କ୍ୟାନସର ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ଅର୍ଥ ଯୋଗାଡ଼ରେ ଲାଗିଛନ୍ତି ଅଟୋ ଚାଳକ

ଭଞ୍ଜନଗର,୯ା୭(ବାବୁଲା ପ୍ରଧାନ): ନିଜର ହକ୍‌ ଦାବି ନେଇ ଡ୍ରାଇଭର ସଂଘ ମଙ୍ଗଳବାରଠାରୁ ଆନ୍ଦୋଳନ ଚଳାଇଛନ୍ତି। କିନ୍ତୁ ଭଞ୍ଜନଗର ଅଟୋ ଚାଳକ ସଂଘର ବରିଷ୍ଠ ସଭ୍ୟ ତଥା ସମାଜସେବୀ ମନୋଜ ମିଶ୍ର ଆଜକୁ ଦୁଇଦିନ ହେବ ଜଣେ ଗରିବ କ୍ୟାନସର ବା କର୍କଟ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଅର୍ଥ ଯୋଗାଡ଼ରେ ଲାଗି ପଡିଛନ୍ତି। ତେଣୁ ମନୋଜ ବିଗତ ଦୁଇଦିନ ହେବ ଦାନବକ୍ସ ଧରି ଘରକୁ ଘର ବୁଲି ଲୋକଙ୍କୁ ଆର୍ଥିକ ସାହାଯ୍ୟ ଭିକ୍ଷା କରୁଛନ୍ତି। ଟଙ୍କା ଯୋଗାଡ଼ ପରେ ରଞ୍ଜନ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ କଟକ ଯିବେ। ମନୋଜଙ୍କ ଏହିଭଳି ମହାନ କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରୁଛନ୍ତି।

ପ୍ରକାଶ ଯେ, ଭଞ୍ଜନଗର ବ୍ଲକ ଲେମ୍ଭେଇର ରଞ୍ଜନ ପ୍ରଧାନ ଭଞ୍ଜନଗରରେ ଏକ ହୋଟେଲରେ କାମ କରି ପରିବାର ଚଳାଉଥିଲେ। ଗତବର୍ଷ ହଠାତ୍‌ ରଞ୍ଜନଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିଲା। ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ କ୍ୟାନ୍ସର ହୋଇଥିବା ଜଣାପଡିଥିଲା। ଏହାପରେ ରଞ୍ଜନଙ୍କ ପାଖରେ ଥିବା ସ୍ବାସ୍ଥ୍ୟ କାର୍ଡ ଦେଖାଇ ଅପରେଶନ କରିଥିଲେ। ବର୍ତ୍ତମାନ କାର୍ଡରେ ଥିବା ସମସ୍ତ ଅର୍ଥ ସରିଯାଇଛି। କେମୋ ଦେବା ପାଇଁ କଟକ ବଡ଼ ମେଡ଼ିକାଲ ଯିବାକୁ ପଡ଼ୁଛି କିଛି ଦିନକୁ ଥରେ। ରଞ୍ଜନ ରୋଜଗାର ହରାଇବା ପରେ ପରିବାର ଆର୍ଥିକ ସ୍ଥିତି ଦୋହଲି ଯାଇଛି। ଖାଇବା ପାଇଁ ମୁଠେ ଯୋଗାଡ଼ କରିବା କଷ୍ଟକର ହୋଇପଡିଛି। ଶେଷରେ ନାବାଳକ ପୁଅ ଚଳିତ ବର୍ଷ ପାଠପଢ଼ା ଛାଡ଼ି ଏକ ଗ୍ୟାରେଜରେ କାମ କରୁଛନ୍ତି। ଦୁର୍ଦ୍ଦିନରେ ଚଲୁଥିବା ରଞ୍ଜନଙ୍କୁ ବର୍ତ୍ତମାନ ଚିକିତ୍ସା ପାଇଁ ପାଖରେ ଟଙ୍କାଟିଏ ନାହିଁ। ତେଣୁ ଆଜକୁ ଏକ ମାସ ହେବ ରଞ୍ଜନ କେମୋ ଦେବାକୁ କଟକ ଯାଇପାରୁନାହାନ୍ତି ।
ଏହି ଖବର ଅଟୋ ଚାଳକ ତଥା ଭଞ୍ଜନଗର ଅଞ୍ଚଳର ଜଣାଶୁଣା ସମାଜସେବୀ ମନୋଜ ମିଶ୍ର ଜାଣିବା ପରେ ତାଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି। ତେଣୁ ମନୋଜ ଦୁଇଦିନ ହେବ ନିଜର ସମସ୍ତ କାର୍ଯ୍ୟ ଛାଡ଼ି ଦାନବାକ୍ସ ଧରି ସହରରେ ଘୁରି ବୁଲୁଛନ୍ତି। ମନୋଜ ଟଙ୍କା ଯୋଗାଡ଼ କରିବା ପରେ ରଞ୍ଜନ ଚିକିତ୍ସା ପାଇଁ କଟକ ଯିବେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri