟି ଆର୍ଥିକ ସହାୟତା ଦେଲେ ବିଧାୟକ

ଗଞ୍ଜାମ,୧।୮(ବିଦ୍ୟାଧର ସାହୁ ): ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ମହନତା। ଦିନକୁ ଦିନ ବିଧାୟକ ନାୟକଙ୍କ ଲୋକପ୍ରିୟତା ବୃଦ୍ଧି ପାଉଥିବାବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଆସ୍ଥା ମଧ୍ୟ…

ବ୍ୟବସ୍ଥାଗତ ବିଫଳତା

ଦୃଢ଼ ରାଜନୈତିକ କୌଶଳ ଆପଣାଉଥିବା ସରକାରମାନେ ସାଧାରଣତଃ କଠୋର ଆଇନ ଆଣି ସେସବୁକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀକରି ସଙ୍କଟର ମୁକାବିଲା କରିଥାନ୍ତି। ଏଭଳି ସ୍ଥିତିରେ ବେଳେବେଳେ ପ୍ରଯୁକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri