Posted inଜାତୀୟ

ଅଟୋ ଚାଳକରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ: ସହଜ ନ ଥିଲା ଯାତ୍ରା

ମୁମ୍ବାଇ,୩୦।୬: ମହାରାଷ୍ଟ୍ର ରାଜନୈତିକ ସଙ୍କଟର ଅନ୍ତ ଘଟିଛି। ଭାଜପା ସମର୍ଥନରେ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେ ଗୁରୁବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସନ୍ଧ୍ୟା ସାଢ଼େ ୭ଟା ୪୦ରେ ଏକନାଥ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି। ଶିବସେନା ଇତିହାସରେ ସବୁଠାରୁ ବଡ଼ ବିଦ୍ରୋହ କରିଥିବା ଚେହେରା ହେଉଛି ଏକନାଥ ସିନ୍ଧେ। ଜଣେ ଅଟୋ ଚାଳକରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଯାତ୍ରା ଏକନାଥଙ୍କ ପାଇଁ ସହଜ ନ ଥିଲା। ୧୯୬୪ ଫେବୃଆରୀ ୯ରେ ସତାରାରେ ଜନ୍ମଗ୍ରହଣ କରିଥିଲେ ଏକନାଥ। ଠାଣେରୁ ଏକାଦଶ ଯାଏ ପାଠ ପଢ଼ିଥିଲେ ଏକନାଥ। ରାଜନୀତିରେ ଆସିବା ପୂର୍ବରୁ ସିନ୍ଧେ ୮୦ଦଶକରେ ବିୟର ଦୋକାନରେ କାମ କରୁଥିଲେ। ଏଥିସହ ପରିବାର ଭରଣ ପୋଷଣ ପାଇଁ ସେ ଅଟୋ ଚଳାଉଥିଲେ। ଏହି ସମୟରେ ଆନନ୍ଦ ଦିଘେଙ୍କ ସହ ତାଙ୍କର ଭେଟ ହୋଇଥିଲା। ମାତ୍ର ୧୮ବର୍ଷ ବୟସରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା। ପ୍ରାୟ ଦେଢ଼ ଦଶନ୍ଧି ଧରି ସିନ୍ଧେ ଜଣେ ସାଧାରଣ ଶିବସେନା କର୍ମକର୍ତ୍ତାଙ୍କ ଭାବେ କାମ କରିବା ପରେ ୧୯୯୭ରେ ସେ ନିର୍ବାଚନ ରାଜନୀତିରେ ପ୍ରବେଶ କରିଥିଲେ। ୧୯୯୭ରେ ମ୍ୟୁନସିପାଲିଟି କର୍ପୋରରେସନକୁ ସେ କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ। କର୍ପୋରେଟର ଥିବା ବେଳେ ନିଜର ଦୁଇ ପିଲାଙ୍କୁ ହରାଇଥିଲେ ସିନ୍ଧେ। ଏହି ଘଟଣାରେ ସେ ଏତେ ଭାଙ୍ଗିଯାଇଥିଲେ ଯେ ରାଜନୀତିରୁ ନିଜକୁ ଦୂରେଇ ନେଇଥିଲେ। କିନ୍ତୁ ଆନନ୍ଦ ଦିଘେ ତାଙ୍କୁ ସମ୍ଭାଳିବା ସହ ସକ୍ରିୟ ରାଜନୀତିକୁ ଆଣିଥିଲେ। ତେବେ ୨୦୦୧ରେ ଆନନ୍ଦ ଦିଘେଙ୍କ ଦେହାନ୍ତ ପରେ ସିନ୍ଧେ ଶିବସେନାକୁ ଅଧିକ ଶକ୍ତିଶାଳୀ କରିବା କାମରେ ଲାଗିଥିଲେ। ବିଶେଷ କରି ଥାନେରେ ସେ ନିଜର ଶକ୍ତିବୃଦ୍ଧି କରିଥିଲେ। ତାଙ୍କ ତତ୍ତ୍ୱାବଧାନରେ ଶିବସେନାର ସବୁ କାମ ହେଉଥିଲା। ୨୦୦୪ରେ ବିଧାନସଭା ନିର୍ବାଚନରେ ଶିବସେନା ସିନ୍ଧେଙ୍କୁ ଠାଣେ ବିଧାନସଭାରୁ ଟିକେଟ ଦେଇଥିଲା। ଏଠାରେ ମଧ୍ୟ ତାଙ୍କୁ ବିଜୟ ମିଳିଥିଲା। ଏହାପରେ ୨୦୦୯, ୨୦୧୪ ଓ ୨୦୧୯ରେ ସେ ସମାନ ଆସନରୁ ଜିତି ବିଧାନସଭାକୁ ଯାଇଛନ୍ତି। ଠାକରେ ପରିବାରର ସହ ତାଙ୍କର ବେଶ ନିବିଡତା ରହିଥିଲା। ହେଲେ ଏବେ ତାଙ୍କ ବିଦ୍ରୋହ ଯୋଗୁ ଉଦ୍ଧବ ସରକାର ଭୁଶୁଡ଼ିଛି। ସେ ଶିବସେନା ବିଦ୍ରୋହୀ ବିଧାୟକଙ୍କୁ ଧରି ମୁଖ୍ୟମନ୍ତ୍ରୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri