ଦୂରାନ୍ତୁ କଳା ଦାଗ

ସୂର୍ଯ୍ୟକିରଣ ପ୍ରଭାବରେ ହାତଗୋଡ଼ ତଥା ମୁହଁର ତ୍ୱଚାରେ ବି ଟାନିଂ ବା କଳାଦାଗ ହୋଇଯାଏ। ତେଣୁ ତ୍ୱଚା କଳା ପଡ଼ି ବହୁତ ଖରାପ ଦେଖାଯାଏ। ଏହି ସମସ୍ୟାରୁ ମୁକ୍ତି ପାଇଁ ଜାଣି ରଖନ୍ତୁ କିଛି ଘରୋଇ ଉପାୟ…

ଖରା ପ୍ରଭାବରୁ ତ୍ୱଚାରେ ଦେଖାଯାଉଥିବା କଳାଦାଗ ଦୂରକରିବା ପାଇଁ ବେସନ ଓ ଦହି ମିଶାନ୍ତୁ। ବେସନ ଓ ଦହିର ଏହି ପ୍ୟାକକୁ ୧୫-୨୦ ମିନିଟ୍‌ ପର୍ଯ୍ୟନ୍ତ ଲଗାନ୍ତୁ। ଏହାପରେ ଧୋଇଦିଅନ୍ତୁ। ପାଦ ଓ ହାତକୁ ମଶ୍ଚରାଇଜ୍‌ କରିବାରେ ସହାୟକ ହେବ ଦହି ଏବଂ ବେସନ ଟାନିଂକୁ ଦୂରକରିବାରେ ସାହାଯ୍ୟ କରିବ। ଏହି ମିଶ୍ରଣରେ ଆପଣ ଚାହିଁଲେ ଲେମ୍ବୁ ମଧ୍ୟ ମିଶାଇ ଲଗାଇପାରିବେ।
ଆଳୁକୁ ବାଟି ରସ ବାହାର କରିଦିଅନ୍ତୁ। ଏଥିରେ ଲେମ୍ବୁରସ ମିଶାଇ ହାତ ପାଦ ଓ ମୁହଁରେ ଟାନିଂ ହୋଇଥିବା ସ୍ଥାନରେ ଲଗାନ୍ତୁ। ୨୦ ମିନିଟ୍‌ ରଖିବା ପରେ ଧୋଇ ଦିଅନ୍ତୁ। ଲଗାତର ଏପରି କଲେ ତ୍ୱଚାରେ ଚମକ ବୃଦ୍ଧି ପାଇବ।
ଓଟ୍‌ସକୁ ଗ୍ରାଇଣ୍ଡିଂ କରି ସେଥିରେ ଦହି ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏଥିରେ ଅଳ୍ପ ଲେମ୍ବୁରସ ମିଶାଇ ପାଦରେ ସ୍କ୍ରବ୍‌ କରିବା ଭଳି ଲଗାଇ ୧୫ ମିନିଟ୍‌ ଛାଡ଼ି ଦିଅନ୍ତୁ। ଏହାପରେ ପାଦକୁ ଥଣ୍ଡାପାଣିରେ ଧୋଇଦିଅନ୍ତୁ, ଟାନିଂ କମିବା ସହିତ ଚମକ ବୃଦ୍ଧି ପାଇବ।
ଟାନିଂ ଦୂରକରିବା ପାଇଁ ୧ ଚାମଚ ଚନ୍ଦନ ପାଉଡର ସହିତ ୧ ଚାମଚ ମହୁ ମିଶାନ୍ତୁ। ଏହି ପେଷ୍ଟକୁ ତ୍ୱଚାରେ ଅଧଘଣ୍ଟା ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ସପ୍ତାହକୁ ଅତିକମ୍‌ରେ ଦୁଇଥର ଏହି ପ୍ୟାକ୍‌ ଲଗାଇଲେ ସମସ୍ତ କଳାଦାଗ ଦୂର ହୋଇ ଚମଚ ବୃଦ୍ଧି ପାଇବ।
ଟାନିଂ ଦୂରକରିବା ପାଇଁ ପାଚିଲା ଅମୃତଭଣ୍ଡା ମଧ୍ୟ ଅତ୍ୟନ୍ତ ଫଳପ୍ରଦ। ଅମୃତଭଣ୍ଡା ରସରେ ଅଳ୍ପ ମହୁ ମିଶାଇ କଳା ପଡ଼ିଥିବା ସ୍ଥାନରେ ଲଗାଇ ଅଧଘଣ୍ଟା ପରେ ଧୋଇ ଦିଅନ୍ତୁ। କିଛିଦିନ ଏପରି କଲେ ମୁହଁ ତଥା ପାଦ ଓ ହାତର କଳାଦାଗ ଦୂର ହୋଇଯିବ।
ଆଲୋଭେରା ଜେଲ୍‌ ସହିତ ଅଲିଭ୍‌ ଅଏଲ୍‌ ମିଶାଇ କଳା ପଡ଼ିଥିବା ସ୍ଥାନରେ ଲଗାଇ ଅଧଘଣ୍ଟା ଛାଡ଼ି ଦିଅନ୍ତୁ। ଏହାପରେ ଧୋଇ ଦିଅନ୍ତୁ।
କଞ୍ଚା କ୍ଷୀରରେ ହଳଦୀଗୁଣ୍ଡ ମିଶାଇ ମାଲିସ୍‌ କରନ୍ତୁ। ଟାନିଂ ଦୂରକରି ତ୍ୱଚାକୁ ଉଜ୍ଜ୍ୱଳ କରିବାରେ ଏହି ମାସ୍କ ବେଶ୍‌ ଫଳପ୍ରଦ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri