Categories: ଖେଳ

ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଟିମ୍ ସହିତ ସାମିଲ ହେଲେ ଆବେଶ ଖାନ

ମୁମ୍ବାଇ, ୨୯ା୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଲଜ୍ଜାଜନକ ଇନିଂସ ପରାଜୟର ସାମ୍ନା କରିଛି। ଅନ୍ୟପଟେ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଦ୍ରୁତ ବୋଲର ମହମ୍ମଦ ସାମୀଙ୍କ ବଦଳରେ ଭାରତୀୟ ଦଳ ସହିତ ସାମିଲ ହୋଇଛନ୍ତି ଦ୍ରୁତ ବୋଲର ଆବେଶ ଖାନ। ଏହି ମ୍ୟାଚ୍ ଜାନୁୟାରୀ ୩ ତାରିଖରୁ ୭ତାରିଖ ପର୍ଯ୍ୟନ୍ତ କେପଟାଉନରେ ଖେଳାଯିବ।

ଦିନିକିଆ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିବା ପରେ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳରେ ସାମିଲ ଥିଲେ, କିନ୍ତୁ ଆହତ କାରଣରୁ ସେ ଦଳରୁ ବାଦ ପଡ଼ିଥିଲେ। ଅନ୍ୟପଟେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଭାରତ ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ ଆବେଶ। ଏହି ୩ ମ୍ୟାଚ୍ ବିଶିଷ୍ଟ ସିରିଜକୁ ଭାରତ ୨-୧ରେ ଜିତିଥିଲା। ପ୍ରଥମ ଦିନିକିଆରେ ଆବେଶ ମାତ୍ର ୨୭ ରନ୍ ବ୍ୟୟ କରି ୪ ଉଇକେଟ ନଇଥିଲେ, ଯାହା ଫଳରେ ଦକ୍ଷିଣ ଆଫ୍ରିକା ଟିମ୍ ମାତ୍ର ୧୧୬ ରନରେ ଅଲଆଉଟ ହୋଇଯାଇଥିଲା।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ଯଶସ୍ୱୀ ଜୈସ୍ବାଲ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ୍ ରାହୁଲ (ଉଇକେଟ କିପର), ରବିଚନ୍ଦ୍ରନ୍ ଅଶ୍ୱିନ୍, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଏମ. ସିରାଜ, ମୁକେଶ କୁମାର, ଜସପ୍ରୀତ ବୁମ୍ରା (ଉପ ଅଧିନାୟକ), ପ୍ରସିଧ କ୍ରିଷ୍ଣା, କେ.ଏସ୍ ଭରତ (ଉଇକେଟ କିପର), ଅଭିମନ୍ୟୁ ଈଶ୍ୱରନ୍, ଆବେଶ ଖାନ୍।

Share