ମହିଳା ଯାତ୍ରୀଙ୍କୁ ୫ ଲକ୍ଷ ଟଙ୍କା ମୂଲ୍ୟର ମୂଲ୍ୟବାନ ଅଳଙ୍କାର ଫେରସ୍ତ କଲେ ଅଟୋ ଡ୍ରାଇଭର

ନୂଆଦିଲ୍ଲୀ,୩।୨: ମାନବିକତା ଏବଂ ବିଶାଳ ହୃଦୟ ଦେଖାଇଲେ ଅଟୋ-ରିକ୍ସା ଡ୍ରାଇଭର। ଭଦ୍ରକରେ ଗାଡିରେ ଜଣେ ମହିଳା ଯାତ୍ରୀ ଭୁଲି ଯାଇଥିବା ମୂଲ୍ୟବାନ ଅଳଙ୍କାର ଫେରସ୍ତ କରି ଅଟୋ ଡ୍ରାଇଭର ବିଭିନ୍ନ ମହଲରୁ ପ୍ରଶଂସା ସାଉଣ୍ଟିଛନ୍ତି।

ଭଦ୍ରକର ଇନାୟତ ଖାନ ଏକ ଅଟୋ ରିକ୍ସା ଚଳାଇ ନିଜର ଜୀବିକା ନିର୍ବାହ କରନ୍ତି। ତେବେ ଫେବୃଆରୀ ୧ ତାରିଖ ଦିନ ଜଣେ ମହିଳା ଇନାୟତଙ୍କ ଅଟୋରେ ଜମଝାଡ଼ି ଯାଇଥିଲେ। ତେବେ ମହିଳା ଜଣକ ଗନ୍ତବ୍ୟ ସ୍ଥଳରେ ଗାଡିରୁ ଓହ୍ଲାଇବା ପରେ ବ୍ୟାଗ ନେବାକୁ ଭୁଲି ଯାଇଥିଲେ। ଚରମ୍ପାକୁ ଫେରିବା ପରେ ଇନାୟତ ଅଟୋରେ ଥିବା ବ୍ୟାଗଟି ଦେଖିଥିଲେ। ତା’ପରେ ସେ ବ୍ୟାଗ ଫେରାଇବା ପାଇଁ ମହିଳାଙ୍କୁ ଖୋଜିବା ପାଇଁ ଜମଝାଡ଼ି ଏବଂ ତାଲାନଗର ଯାଇ ଅନେକ ଖୋଜା ଖୋଜି ପରେ ମଧ୍ୟ ସେ ମହିଳାଙ୍କୁ ପାଇ ନଥିଲେ।

ଶେଷରେ ଇନାୟତ ବ୍ୟାଗକୁ ଭଦ୍ରକ ପୋଲିସ ଷ୍ଟେସନରେ ଜମା କରିଥିଲେ। ବ୍ୟାଗରେ ମୂଲ୍ୟବାନ ସୁନା ଅଳଙ୍କାର ଏବଂ ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ଅନ୍ୟାନ୍ୟ ସାମଗ୍ରୀ ଥିଲା। ବହୁମୂଲ୍ୟ ସାମଗ୍ରୀ ଦେଖି ପୋଲିସ କର୍ମଚାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସୋସିଆଲ ମିଡିଆରେ ଏହି ଖବର ଭାଇରାଲ ହେବାପରେ ସୁଭସ୍ମିତା ଲେଙ୍କା ନାମକ ମହିଳା ପୋଲିସ ଷ୍ଟେସନକୁ ଆସି ଏହା ତାଙ୍କ ବ୍ୟାଗ ଦାବି କରିଥିଲେ। ହଜି ଯାଇଥିବା ବ୍ୟାଗ ପାଇ ମହିଳା ଜଣକ ଖୁସିରେ ଇନାୟତଙ୍କ ଉପରେ ପ୍ରଶଂସା ଅଜାଡ଼ି ପକଇଥହିଲେ।

ଇନାୟତ କହିଛନ୍ତି, “ମୁଁ ତାଲାନଗରରେ ମହିଳା ଜଣକ ମୋ ଗାଡ଼ିରେ ଚଢ଼ିଥିଲେ ଏବଂ ସେ ଜମଝାଡ଼ି ଓହ୍ଲାଇଥିଲେ। ଯେତେବେଳେ ମୁଁ ଚରମ୍ପାକୁ ଆସିଲି, ସେତେବେଳେ ଅଟୋରେ ଏକ ବ୍ୟାଗ ଥିବା ମୁଁ ଦେଖିଥିଲି। ଏହାପରେ ମୁଁ ସଙ୍ଗେ ସଙ୍ଗେ ସେହି ସ୍ଥାନକୁ ଫେରିଗଲି। ଯେଉଁଠି ମହିଳା ଜଣକ ତାଙ୍କ ପିଲାମାନଙ୍କ ସହିତ ଓହ୍ଲାଇଥିଲେ। ତେବେ ସେହି ବ୍ୟାଗ ଭିତରେ କଣ ଅଛି ମୁଁ କେବେ ଦେଖିନାହିଁ। “

ସୁଭାସ୍ମିତା ଲେଙ୍କା କହିଛନ୍ତି, “ଅଟୋ ରିକ୍ସା ତଳକୁ ଓହ୍ଲାଇବାବେଳେ ମୁଁ ମୋର ବ୍ୟାଗ ନେବାକୁ ଭୁଲି ଯାଇଥିଲି। ମୁଁ ଏକ ବାହାଘରରେ ଯୋଗଦେବାକୁ ବହୁତ ଵ୍ୟସ୍ତରେ ଥିଲି। କିଛି ମିନିଟ୍ ପରେ ମୁଁ ଜାଣିବାକୁ ପାଇଥିଲି ଯେ ବ୍ୟାଗଟି ଗାଡିରେ ଛାଡି ଦେଇଛି। ଗାଡିଟିକୁ ଟ୍ରାକ୍ କରିବାକୁ ମୁଁ କିଛି ଲୋକଙ୍କୁ ଅନୁରୋଧ କରିଥିଲି, କିନ୍ତୁ କିଛି ଲାଭ ହୋଇ ନଥିଲା। ତେବେ ଅଟୋ ଡ୍ରାଇଭର ଜଣେ ଭଗବାନତୁଲ୍ୟ ବ୍ୟକ୍ତି। ଯେଉଁଠି ପାଇଁ ସେ ସେ ମୋ ବ୍ୟାଗକୁ ଫେରାଇ ଦେଇଥିଲେ।

ଏହିଘଟଣା ବିଷୟରେ ଭଦ୍ରକ ସହର ଡିଏସପି ଅନସୁମାନ ଦ୍ୱିବେଦୀ କହିଛନ୍ତି, “ମହିଳା ଜଣକ ଅଜାଣତରେ ଅଟୋରେ ମୂଲ୍ୟବାନ ସାମଗ୍ରୀ ନେଇ ନିଜ ବ୍ୟାଗ ଛାଡି ଯାଇଥିଲେ। ଡ୍ରାଇଭର ଇନାୟତ ମୂଲ୍ୟବାନ ସାମଗ୍ରୀକୁ ମହିଳାଙ୍କ ନିକଟକୁ ଫେରାଇ ନିଜର ସଚ୍ଚୋଟତା ପ୍ରଦର୍ଶନ କରିଛନ୍ତି। ଅନ୍ୟମାନଙ୍କ ପାଇଁ ସଚ୍ଚୋଟତାର ଏହା ହେଉଛି ସବୁଠାରୁ ବଡ ଉଦାହରଣ। ସମସ୍ତେ ଇନାୟତଙ୍କ ସଚ୍ଚୋଟତା ଅନୁସରଣ କରିବା ଉଚିତ୍।