Posted inଫୁରସତ

ଅଟୋ ଡ୍ରାଇଭରଙ୍କ ଜବରଦସ୍ତ ଡ୍ୟାନ୍ସ: ରାତାରାତି ବଦଳିଗଲା ଭାଗ୍ୟ

ପ୍ରତିଭା ବେଶି ଦିନ ପର୍ଯ୍ୟନ୍ତ ଲୁଚି ରହେ ନାହିଁ। କେବେ ନା କେବେ ଏହା ପ୍ରସ୍ଫୁଟିତ ହୋଇଥାଏ। ସେମିତି ଏକ ପ୍ରତିଭା ଦେଖିବାକୁ ମିଳିଛି ଜଣେ ଅଟୋ ଡ୍ରାଇଭରଙ୍କଠାରେ। ଅଟୋ ଡ୍ରାଇଭର ଜଣଙ୍କ ଏମିତି ଡ୍ୟାନ୍ସ କଲେ ଯେ, ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଲା। ଏହା ପରେ ରାତାରାତି ତାଙ୍କ ଭାଗ୍ୟ ବଦଳିଗଲା।

ଭାଇରାଲ ହୋଇଥିବା ଭିଡିଓରେ ଅଟୋ ଚାଳକ ଜଣକ ମହାରାଷ୍ଟ୍ରର ମହିଳାମାନଙ୍କ ଦ୍ୱାରା କରାଯାଉଥିବା ପାରମ୍ପରିକ ଲୋକନୃତ୍ୟ ‘ଲାବଣୀ’ କରୁଥିବା ନଜର ଆସିଛନ୍ତି। ଅନ୍ୟ ଡ୍ରାଇଭରମାନେ ପାଖରେ ଠିଆ ହୋଇ ତାଳି ବଜାଇ ତାଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି।

ମହାରାଷ୍ଟ୍ରର ଡେପୁଟୀ ଡାଇରେକ୍ଟର ଦୟାନନ୍ଦ କାମ୍ବଲେ ଏହି ଭିଡିଓକୁ ତାଙ୍କ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ଆପଣ କେବେ ଏମିତି ଡାନ୍ସ ଦେଖିବେ ତ ଲାବଣୀ ସମାଜ ଲାଜେଇ ଯିବେ।

୪୫ ବର୍ଷୀୟ ବାବାଜୀ କାମ୍ବଲେ ଗତ କିଛି ବର୍ଷ ଧରି ବାରାମତୀ ସହରରେ ଅଟୋ ଚଳାଇ ଆସୁଛନ୍ତି। ତାଙ୍କ ପରିବାର କହିଲେ ସ୍ତ୍ରୀ ଏବଂ ଦୁଇ ପୁଅ। ବଡ଼ ପୁଅ ଦଶମରେ ପଢୁଥିବା ବେଳେ ସାନ ସପ୍ତମରେ ପଢୁଛି।

କରୋନା ଯୋଗୁ ବାବାଜୀଙ୍କ ଅଟୋ ବେପାର ମାନ୍ଦା ହୋଇପଡ଼ିଛି। ଏଥିରୁ ଟିକେ ସମୟ ପାଇବାରୁ ସେ ‘ଲାବଣୀ’ ଡ୍ୟାନ୍ସ କରି ଲୋକଙ୍କ ମନୋରଞ୍ଜନ କରୁଥିଲେ। ଏହି ଡ୍ୟାନ୍ସର ଭିଡିଓକୁ କେହି ଶୁଟିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିଦେଇଥିଲେ। ଚାହୁଁଚାହଁୁ ଭିଡିଓଟି ଭାଇରାଲ ହୋଇଗଲା। ଏଥିସହିତ ବାବାଜୀଙ୍କ ଭାଗ୍ୟ ବଦଳିଗଲା। ତାଙ୍କ ପ୍ରତିଭାରେ ପ୍ରଭାବିତ ହୋଇ ଫିଲ୍ମ ନିର୍ଦ୍ଦେଶକ ଘନଶ୍ୟାମ ୟେଡେ ତାଙ୍କୁ ଦୁଇଟି ମରାଠୀ ଫିଲ୍ମ ‘ଚଲ୍‌ ରେ ଫୌଜୀ’ ଏବଂ ‘କବଚ’ରେ କାମ କରିବାକୁ ଅଫର ଦେଇଛନ୍ତି।

ଏହା ପରେ ବାବାଜୀ କହିଛନ୍ତି, ମଁୁ କେବେ ସ୍ବପ୍ନରେ ଭାବି ନ ଥିଲି ମୋ ଭାଗ୍ୟ ଦିନେ ଏମିତି ବଦଳିଯିବ। ବର୍ତ୍ତମାନ ତାଙ୍କୁ ସବୁ ଲୋକ ଚିହ୍ନିବେ। ବାବାଜୀଙ୍କୁ ତାଙ୍କ ବନ୍ଧୁବାନ୍ଧବ, ସମ୍ପର୍କୀୟମାନେ ଶୁଭେଚ୍ଛା ଜଣାଇଛନ୍ତି। ବାବାଜୀ ଅଭିନେତା କମଲ ହାସନଙ୍କ ଜଣେ ବଡ଼ ପ୍ରଶଂସକ। କମଲଙ୍କ ନୃତ୍ୟ ବାବାଜୀଙ୍କୁ ବେଶ୍‌ ପ୍ରଭାବିତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri