ତାଳବଣିଆ,ମାଳତିପାଟପୁରରେ ରହିବ ଅଟୋ

ପୁରୀ ଅଫିସ,୧୧।୬: ଆସନ୍ତା ୨୦ତାରିଖରୁ ଘୋଷଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏ ନେଇ ସମସ୍ତ ପ୍ରସ୍ତୁତି ଜୋରସୋର ଚାଲିଥିବା ବେଳେ ଶନିବାର ଟ୍ରାଫିକ ପୋଲିସ ଏବଂ ଶ୍ରୀକ୍ଷେତ୍ର ଅଟୋ ଚାଳକ ସଂଘ ଓ ଅଟୋ ଚାଳକ ମହାସଂଘ ମଧ୍ୟରେ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଅତିରିକ୍ତ ଏସ୍‌ପି ପୂଣ୍ଣଚନ୍ଦ୍ର ଶବର, ଟ୍ରାଫିକ ଡିଏସ୍‌ପି ନିରଞ୍ଜନ ସବର, ଟ୍ରାଫିକ ଥାନା ଅଧିକାରୀ ସଙ୍ଗୀତା ଦାସ ଏବଂ ପରିବହନ ଅଧିକାରୀ ରବନୀ ପଟ୍ଟନାୟକ ଏବଂ ଅଟୋ ସଂଘ, ମହାସଂଘ ସଭାପତି ଏବଂ ସମ୍ପାଦକମାନେ ଯୋଗଦେଇଥିଲେ। ବୈଠକରେ ମହାପ୍ରଭୁଙ୍କ ଘୋଷଯାତ୍ରା ସମୟରେ ଅଟୋ ଚାଳକମାନେ ଭକ୍ତ ଏବଂ ଯାତ୍ରୀମାନଙ୍କୁ କିପରି ସେବା ଯୋଗାଇ ଦେବେ ସେ ସମ୍ପର୍କରେ ବିସ୍ତୁତ ଆଲୋଚନା କରାଯାଇଥିଲା। ବୈଠକରେ ନିଷ୍ପତ୍ତି ଅନୁଯାୟୀ ତାଳବଣିଆ ଏବଂ ମାଳତିପାଟପୁରଠାରେ ଦୁଇଟି ସ୍ଥାନରେ ଘୋଷଯାତ୍ରା ସମୟରେ ଅଟୋ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି। ମାଳତିପାଟପୁରଠାରୁ ଅଟୋ ଚାଳକମାନେ ଯାତ୍ରୀଙ୍କୁ ଜାତୀୟ ରାଜପଥ ଦେଇ ଅଠରନଳାସ୍ଥିତ ବାନାମ୍ବର ମନ୍ଦିର ନିକଟକୁ ଆସିବେ। ସେଠାରେ ଯାତ୍ରୀଙ୍କୁ ଓହ୍ଲାଇ ପୁଣି ମାଳତିପାଟପୁରସ୍ଥିତ ବସଷ୍ଟାଣ୍ଡକୁ ଯିବେ। ସେହିପରି ତାଳବଣିଆଠାରୁ ଯାତ୍ରୀଙ୍କୁ ନେଇ ଆସୁଥିବା ଅଟୋ ଚାଳକମାନେ ପେଣ୍ଠକଟା ସିଟି ରୋଡ ଦେଇ ଅର୍ବାନ ହାଟ ହୋଇ ଜିଲା ସ୍କୁଲରେ ଯାତ୍ରୀଙ୍କୁ ଛାଡିବ। ଅପରପକ୍ଷେ ଫେରିଲା ବେଳେ ଘୋଡା ବଜାର ଦେଇ ଶ୍ରୀକ୍ଷେତ୍ର କଲୋନୀ ଦେଇ ତାଳବଣିଆକୁ ଫେରିବେ। ତେବେ କିଛି ଅଟୋ ଚାଳକ ରହି ଭକ୍ତଙ୍କୁ ସେବା ଯୋଗାଇବେ। ତେବେ ଅଟୋ ଚାଳକଙ୍କ ପାଇଁ ଏହି ନିୟମ ରଥଯାତ୍ରା, ବାହୁଡା ଏବଂ ସୁନାବେଶ ଦିନ ଲାଗୁ ହେବ। ତେବେ ଅନ୍ୟଦିନରେ ଚାଳକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଲାଗୁ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଅପରପକ୍ଷେ ରଥଯାତ୍ରା, ବାହୁଡା ଏବଂ ସୁନାବେଶ ଦିନରେ ଅଟୋଗୁଡିକୁ ଟାଉନ ତଥା ବଡ଼ଦାଣ୍ଡ ଓ ବିଭିନ୍ନ ସାହି ଗଳିରେ ପ୍ରବେଶ ପାଇଁ ବାରଣ କରାଯାଇଛି। ସେହିପରି ଅଟୋଚାଳକଙ୍କ ପେଟ ପାଟଣାକୁ ନଜରରେ ରଖି ଘୋଷଯାତ୍ରାର ଅନ୍ୟ ଦିନରେ କିପରି ବ୍ୟବସାୟ କରିବେ ସେନେଇ ପରବର୍ତ୍ତୀ ସମୟରେ ଏକ ବୈଠକ କରାଯାଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ସେହିପରି କୌଣସି ଅଟୋ ଚାଳକ ନିଶା ସେବକ କରି ଗାଡି ଚଳାଇବେ ନାହିଁ। ଭକ୍ତମଙ୍କଠାରୁ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଟଙ୍କା ନେବେ ନାହିଁ। ଓଭର ଲୋଡିଂ କରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri