ଅଟୋ ଚାଳକରୁ ହୋଇଥିଲେ ସରପଞ୍ଚ, ଧମକ ଯୋଗୁ ପଦ ଛାଡ଼ିଦେଲେ…

ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ)- ସରପଞ୍ଚ ପଦ ପାଇଁ ପଞ୍ଚାୟତ ନିର୍ବାଚନ ସମୟରେ ପ୍ରାର୍ଥୀମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହାସତ୍ତ୍ୱେ ନିର୍ବାଚନୀ ମଇଦାନରେ କିଏ ଜିତୁଛନ୍ତି ତ ଆଉ କେହି ହାରୁଛନ୍ତି। ତେବେ ବରଗଡ଼ ବ୍ଲକ ବରାହଗୋଡା ପଞ୍ଚାୟତରେ ଅଟୋ ଚାଳକରୁ ସରପଞ୍ଚ ହୋଇଥିବା ଶରତ କୁମ୍ଭାର କିଛି ଦୁର୍ବୃତ୍ତଙ୍କ ଧମକ ପରେ ଭୟଭୀତ ହୋଇ ସରପଞ୍ଚ ପଦ ଛାଡିବା ଏବଂ ଅଟୋ ଚଲାଇବାକୁ ମନସ୍ଥ କରିବା ଚର୍ଚ୍ଚାର ବିଷୟ ହୋଇଛି । ଏ ନେଇ ସେ ବରଗଡ଼ ଉପ ଜିଲାପାଳଙ୍କୁ ମଧ୍ୟ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

ଇସ୍ତଫା ପତ୍ରରେ ସେ ଉଲ୍ଲେଖ କରିଛନ୍ତି, ସେ ଅଟୋ ଚଳାଇ ପରିବାର ଗୁଜୁରାଣ ମେଣ୍ଟାଇ ଆସୁଛନ୍ତି। ତେବେ ଗତ ପଞ୍ଚାୟତ ନିର୍ବାଚନ ସମୟରେ ତାଙ୍କ ପଡାବାସୀ କହିବାରୁ ସେ ୱାର୍ଡ ମେମ୍ବର ପଦବୀରେ ମନୋନୀତ ହୋଇଥିଲେ। ପରେ ତାଙ୍କୁ ନାଏବ ସରପଞ୍ଚ ମନୋନୀତ କରାଯାଇଥିଲା । ତେବେ ଦୁର୍ଭାଗ୍ୟବଶତଃ ପଞ୍ଚାୟତର ସରପଞ୍ଚଙ୍କ ଦେହାନ୍ତ ହୋଇଥିଲା। ଏହାପରେ ଶରତ କୁମ୍ଭାର ସରପଞ୍ଚ ଦାୟିତ୍ୱରେ ରହିଥିଲେ। ତେବେ ଆରମ୍ଭରୁ ସବୁ ଠିକଠାକ ଚାଲିଥିଲା। ମାତ୍ର ଗତ କିଛି ମାସ ହେଲା, କିଛି ଦୁର୍ବୃତ୍ତ ଦାଦାଗିରି କରି ଦସ୍ତଖତ ମାଗୁଛନ୍ତି ଏବଂ ଜୀବନରେ ମାରି ଦେବାକୁ ଧମକ ଦେଉଛନ୍ତି। ଫଳରେ ତାଙ୍କ ଓ ପରିବାର ଜୀବନ ପ୍ରତି ବିପଦ ରହିଛି। ଏହି ଦୃଷ୍ଟିରୁ ସେ ସରପଞ୍ଚ ପଦବୀରୁ ଇସ୍ତଫା ଦେଉଛନ୍ତି ବୋଲି ଉପ ଜିଲାପାଳଙ୍କୁ ଲେଖି ଜଣାଇଛନ୍ତି।

ଅନ୍ୟପଟେ ସେ ସରପଞ୍ଚ ପଦବୀରେ ଥିଲେ ମଧ୍ୟ ତାହା ଉପରେ ଆଉ ବଡ଼ ଲୋକ ଅଛନ୍ତି ଏବଂ ଚାପ ପକାଉଥିବା ସେ କହିଛନ୍ତି। ଏହି ଦୃଷ୍ଟିରୁ ସରପଞ୍ଚ ପଦବୀ ପାଇଁ ତାଙ୍କ ଯୋଗ୍ୟତା ନାହିଁ, ସେ ଅଟୋ ଚଳାଇ ପରିବାର ଗୁଜୁରାଣ ମେଣ୍ଟାଇବେ ବୋଲି କହିବା ସହିତ ରାଜନୀତି ପ୍ରତି ତାଙ୍କ ବିତସ୍ପୃହତା ପ୍ରକାଶ କରିଛନ୍ତି। ତେବେ କେଉଁମାନେ ତାଙ୍କ ଭଳି ଜଣେ ଜନ ପ୍ରତିନିଧିଙ୍କୁ କେଉଁ ସ୍ବାର୍ଥରେ କେଉଁମାନେ ଧମକ ଦେଇଥିଲେ ଏବଂ ଦାଦାଗିରି କରି ଦସ୍ତଖତ ପାଇଁ ଚାପ ପ୍ରୟୋଗ କରୁଥିଲେ, ତାହା ମଧ୍ୟ ତଦନ୍ତ ସାପେକ୍ଷ ହେବା ସହିତ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…

ଜଗତ୍‌ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା…

୧୯ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ: ବିଜୟ ସହ ଭାରତର ଅଭିଯାନ ଆରମ୍ଭ

ପୋଖରା, ୩୧ା୧:ସ୍ଥାନୀୟ ପୋଖାରା ରଙ୍ଗଶାଂଳା ଷ୍ଟାଡିୟମରେ ଆୟୋଜକ ନେପାଳ ବିପକ୍ଷରେ ୧-୦ ଗୋଲ୍‌ରେ ବିଜୟ ହାସଲ କରି ଭାରତ ୧୯ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ…

ଇଶାନଙ୍କ ବିସ୍ଫୋରକ ଶତକ: ୪-୧ରେ ଭାରତର ସିରିଜ ବିଜୟ

ଥିରୁଭାନନ୍ତପୁରମ,୩୧ା୧- ଇଶାନ କିଶନଙ୍କ ବିସ୍ଫୋରକ ଶତକ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ଦ୍ରୁତ ୧୩୭ ରନର ଭାଗୀଦାରି ଏବଂ ଅର୍ଶଦୀପଙ୍କ ୫ ଉଇକେଟ ସଫଳତାକୁ ପାଥେୟ…

ମାଗଣାରେ ରୋଗୀଙ୍କୁ ମେଡିକାଲ ନେବାକୁ ନିଆରା ପ୍ରୟାସ: ଅଟୋ ଶୁଭାରମ୍ଭ କଲେ ବିଡିଓ

ବିଷମକଟକ,୩୧।୧ (ପ୍ରସନ୍ନ କୁମାର ପଣ୍ଡା) : ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ହାଟ ମୁନିଗୁଡ଼ା ପଞ୍ଚାୟତରେ ରୋଗୀ ସେବା ଯୋଗାଇଦେବାକ ଏକ ଛୋଟ ପ୍ରୟାସ କରାଯାଇଛି।…

ନଳିନୀ ବିଦ୍ୟା ମନ୍ଦିରରେ ଝାଡ଼ାବାନ୍ତି ଆତଙ୍କ: ଜଣେ ଛାତ୍ରୀ ମୃତ, ୪୦ ଗୁରୁତର

ବିଷମ କଟକ, ୩୧।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ଚାଟିକଣା ପଞ୍ଚାୟତରେ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳନିତ ନଳିନୀ ବିଦ୍ୟାମନ୍ଦିରର ହଷ୍ଟେଲରେ ଶୁକ୍ରବାରଠାରୁ…

ଖଣି ଭୁଶୁଡ଼ି ଚାଲିଗଲା ୨୦୦ ଲୋକଙ୍କ ଜୀବନ, ପଶି ରହିଛନ୍ତି ଅନେକ…

ଗୋମା(କଙ୍ଗୋ),୩୧ା୧ପୂର୍ବ କଙ୍ଗୋର କୋଲଟାନ ଖଣି ଅଞ୍ଚଳରେ କେତେକ ଖଣି ଭୁଶୁଡ଼ିପଡ଼ିବାରୁ ଅନୂ୍ୟନ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଶନିବାର ବିଦ୍ରୋହୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍‌୨୩…

ଦାରିଙ୍ଗବାଡ଼ି ପ୍ରଶଂସାରେ ଶତମୁଖ ବିଦେଶୀ ପର୍ଯ୍ୟଟକ: ସାଇକେଲରେ ବୁଲିଲେ, ଇକୋ ରିଟ୍ରିଟ୍‌ରେ…

ଦାରିଙ୍ଗବାଡି, ୩୧।୧ (ଅରୁଣ ସାହୁ): ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଟିଏ। ଏଠାକୁ ବୁଲି ଆସିବାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗ୍ରହ ପୁଣି…

ଅନାସ୍ଥା ପରେ ଖାଲି ପଡ଼ିଥିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ: ଉପାଧ୍ୟକ୍ଷ ବିଶ୍ୱନାଥଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ

ଗୁଣପୁର,୩୧।୧(ସଂକେତ ପାତ୍ର)- ଅନାସ୍ଥା ପ୍ରସ୍ତାବ ଗୃହୀତ ହେବା ପରେ ଲକ୍ଷ୍ମୀ ଶବରଙ୍କ ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ ଗତ ୨୨ତାରିଖର ରଦ୍ଦ ହୋଇଥିଲା। ଏହାପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri